ସମ୍ବାଦ ଖବରଦାତା ଙ୍କ ମାତୃ ବିୟୋଗ !
ଆଠମଲ୍ଲିକ:୧୧/୦୩(ଧନଞ୍ଜୟ ନାୟକ ) ଆଠମଲ୍ଲିକ ବ୍ଲକ ପାଇକସାହି ଅଞ୍ଚଳର ସମ୍ବାଦ ଖବରଦାତାଙ୍କ ମାତା ଫୁଲତୋମା ରାଉତ (୭୮)ଙ୍କର ବିଡ଼ିସିଂହ ଗ୍ରାମସ୍ଥିତ ନିଜ ବାସଭବନ ରେ ପରଲୋକ ଘଟିଛି। ସେ ଦୀର୍ଘଦିନ ଧରି ଅସୁସ୍ଥ ଥିବା ଜଣାପଡ଼ିଛି ! ତାଙ୍କ ଶେଷକୃତ୍ୟ ଗାଁ ମଶାଣିରେ ସମ୍ପନ୍ନ ହୋଇଥିଲା ! ସେତେବେଳେ ପରିବାର ସଦସ୍ୟଙ୍କ ସହ ଦୁଇ ପୁଅ ଓ ତିନି ଝିଅ ଉପସ୍ଥିତ ଥିଲେ ! ଏହି ଘଟଣାରେ ପାଇକସାହି ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ! ଖବର ପାଇ ପାଇକସାହି ସରପଞ୍ଚ,ଟାପଢୋଲ ସରପଞ୍ଚ ସହିତ ଅଞ୍ଚଳର ବିଶିଷ୍ଟ ବୁଦ୍ଧିଜୀବୀ ମାନେ ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିଥିଲେ ! ସେହିପରି ସମ୍ବାଦ ଅନୁଗୁଳ ସଂସ୍କରଣର ଷ୍ଟାଫ୍ମାନେ ମଧ୍ୟ ପରିବାରକୁ ସମବେଦନା ଜଣାଇଥିଲେ !