logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

କଲେଜ ଛାତ୍ରୀଙ୍କୁ ନେଇ ବ୍ଲାକମେଲ୍: ଯୁବକ ଗିରଫ, ଜାମିନ ଖାରଜ

ଦେବଗଡ଼ ତା ୧୧/୦୩/୨୦୨୬ ରିଖ :- ରିଆମାଲ ପୋଲିସ ସୀମା ଅନ୍ତର୍ଗତ ଦେବଝରଣ ଗ୍ରାମର ଜଣେ ୨୪ ବର୍ଷୀୟ ଯୁବକ କଲେଜ ଛାତ୍ରୀଙ୍କ ପରିବାରକୁ ଆପତ୍ତିଜନକ ଭିଡିଓ ଓ ଫଟୋ ଦେଖାଇ ବ୍ଲାକମେଲ୍ କରିବା ସହ ହତ୍ୟା ଧମକ ଦେଇଥିବା ଅଭିଯୋଗରେ ପୋଲିସ ଗିରଫ କରିଛି।
ପୋଲିସ ସୂତ୍ର ଅନୁଯାୟୀ, ଖିରୋଦ ଚନ୍ଦ୍ର ସାହୁଙ୍କ ପୁଅ ବୀରେନ୍ଦ୍ର କୁମାର ସାହୁ ନାମକ ଅଭିଯୁକ୍ତ ଜଣେ କଲେଜ ଛାତ୍ରୀଙ୍କୁ ନେଇ ତାଙ୍କ ପରିବାରକୁ ଦୀର୍ଘଦିନ ଧରି ହେରାସ କରୁଥିଲେ। ସେ ବାରମ୍ବାର ହ୍ୱାଟସଆପ ମାଧ୍ୟମରେ ଝିଅର ଭାଇଙ୍କୁ ଫୋନ୍ କରି ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରୁଥିଲେ ଏବଂ ଯଦି ଝିଅଟିଙ୍କ ବିବାହ ଅନ୍ୟ କାହା ସହିତ ହୁଏ, ତେବେ ପରିବାର ସଦସ୍ୟଙ୍କୁ ହତ୍ୟା କରିବାକୁ ମଧ୍ୟ ଧମକ ଦେଇଥିବା ଅଭିଯୋଗ ରହିଛି।
ଅଭିଯୁକ୍ତ ଦାବି କରୁଥିଲେ ଯେ ଝିଅଟି ତାଙ୍କ ସହ ସମ୍ପର୍କରେ ଅଛନ୍ତି ଏବଂ ତାଙ୍କ ବିବାହ ଅନ୍ୟଠାରେ ନ କରିବାକୁ ପରିବାରକୁ ଚେତାବନୀ ଦେଉଥିଲେ। ଏହା ସହିତ ସେ ଛାତ୍ରୀଙ୍କ ଆପତ୍ତିଜନକ ଫଟୋ ଓ ଭିଡିଓ ପରିବାର ସଦସ୍ୟଙ୍କୁ ପଠାଇ ବ୍ଲାକମେଲ୍ କରିବାକୁ ଚେଷ୍ଟା କରିଥିବା ତଦନ୍ତରେ ପ୍ରକାଶ ପାଇଛି।
ଏହି ଘଟଣାକୁ ନେଇ ପୀଡିତାଙ୍କ ଭାଇ କୁଣ୍ଢେଇଗୋଲା ପୋଲିସ ଷ୍ଟେସନରେ ଲିଖିତ ଅଭିଯୋଗ ଦାଖଲ କରିଥିଲେ। ଏହା ଆଧାରରେ ପୋଲିସ ଆଇଟି ଆଇନ–୨୦୦୦ ର ଧାରା ୬୬ଇ, ୬୭, ୬୭ଏ ସହ ଭାରତୀୟ ଦଣ୍ଡ ସଂହିତାର ସମ୍ପର୍କିତ ଧାରାରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।
ମଙ୍ଗଳବାର ଦିନ ପୋଲିସ ଅଭିଯୁକ୍ତ ବୀରେନ୍ଦ୍ରଙ୍କୁ ଗିରଫ କରି କୋର୍ଟରେ ହାଜର କରିଥିଲା। କୋର୍ଟ ତାଙ୍କ ଜାମିନ ଆବେଦନ ଖାରଜ କରିଥିବା ସହ ତାଙ୍କୁ ନ୍ୟାୟିକ ହାଜତକୁ ପଠାଇଦେଇଛି।
ଏହାସହ ଅଭିଯୁକ୍ତ ଏପରି ଅନ୍ୟ କୌଣସି ଅପରାଧରେ ଜଡିତ ଅଛନ୍ତି କି ନାହିଁ, ସେଥିପାଇଁ ପୋଲିସ ଅଧିକ ତଦନ୍ତ ଜାରି ରଖିଛି

0
224 views

Comment