logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଡାକ୍ତରଙ୍କ ବଦାନ୍ୟତା

ଖୋର୍ଦ୍ଧା,୧୧.୩.୨୬(ଏ.ଆଇ.ଏମ.ଏ):ଖୋର୍ଦ୍ଧା ଜିଲ୍ଲା ଭୂଷଣ୍ଡପୁର ଅଞ୍ଚଳର ଜଣେ ହୋମିଓପାଥିକ ଡାକ୍ତରଙ୍କ ବଦାନ୍ୟତା ଏବେ ସମସ୍ତଙ୍କ ପାଇଁ ଉଦାହରଣ ହୋଇଛି। ନିଜ ରୋଜଗାରରୁ ସଂଚିତ ଅର୍ଥ ଖର୍ଚ୍ଚ କରି ଅସହାୟ ବୃଦ୍ଧ ବୃଦ୍ଧାଙ୍କୁ ସହାୟତାର ହାତ ବଢାଇଛନ୍ତି ଡାକ୍ତର ଇଶାନୀ ବେହେରା।

ଖୋର୍ଦ୍ଧା ଜିଲ୍ଲା ଭୂଷଣ୍ଡପୁର ଅଞ୍ଚଳରେ ପ୍ରସିଦ୍ଧ ହୋମିଓପାଥିକ ଡାକ୍ତର ଇଶାନୀ ବେହେରା ତାଙ୍କ ଗୁରୁଙ୍କ ଉଦ୍ଦେଶ୍ୟରେ ଏକ ସେବାମୂଳକ ପଦକ୍ଷେପ ନେଇଛନ୍ତି। ନିଜ ରୋଜଗାରରୁ ସଂଚିତ ଅର୍ଥରେ ସେ ନିରାକାରପୁର ଖଜୁରୀପଡାରେ ଅବସ୍ଥିତ ଜୀବନ ଆଲୋକ ସେବାଶ୍ରମ ବା ବୃଦ୍ଧାଶ୍ରମକୁ ପହଞ୍ଚି ଅସହାୟ ବୃଦ୍ଧ ବୃଦ୍ଧାମାନଙ୍କୁ ସହାୟତା କରିଛନ୍ତି।
ବୃଦ୍ଧାଶ୍ରମରେ ରହୁଥିବା ପୁରୁଷ ଓ ମହିଳା ଅନ୍ତେବାସୀମାନଙ୍କୁ ବସ୍ତ୍ର, ଶୁଖିଲା ଖାଦ୍ୟ, ବ୍ରଶ, ପେଷ୍ଟ ଓ ସାବୁନ ଭଳି ଆବଶ୍ୟକ ସାମଗ୍ରୀ ବଣ୍ଟନ କରାଯାଇଥିଲା।
ଏହା ସହ ଡାକ୍ତର ଇଶାନୀ ବେହେରା ବୃଦ୍ଧାଶ୍ରମରେ ରହୁଥିବା ଅନ୍ତେବାସୀମାନଙ୍କ ପାଇଁ ପ୍ରତି ମାସରେ ଏକ ଦିନ ମାଗଣା ହୋମିଓପାଥିକ ଚିକିତ୍ସା ସେବା ଯୋଗାଇବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।
ଡାକ୍ତରଙ୍କ ଏହି ମାନବିକ ପଦକ୍ଷେପକୁ ବୃଦ୍ଧାଶ୍ରମରେ ରହୁଥିବା ବୃଦ୍ଧ ବୃଦ୍ଧାମାନେ ଭୁରିଭୁରି ପ୍ରଶଂସା କରିଥିବା ସହ ତାଙ୍କୁ ଆଶୀର୍ବାଦ ମଧ୍ୟ ଦେଇଛନ୍ତି।
ସମାଜସେବାର ଏହି ମହତ୍ ପଦକ୍ଷେପ ଅନ୍ୟମାନଙ୍କ ପାଇଁ ମଧ୍ୟ ପ୍ରେରଣା ହୋଇପାରେ।

68
1459 views

Comment