ବିକାଶ ଜ୍ୟୋତି ଫାଉଣ୍ଡେସନ ପକ୍ଷରୁ ଚକ୍ଷୁ ପରୀକ୍ଷା ଶିବିର।
ବିକାଶ ଜ୍ୟୋତି ଫାଉଣ୍ଡେସନ ପକ୍ଷରୁ ଚକ୍ଷୁ ପରୀକ୍ଷା ଶିବିର।
---------------------------------------------
କେନ୍ଦୁଝର, ତା:୧୩/୦୩ (ଖଣ୍ଡାଧାର ନିଉଜ) କେନ୍ଦୁଝର ଜିଲ୍ଲା ର ସକ୍ରିୟ ସ୍ବେଛାସେବୀ ଅନୁଷ୍ଠାନ "ବିକାଶ ଜ୍ୟୋତି ଫାଉଣ୍ଡେସନ" ଓ ସଂଜୀବନୀ ହସ୍ପିଟାଲ ପକ୍ଷରୁ ଜିଲ୍ଲା ର ବିଭିନ୍ନ ଅଂଚଳରେ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇ ଯାଇଛି। ବିଗତ ଜାନୁଆରୀ ଓ ଫେବୃଆରୀ ଦୁଇ ମାସ ମଧ୍ୟରେ ଜିଲ୍ଲା ର ମୋଟ ୨୫ ଟି ପଂଚାୟତ ରେ ୯୩୧ ଜଣ ବରିଷ୍ଠ ନାଗରିକ ମାନଙ୍କର ମାଗଣାରେ ଚକ୍ଷୁ ପରୀକ୍ଷା କରାଯାଇଛି। ସେଥି ମଧ୍ୟ ରୁ ୧୫୭ ଜଣଙ୍କୁ ସୁଲଭ ମୂଲ୍ୟରେ ସମୀପ ଦୃଷ୍ଟି ଚଷମା ଯୋଗାଇ ଦିଆଯାଇଛି ଏବଂ ୧୫୯ ଜଣ ମୋତିଆବିନ୍ଦୁ ରୋଗୀ ଚିହ୍ନଟ କରାଯାଇ କେନ୍ଦୁଝର ସହର ର ସଂଜୀବନୀ ହସ୍ପିଟାଲ ରେ ଅସ୍ତ୍ରୋପଚାର କରାଯାଇଛି। ଆଗାମୀ ଦିନରେ ଜିଲ୍ଲା ର ଆଦିବାସୀ ଓ ଜୁଆଙ୍ଗ ଜନଜାତି ଅଂଚଳରେ ବ୍ୟାପକ ଭାବେ ବିକାଶ ଜ୍ୟୋତି ଫାଉଣ୍ଡେସନ ଓ ସଂଜୀବନୀ ହସ୍ପିଟାଲ, କେନ୍ଦୁଝର ର ମିଳିତ ସହଯୋଗ ରେ ଚକ୍ଷୁ ଚିକିତ୍ସା ସେବା ଯୋଗାଇ ଦିଆଯିବ ବୋଲି ସୂଚନା ମିଳିଛି।
ସାମ୍ବାଦିକ ସତ୍ୟଜିତ ମିଶ୍ରଙ୍କ ରିପୋର୍ଟ।