logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

୧୦ ବର୍ଷ ହେବ ବନ୍ଦ ହୋଇ ରହିଛି ମତ୍ସ୍ୟ ଯାଆଁଳ ଉତ୍ପାଦନ କେନ୍ଦ୍ର।

୧୦ ବର୍ଷ ହେବ ବନ୍ଦ ହୋଇ ରହିଛି ମତ୍ସ୍ୟ ଯାଆଁଳ ଉତ୍ପାଦନ କେନ୍ଦ୍ର।

କେନ୍ଦୁଝର, : ୧୧|୦୩ କେନ୍ଦୁଝର ଜିଲା ତେଲକୋଇରେ ଥିବା ସରକାରୀ ମତ୍ସ୍ୟ ଯାଆଁଳ ଉତ୍ପାଦନ କେନ୍ଦ୍ର ଗତ ୧୦ବର୍ଷ ହେବ ବନ୍ଦ ହୋଇ ରହିଛି । ମତ୍ସ୍ୟ ଯାଆଁଳ ଉତ୍ପାଦନ କେନ୍ଦ୍ରକୁ ଯିବା ପାଇଁ ରାସ୍ତା ନଥିବାରୁ ବନ୍ଦ ହୋଇ ପଡିଛି । ବାଂଶପାଳ, ତେଲକୋଇ ବ୍ଲକର ଚାଷୀ ତେଲକୋଇସ୍ଥିତ ମତ୍ସ୍ୟ ଯାଆଁଳ ଉତ୍ପାଦନ କେନ୍ଦ୍ରରୁ ମାଛ ଯାଆଁଳ ସଂଗ୍ରହ କରିଥାନ୍ତି । ଏହି ଅଞ୍ଚଳରେ ମାଛ ଚାଷର ପ୍ରସାର ପାଇଁ ୧୯୭୦ ମସିହାରେ ତେଲକୋଇରେ ୪ଏକର ଜମିରେ ମତ୍ସ୍ୟ ଯାଆଁଳ ଉତ୍ପାଦନ କେନ୍ଦ୍ର ଆରମ୍ଭ ହୋଇଥିଲା। ଏହି ସ୍ଥାନରେ ୫ଟି ପୋଖରୀରେ ମତ୍ସ୍ୟ ଯାଆଁଳ ଉତ୍ପାଦନ ହେଉଥିଲା। ଏହି କେନ୍ଦ୍ରରୁ ରୋହି, ଭାକୁର, ମିରିକାଳି, ଚାଇନା ରୋହି ମାଛ ଯାଆଁଳ ଉତ୍ପାଦନ ହୋଇ ଚାଷୀଙ୍କୁ ଯୋଗାଇ ଦିଆଯାଉଥିଲା। ଏହି
କେନ୍ଦ୍ରରୁ ମାଛ ନେଇ ଚାଷୀ ପୋଖରୀ, ପ୍ରାକୃତିକ ଜଳ ଉତ୍ସ, ଜଳଭଣ୍ଡାର, ନଦୀଗଣ୍ଡ ଇତ୍ୟାଦିମାନଙ୍କରେ ଛାଡ଼ି ଲାଭବାନ ହେଉଥିଲେ ।
ମତ୍ସ୍ୟ ଯାଆଁଳ ଉତ୍ପାଦନ କେନ୍ଦ୍ରକୁ ଯାଇଥିବା ରାସ୍ତା ୨ଜଣ ଲୋକଙ୍କ ଜମି ଉପରେ ରହିଛି। ବିଲ ରାସ୍ତାରେ ଗାଡି ଚଳାଚଳ ପାଇଁ ସେମାନେ ବାରଣ
କରିବାରୁ ଉକ୍ତ ମତ୍ସ୍ୟ ଯାଆଁଳ ଉତ୍ପାଦନ କେନ୍ଦ୍ର ବନ୍ଦ ରହିଛି। ତେଲକୋଇ ମତ୍ସ୍ୟ ଯାଆଁଳ ଉତ୍ପାଦନ କେନ୍ଦ୍ରରୁ ମାଛ ଯାଆଁଳ ନେଉଥିବା ଚାଷୀମାନେ ବର୍ତ୍ତମାନ କେନ୍ଦୁଝରଠାରେ ଥିବା ଦିଗଧନ ଏବଂ ପାଟଣା ବ୍ଳକର ମୂଷାଖୋରୀ ମତ୍ସ୍ୟ ଯାଆଁଳ ଉତ୍ପାଦନ କେନ୍ଦ୍ରର ମାଛ
ଯାଆଁଳ ନେଉଛନ୍ତି। ମତ୍ସ୍ୟ ଯାଆଁଳ କେନ୍ଦ୍ର ବନ୍ଦ ହେବା ପରେ ପ୍ରଶାସନ ପକ୍ଷରୁ ରାସ୍ତା ପାଇଁ ପଦକ୍ଷେପ ନିଆଯାଉ ନାହିଁ । ଏହା କାର୍ଯ୍ୟକ୍ଷମ ହେଲେ ବାର୍ଷିକ ୩୦ଲକ୍ଷ ମତ୍ସ୍ୟ ଯାଆଁଳ ଉତ୍ପାଦନ ହୋଇପାରିବ ଏବଂ ବାଂଶପାଳ ଏବଂ ତେଲକୋଇ ବ୍ଳକ ସମତେ ନିକଟସ୍ଥ ପାଲଲହଡା ବ୍ଲକର ଚାଷୀ ଉପକୃତ ହେବେ । ପଞ୍ଚାୟତ ପୋଖରୀରେ ମାଛ ଚାଷ କରୁଥିବା ମହିଳା ସ୍ବୟଂସହାୟକ ଗୋଷ୍ଠୀର ସଦସ୍ୟାମାନେ ବାହାରୁ ମାଛ ଯାଆଁଳ ଆଣି ଅଧିକ ଖର୍ଚ୍ଚାନ୍ତ ହେଉଛନ୍ତି । ତେଲକୋଇ ବ୍ଳକରେ ମାଛ ଚାଷୀ, ମତ୍ସ୍ୟ ଉଦ୍ୟୋଗୀଙ୍କ ପାଇଁ ମତ୍ସ୍ୟ ଯାଆଁଳ ଉତ୍ପାଦନ କେନ୍ଦ୍ର ତୁରନ୍ତ ଆରମ୍ଭ କରିବାକୁ ଦାବି ହୋଇଆସୁଛି । ଏ ନେଇ ଜିଲା ମତ୍ସ୍ୟ ବିଭାଗର ଉପନିର୍ଦ୍ଦେଶକ ପ୍ରମୋଦ କୁମାର ରାଉତଙ୍କ ସହ ଯୋଗାଯୋଗ କରିବାରୁ ରାସ୍ତା ସମସ୍ୟା ଥିବାରୁ ମତ୍ସ୍ୟ ଯାଆଁଳ ଉତ୍ପାଦନ କେନ୍ଦ୍ର ବନ୍ଦ ରହିଛି । ୮୦ ମିଟର ଲମ୍ବା ଏବଂ ୩୦ ଫୁଟ ଚଉଡାର ରାସ୍ତା ହେଲେ ମତ୍ସ୍ୟ ଯାଆଁଳ ଉତ୍ପାଦନ କେନ୍ଦ୍ର ପୂର୍ବପରି ଚାଲିପାରିବ। ରାସ୍ତା ବ୍ୟବସ୍ଥା କରିବାକୁ ଦେ ତେଲକୋଇ ତହସିଲଦାରଙ୍କୁ ଚିଠି କରାଯାଇଛି ବୋଲି ଶ୍ରୀ ରାଉତ ପ୍ରକାଶ କରିଛନ୍ତି।

ଖଣ୍ଡାଧାର ନିଉଜ- ସାମ୍ବାଦିକ ସତ୍ୟଜିତ ମିଶ୍ରଙ୍କ ରିପୋର୍ଟ।

10
684 views

Comment