logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

କେନ୍ଦୁଝରରୁ ବରିଷ୍ଠ ନାଗରିକମାନଙ୍କ ପୁରୀ ଅଭିମୁଖେ ତୀର୍ଥଯାତ୍ରା।

କେନ୍ଦୁଝରରୁ ବରିଷ୍ଠ ନାଗରିକମାନଙ୍କ ପୁରୀ ଅଭିମୁଖେ ତୀର୍ଥଯାତ୍ରା।

କେନ୍ଦୁଝର, ତା.୧୧.୦୩: ଆଜି ପୂର୍ବାହ୍ନରେ କେନ୍ଦୁଝର ଜିଲ୍ଲାରୁ ୨୨୨ ବରିଷ୍ଠ ନାଗରିକ ରାଜ୍ୟ ସରକାରଙ୍କ 'ଶ୍ରୀ ଜଗନ୍ନାଥ ଦର୍ଶନ' ଯୋଜନାରେ ସାମିଲ ହୋଇ ପୁରୀ ଅଭିମୁଖେ ଯାତ୍ରା କରିଅଛନ୍ତି । ଜିଲ୍ଲା ସଦର ମହକୁମା ଠାରୁ ଓ.ଏସ.ଆର.ଟି.ସିର ୬ ଗୋଟି ଭୋଲଭୋ ବସ୍ ଯୋଗେ ଏହି ଯାତ୍ରାର ଶୁଭାରମ୍ଭ କରାଯାଇଥିଲା ।ଏହି ଅବସରରେ ସ୍ଥାନୀୟ ମାନ୍ୟବର ବିଧାୟକ, ଜିଲ୍ଲାପାଳଙ୍କ ପ୍ରତିନିଧି ଓ ଅନ୍ୟାନ୍ୟ ଅତିଥିମାନେ ଯୋଗଦାନ ପୂର୍ବକ ତୀର୍ଥ ଯାତ୍ରାର ଶୁଭାରମ୍ଭ କରିବା ସହିତ ଯାତ୍ରୀମାନଙ୍କୁ ଆଧ୍ୟାତ୍ମିକ ଦିଗଦର୍ଶନ ଦେଇ ସେମାନଙ୍କ ଯାତ୍ରା ସୁଖମୟ ହେବା ପାଇଁ କାମନା କରିଥିଲେ । ବରିଷ୍ଠ ନାଗରିକ ମାନଙ୍କ ସହିତ ସେମାନଙ୍କର ସୁରକ୍ଷିତ ଓ ନିରାପଦ ଯାତ୍ରା ପାଇଁ ଜିଲ୍ଲାରୁ ସହାୟକ ଅଧିକାରୀମାନେ ମଧ୍ୟ ଗସ୍ତ କରିଛନ୍ତି ।ଯାତ୍ରା ପୂର୍ବରୁ ଆଜି ସକାଳେ ବିଶେଷଜ୍ଞ ଡାକ୍ତରମାନଙ୍କ ଦ୍ଵାରା ସମସ୍ତ ବରିଷ୍ଠ ନାଗରିକମାନଙ୍କର ସ୍ଵାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ଜିଲ୍ଲାପାଳ ଵିଶାଲ ସିଂହ ଏହି ଯାତ୍ରାକୁ ପତାକା ପ୍ରଦର୍ଶନ କରି ଶୁଭାରମ୍ଭ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମନ୍ଦରଧର ମହାଳିକ ଙ୍କ ସମେତ ବିଭାଗୀୟ କର୍ମଚାରୀ, ଗଣମାଧ୍ୟମ ପ୍ରତିନିଧି ତଥା ଜନସାଧାରଣ ଉପସ୍ଥିତ ଥିଲେ। ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ରମେଶ ଚନ୍ଦ୍ର ନାୟକଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସମସ୍ତ କାର୍ଯ୍ୟ ପରିଚାଳନା ହୋଇଥିଲା।

ଖଣ୍ଡାଧାର ନିଉଜ- ବରିଷ୍ଠ ସାମ୍ବାଦିକ ଦିଲ୍ଲିପ କୁମାର ସାହୁଙ୍କ ରିପୋର୍ଟ।

22
1269 views

Comment