logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

କେନ୍ଦୁଝରଗଡ ପୌରପାଳିକା ତରଫରୁ ଭୂମିହୀନ ଗରିବ ପରିବାର ଲୋକଙ୍କୁ ଜବରଦଖଲ ଉଚ୍ଛେଦ ନିମନ୍ତେ ନୋଟିସ ଜାରି କଲା।

କେନ୍ଦୁଝରଗଡ ପୌରପାଳିକା ତରଫରୁ ଭୂମିହୀନ ଗରିବ ପରିବାର ଲୋକଙ୍କୁ ଜବରଦଖଲ ଉଚ୍ଛେଦ ନିମନ୍ତେ ନୋଟିସ ଜାରି କଲା।

କେନ୍ଦୁଝରଗଡ: ତା:୧୨/୦୩ (ଖଣ୍ଡାଧାର ନିଉଜ) ପ୍ରାପ୍ତ ଖବର ଅନୁସାରେ କେନ୍ଦୁଝରଗଡ ପୌରପାଳିକା ତରଫରୁ ଆଶୋକ କୁମାର ନାଏକ, ପିତା: ସ୍ବର୍ଗତଃ ସୋନିଆ ନାଏକ, ସାମନ୍ତରାୟ ପୁର ଶାସନ (ୱାର୍ଡ୍ ନମ୍ବର-୭) କେନ୍ଦୁଝରଗଡ ପୌରାଞ୍ଚଳରେ ବସବାସ କରୁଥିବା ସ୍ଥାୟୀ ବାସିନ୍ଦା ଅଟନ୍ତି। ପୌର ପ୍ରଶାସନ ତରଫରୁ ଜାରି କରାଯାଇଥିବା ରେଫରେନ୍ସ ନୋଟିସ ନମ୍ବର- ୪୭୩୫, ତା୦୯/୦୩/୨୦୨୬ରିଖ ରେ ନୋଟିସ ଜାରି କରି ତିନିଦିନ ମଧ୍ଯରେ ଉକ୍ତ ରହୁଥିବା ସ୍ଥାନ ଖାଲି କରିବାକୁ କୁହାଯାଇଛି। ଯଦି ଉକ୍ତ ସ୍ଥାନ ଖାଲି ନକରନ୍ତି, ତେବେ ଆଇନ୍ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସ୍ପଷ୍ଟ କରାଯାଇଛି।

ଦରଖାସ୍ତକାରୀ ସଂପୂର୍ଣ୍ଣ ଭୂମିହୀନ କାରଣରୁ ଦିର୍ଘଦିନ ଧରି ପ୍ରାୟତଃ ୨୫ ବର୍ଷ ହେବ ୱାର୍ଡ ନମ୍ବର-୭, ସାମନ୍ତରାୟ ପୁର ଶାସନ ସ୍ଥିତ ପୋଖରୀ ହୁଡା ରେ ଅସ୍ଥାୟୀ ବାସସ୍ଥଳୀ କଚ୍ଚା ଘର କରି ଜୀବନଯାପନ କରୁଅଛି। ଅଶୋକ ନାଏକ ର ବ୍ରୁଦ୍ଧାମାଆ, ସ୍ତ୍ରୀ ଏବଂ ଦୁଇଟି ନାବାଳକ ଶିଶୁପୁତ୍ରଙ୍କୁ ନେଇ ଦିନ ମଜୁରିଆ କାର୍ଯ୍ୟ କରି ଜୀବନଯାପନ କରୁଅଛି। ଅଶୋକ ନାଏକ ର ନିଜର ତଥା ପୌତ୍ରୀକ ଜାଗା ବାଡ଼ି ବୋଲି ଆଦୌ କିଛି ନାହିଁ, ଯାହାଫଳରେ ଉକ୍ତ ସ୍ଥାନରେ ଆଶ୍ରୟ ଗ୍ରହଣ କରିବାକୁ ବାଧ୍ଯ ହୋଇଅଛି।

ପୂର୍ବରୁ ଜାଗା ମିଶନ ମାଧ୍ୟମରେ ଅଶୋକ ନାଏକ କୁ ଉପଯୁକ୍ତ ସ୍ଥାନରେ ଥଇଥାନ କରାଯିବାକୁ ପତ୍ର ଦେଇ ସୁନିଶ୍ଚିତ କରିଥିଲେ। କିନ୍ତୁ ଅଦ୍ୟାବଧି ପୌର ପ୍ରଶାସନ ତଥା ଜିଲ୍ଲା ପ୍ରଶାସନ ତଥା ରାଜ୍ଯ ସରକାରଙ୍କ ତରଫରୁ କୌଣସି ପ୍ରକାରର ସହାୟତା ପ୍ରଦାନ କରାଗଲାନାହିଁ। ଏପରିକି ଉପଯୁକ୍ତ ସ୍ଥାନରେ ଥଇଥାନ କରାଯିବାକୁ ସୁବ୍ଯବସ୍ଥା କରାଯାଇନାହିଁ। ଏପରି ଏକ ଘଡିସନ୍ଧି ମୂହୁର୍ତ୍ତରେ ଅଶୋକ ନାଏକ କୁ ପୌରପାଳିକା ତରଫରୁ ନୋଟିସ ପ୍ରଦାନ କରି ଜାଗା ଖାଲି କରିବା ପାଇଁ କୁହାଯାଇଛି। ନୋଟିସ ରେ ସ୍ପଷ୍ଟ ଉଲ୍ଲେଖ କରାଯାଇଛି ଯେ, ନୋଟିସ ପାଇବାର ତିନିଦିନ ମଧ୍ଯରେ ଉକ୍ତ ରହୁଥିବା ସ୍ଥାନ ପରିତ୍ଯାଗ କରିବା ପାଇଁ କୁହାଯାଇଛି। ଅଶୋକ ନାଏକ ଓ ତାହାର ପରିବାର ଭାରତୀୟ ନାଗରିକ ହିସାବରେ ସାମ୍ବିଧାନିକ ମୌଳିକ ମାନବାଧିକାର ଗୁଡିକ ପାଇବାରୁ ବଞ୍ଚିତ କରାଯାଉଛି। ଅଶୋକ ନାଏକ ପୌର ପ୍ରଶାସନ ନିକଟରେ ଦରଖାସ୍ତ ଦ୍ବାରା ବିନମ୍ର ଅନୁରୋଧ କରିଛନ୍ତି। ପୌର ଆଇନ ଅନୁଯାୟୀ ଭୂମିହୀନ ପରିବାର ପ୍ରତି ସାମ୍ବିଧାନିକ ମୌଳିକ ଅଧିକାର ଗୁଡିକ ଯୋଗାଇଦେବା ବ୍ୟବସ୍ଥା ରହିଛି। ତେଣୁ ମୋତେ ତଥା ମୋର ପରିବାରର ସମସ୍ତ ସଦସ୍ଯ/ସଦସ୍ୟମାନଙ୍କୁ ବାସୋପଯୋଗୀ ସ୍ଥାନରେ ଥଇଥାନ କରାଯିବା ପରେ ବର୍ତ୍ତମାନ ରହୁଥିବା ସ୍ଥାନରୁ ଉଚ୍ଛେଦ କରାଗଲେ, ସେଥିରେ ଆମ୍ଭର କୌଣସି ପ୍ରକାରର ଆପତ୍ତି ଅଭିଯୋଗ କରିବାର ପ୍ରୟୋଜନ ରହିବ ନାହିଁ। ଆମ୍ଭେ କୌଣସି ପ୍ରକାରର ପ୍ରଶାସନିକ କାର୍ଯ୍ୟ ତଥା ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟାଘାତ ଉତ୍ପନ୍ନ କରିବା ପାଇଁ ଷଡଯନ୍ତ୍ର କରୁନାହିଁ। ଆମ୍ଭମାନଙ୍କୁ କେବଳ ସାମ୍ବିଧାନିକ ମୌଳିକ ସୁବିଧା ପ୍ରଦାନ କରିବା ପାଇଁ ଦରଖାସ୍ତ ଦ୍ବାରା ବିନମ୍ରତାର ସହିତ ପ୍ରାର୍ଥନା କରୁଅଛୁ ବୋଲି ଅଶୋକ ନାଏକ କହିଛନ୍ତି।

29
956 views

Comment