logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଆଦିବାସୀ କଲ୍ଯାଣ ଯୋଜନା "ଅନ୍ଵେଷା " ଦିଗହରା।

ଆଦିବାସୀ କଲ୍ଯାଣ ଯୋଜନା "ଅନ୍ଵେଷା " ଦିଗହରା।

କେନ୍ଦୁଝର -୧୨/୦୩(ଖଣ୍ଡାଧାର ନିଉଜ) କେନ୍ଦୁଝର ଜିଲ୍ଲାର ଆଦିବାସୀ ଛାତ୍ରଛାତ୍ରୀଙ୍କୁ ସମାଜ ର ମୁଖ୍ୟସ୍ରୋତ ରେ ସାମିଲ କରିବା ପାଇଁ ପୂର୍ବ ସରକାର ସମୟରେ ଆରମ୍ଭ କରାଯାଇ ଥିବା "ଅନ୍ଵେଷା ଯୋଜନା" ନୂଆ ସରକାର ରେ ଦିଗହରା ହୋଇଯାଇ ଅଛି । ଏହି ଯୋଜନାରେ ସରକାର ପ୍ରଥମ ରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବର୍ଗର ଅନାଥ ଅସହାୟ ଖଟିଖିଆ ଦିନମଜୁରିଆ ମାନଙ୍କ ଛାତ୍ରଛାତ୍ରୀଙ୍କୁ ହଷ୍ଟେଲରେ ରଖି ସହରାଞ୍ଚଳ ଛାତ୍ରଛାତ୍ରୀମାନଙ୍କ ସହିତ ଇଂରାଜୀମାଧ୍ୟମ ସ୍କୁଲ ରେ ଅଧ୍ୟୟନ କରିବାର ସୁଯୋଗ ପାଇବେ । ଏବର୍ଷ ଅନ୍ଵେଷା ହଷ୍ଟେଲ ଛାତ୍ର ଛାତ୍ରୀଙ୍କ ମାସିକ ଅନୁଦାନ ବୃଦ୍ଧି କରିଛନ୍ତି ସତ କିନ୍ତୁ ବିଗତ ୨ବର୍ଷ ହେଲା ନୂଆ ଛାତ୍ରଛାତ୍ରୀଙ୍କ ନାମ ଲେଖା ବନ୍ଦ କରାଯାଇଛି l ଫଳରେ ଅନେକ ଆଶାୟୀ ଆଦିବାସୀ ଛାତ୍ରଛାତ୍ରୀ ସହରରେ ପାଠ ପଢିବାର ସୁଯୋଗ ରୁ ବଞ୍ଚିତ ହେଉଛନ୍ତି। ଆଦିବାସୀ ମୁଖ୍ଯମନ୍ତ୍ରୀଙ୍କ ସମୟରେ ଆଦିବାସୀଙ୍କ କଲ୍ଯାଣ ଯୋଜନା ବନ୍ଦ କରି ଆଦିବାସୀ ଛାତ୍ରଛାତ୍ରୀଙ୍କ ଉନ୍ନତ ମାନର ଶିକ୍ଷା ରୁ ବଞ୍ଚିତ କରାଯାଉ ଥିବାରୁ ଅସନ୍ତୋଷ ପ୍ରକାଶ ପାଉଛି।
ପ୍ରକାଶ ଥାଉ କି କେନ୍ଦୁଝର ଜିଲ୍ଲାର ଚମ୍ପୁଆ ର ରାମଲା, କେନ୍ଦୁଝର ସଦର ଡିଡି କଲେଜ କ୍ଯାମ୍ପସ, ଆନନ୍ଦପୁର ର ଗୋହିରା ଓ ଘଟଗାଁର ଦେହୁରିପଶି ଠାରେ ହଷ୍ଟେଲ ରେ ରହି ଜିଲ୍ଲାର ପ୍ରତିଷ୍ଠିତ ଇଂରାଜୀମାଧ୍ୟମ ସ୍କୁଲ ନିର୍ମଳା କନଭେଣ୍ଟ ସ୍କୁଲ,ସେଣ୍ଟ ଜାଭିଅର ସ୍କୁଲ, ଡିଏଭି ପବ୍ଲିକ ସ୍କୁଲ, କେରଲା ଇଂଲିଶ ମିଡିଅମ ସ୍କୁଲ, ଚନ୍ଦ୍ରଶେଖର ଇଂଲିଶ ମିଡିଅମ
ସ୍କୁଲ,ପ୍ରାଣବଲ୍ଲଭ ଇଂଲିଶ ମିଡିଅମ ସ୍କୁଲ, ଗ୍ରୀନ ଫିଲ୍ଡ ସ୍କୁଲ, ଶ୍ରୀ ଗୁରୁକୁଳ ଇଂଲିଶ ମିଡିଅମ ସ୍କୁଲ, ଗାୟତ୍ରୀ ରେସିଡ଼େନ୍ସିଆଲ ସ୍କୁଲ ରେ ୧୨୨୬ ଛାତ୍ରଛାତ୍ରୀ ଅଧ୍ୟୟନରତ ଅଛନ୍ତି, ଏବଂ ଜିଳ୍ଲା ଖଣିଜ ପ୍ରତିଷ୍ଠାନ ସହାୟତାରେ ୧୭୧ ଖଣି କ୍ଷତିଗ୍ରସ୍ତ ଅଞ୍ଚଳ ଛାତ୍ର ଛାତ୍ରୀ ଝାଡବେଲଦା ଠାରେ ରହି ପଢିବାର ସୁଯୋଗ ପାଇଛନ୍ତି । ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ୮ଟି ସ୍କୁଲ ସମୁଦାୟ ୨୭୪ ଛାତ୍ର ଛାତ୍ରୀ ମାଟ୍ରିକ ପରୀକ୍ଷା ଦେଇଥିବା ଜିଲା ସମାଜ ମଙ୍ଗଳ ଅଧିକାରୀ ବିକାଶ କୁମାର ମହାନ୍ତି କହିଛନ୍ତି l
ସୂଚନା ଥାଉକି ଗତବର୍ଷ ଦଶମ ପରୀକ୍ଷା ରେ ଦେବପ୍ରସାଦ ହାସଃଦା ସର୍ବାଧିକ ୯୪%ଓ ସୁମିତ୍ରା ବେଶ୍ରା ୮୭% ମାର୍କ ସହିତ ଉତ୍ତୀର୍ଣ୍ଣ ହୋଇ ଆନ୍ବେଷା ଯୋଜନା କୁ ସଫଳ କରି ରାଜ୍ଯ ସରକାର ଙ୍କ ଆଦିବାସୀ କଲ୍ଯାଣ ମନ୍ତ୍ରୀଙ୍କ ଠାରୁ ପୁରସ୍କୃତ ହୋଇଥିଲେ। ସରକାର ଏହି ଯୋଜନା କୁ ବନ୍ଦ ନକରି ପୁଣି ପୁନର୍ବାର ନାମଲେଖାର ସୁଯୋଗ ପ୍ରଦାନ କରିବା ସହ ଆଦିବାସୀ ଛାତ୍ରଛାତ୍ରୀଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିବାକୁ ବୁଦ୍ଧିଜୀବୀ ଦାବୀ କରିଛନ୍ତି l

ମନୋଜ ପଟେଲଙ୍କ ରିପୋର୍ଟ।

16
1068 views

Comment