logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ବଡ଼ଜେଉନାରେ ୪୦ଜଣଙ୍କ ଚକ୍ଷୁ ପରୀକ୍ଷା

ଜୟପୁର,୧୧/୦୩:କୋରାପୁଟ ଜିଲ୍ଲାରେ ଥିବା ଭ୍ରାମ୍ୟମାଣ ଦୃଷ୍ଟି କେନ୍ଦ୍ର ପକ୍ଷରୁ ରାଜ୍ୟ ସରକାରଙ୍କ 'ସୁରେନ୍ଦ୍ର ସାଏ ଦିବ୍ୟଦୃଷ୍ଟି ଯୋଜନା'ରେ ବୁଧବାର ଜୟପୁର ବ୍ଲକ ବଡ଼ଜେଉନା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଥିଲା।ମୋଟ ୪୦ଜଣଙ୍କ ଚକ୍ଷୁ ପରୀକ୍ଷା ହୋଇଥିବା ବେଳେ ୨୧ଜଣଙ୍କ ଠାରେ ମୋତିଆବିନ୍ଦୁ ଚିହ୍ନଟ, ଦୃଷ୍ଟିଦୋଷ ଥିବା ୬ଜଣଙ୍କର ଚଷମା ପରୀକ୍ଷା ଓ ଅନ୍ୟ ୩ଜଣଙ୍କୁ ରେଫର କରାଯାଇଥିଲା।ଶିବିରରେ ଚକ୍ଷୁରୋଗୀଙ୍କୁ ଔଷଧ ବଣ୍ଟନ ସହିତ ରକ୍ତଚାପ ଓ ରକ୍ତପରୀକ୍ଷା ହୋଇଥିଲା।ଏହି ଯୋଜନାରେ ମୋତିଆବିନ୍ଦୁ ରୋଗୀଙ୍କର ଜୟପୁର ସ୍ଥିତ ଜିଲ୍ଲା ସଦର ମହକୁମା ହସ୍ପିଟାଲରେ ମାଗଣା ଅସ୍ତ୍ରୋପଚାର ବ୍ୟବସ୍ଥା ରହିଛି।ରାବଣାଗୁଡା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡ଼ାଃ ସ୍ଵସ୍ତିକ ମହଲାଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଶିବିରରେ ମାଥାଲପୁଟ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରର ଚକ୍ଷୁ ଚିକିତ୍ସା ଅଧିକାରୀ ବିଜୟ କୁମାର ଆଚାର୍ଯ୍ୟ ରୋଗୀଙ୍କ ଚକ୍ଷୁ ପରୀକ୍ଷା କରିଥିଲେ।ପିଏଚଇଓ ଧରିତ୍ରୀ ମୁଦୁଲି ଓ ବିପିଏମ ସନ୍ତୋଷିନୀ ପଣ୍ଡାଙ୍କ ନେତୃତ୍ୱରେ ଆୟୋଜିତ ଶିବିରରେ ସିଏଚଓ ସୁବ୍ରତା ବେହେରା ଓ ସଂଗୀତା ଗରଡ଼ା, ସୁପରଭାଈଜର ଉଦୟଭାନୁ ପଟ୍ଟନାୟକ,ସ୍ବାସ୍ଥ୍ୟକର୍ମୀ ଜନେଶ୍ୱର ହରିଜନ ଓ ସନ୍ଧ୍ୟାରାଣୀ ବିଷୋୟୀ, ଫାର୍ମାସୀ ଅଧିକାରୀ ଗୋପାଳକୃଷ୍ଣ ପାଣିଗ୍ରାହୀ ପରିଚାଳନା କରିଥିଲେ। ଆଶାକର୍ମୀ ସବିତା ଗଣ୍ଡ,ଜ୍ୟୋତି ହରିଜନ,ପ୍ରତିମା ହରିଜନ, ସୁବାସିନୀ କଛପ,ବାସନ୍ତୀ ହରିଜନ,ଯମୁନା ମାଳି, ଉର୍ମିଳା ଭତ୍ରା,ସୁଜାତା ବାଗ ଓ ପ୍ରତିମା ପାଙ୍ଗି ପ୍ରମୁଖ ସହଯୋଗ କରିଥିଲେ।

14
2619 views

Comment