logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଶାସ୍ତ୍ରୀଜୀ କ୍ଲଷ୍ଟରରେ ଅବସରକାଳୀନ ସମ୍ବର୍ଦ୍ଧନା ସଭା !

ଆଠମଲ୍ଲିକ, ୧୧/୦୩(ଧନଞ୍ଜୟ ନାୟକ ): ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ ଶାସ୍ତ୍ରୀଜୀ କ୍ଲଷ୍ଟରର କ୍ଲଷ୍ଟର ସ୍ତରୀୟ ଅବସରକାଳୀନ ସମ୍ବର୍ଦ୍ଧନା ସଭା କୃତ୍ତିବାସପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି ! ପ୍ରଥମେ ବିଦ୍ୟାଦାତ୍ରୀ ମା ସରସ୍ୱତୀଙ୍କ ଫଟୋ ଚିତ୍ରରେ ଧୂପ, ପୁଷ୍ପ ଓ ନୈବେଦ୍ୟ ଅର୍ପଣ କରି ପୂଜାର୍ଚ୍ଚନା କରାଯାଇଥିଲା !
କୃତ୍ତିବାସପୁର ଉପ୍ରା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମାନସ ରଞ୍ଜନ ପ୍ରଧାନ ମଞ୍ଚ ପରିଚାଳନା କରିଥିଲେ !କରଡାବାହାଳି ଉପ୍ରା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦିଲ୍ଲୀପ କୁମାର ସାହୁ ସଭାପତିତ୍ୱ କରିଥିବାବେଳେ ବନମାଳୀପୁର ଉପ୍ରା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରଜତ କୁମାର ପ୍ରଧାନ ସଂପାଦକ ଭାବେ ଉପସ୍ଥିତ ଥିଲେ ! ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ବରିଷ୍ଠ ଶିକ୍ଷକ ଶରତ କୁମାର ପରିଡ଼ା ଓ ମଳୟ ସାହୁ ଯୋଗଦେଇଥିଲେ !
କୃତ୍ତିବାସପୁର ଗ୍ରାମପଞ୍ଚାୟତ ର ସରପଞ୍ଚ ଜୟନ୍ତ କୁମାର ସାହୁ, ସାଧନ କେନ୍ଦ୍ର ସଂଯୋଜକ ପ୍ରଶାନ୍ତ ପ୍ରଧାନ, ନୂତନ ଭାବେ କ୍ଲଷ୍ଟରରେ ଯୋଗ ଦେଇଥିବା ବରିଷ୍ଠ ଶିକ୍ଷକ ଛବିଳ ରାଉତ ଓ ପୂର୍ବତନ ପ୍ରଧାନ ଶିକ୍ଷକ ଗୋପାଳ ଚନ୍ଦ୍ର ନାୟକ ମଞ୍ଚ ଅଳଙ୍କୃତ କରିଥିଲେ ! ସୁଦର୍ଶନ ବେହେରା ଓ ଉମେଶ ଚନ୍ଦ୍ର ପ୍ରଧାନ ଅତିଥିମାନଙ୍କୁ ପୁଷ୍ପ, ଚନ୍ଦନ ଓ ଉତ୍ତରୀୟ ପ୍ରଦାନ କରି ସ୍ୱାଗତ କରିଥିଲେ ! ସଭାରେ କ୍ଲଷ୍ଟର ଅନ୍ତର୍ଗତ ବିଭିନ୍ନ ବିଦ୍ୟାଳୟର ଶିକ୍ଷକ-ଶିକ୍ଷୟିତ୍ରୀମାନେ ଉପସ୍ଥିତ ରହି ବିଦାୟୀ ଶିକ୍ଷକ ଦ୍ୱୟଙ୍କ ସହ କାର୍ଯ୍ୟଜୀବନର ସ୍ମୃତି ଅନୁଭବ ବାଣ୍ଟି ତାଙ୍କ ଆଗାମୀ ଜୀବନ ପାଇଁ ଶୁଭେଚ୍ଛା ଜଣାଇଥିଲେ। ଶେଷରେ ମଳୟ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ !

56
391 views

Comment