logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ ପାଳିତ ।

ଦେବଗଡ଼ ତା ୧୧/୦୩/୨୦୨୬ ରିଖ :-ଆଦର୍ଶ ସ୍ନାତକ ମହାବିଦ୍ୟାଳୟ, ଦେବଗଡ଼ର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ତରଫରୁ ଆଜି ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ ଉତ୍ସାହ ଓ ଗରିମାର ସହିତ ପାଳିତ ହୋଇଯାଇଛି। ଓଡ଼ିଆ ଅଧ୍ୟାପିକା ଶ୍ରୀମତୀ ବୀଣାପାଣି ନାୟକଙ୍କ ସଂଯୋଜନାରେ ଆୟୋଜିତ ଏହି ସଭାରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ବିଜୟ କୁମାର ମହାରଣା ସଭାପତିତ୍ୱ କରିଥିଲେ।
ଏହି ଅବସରରେ ପଞ୍ଚାୟତ ସମିତି ଡିଗ୍ରୀ କଲେଜ, ବୁଢ଼ାପାଳର ଓଡ଼ିଆ ଅଧ୍ୟାପକ ଓ ସୁସାହିତ୍ୟିକ ଡ଼ଃ ଭାରତ ଭୂଷଣ ନନ୍ଦ ମୁଖ୍ୟ ଅତିଥି ଭାବରେ ଓ ମୁଖ୍ୟ ବକ୍ତା ଭାବରେ ଯୋଗଦେଇଥିଲେ। ନିଜ ଅଭିଭାଷଣରେ ସେ କହିଥିଲେ ଯେ ଓଡ଼ିଆ ଭାଷା ପ୍ରତି ସମସ୍ତଙ୍କର ଗଭୀର ଭଲପାଇବା ଓ ଗୌରବବୋଧ ରହିବା ଆବଶ୍ୟକ। ଦୈନନ୍ଦିନ ଜୀବନର ସମସ୍ତ କ୍ଷେତ୍ରରେ ଓଡ଼ିଆ ଭାଷାର ବ୍ୟବହାର ବଢ଼ାଇବା ପାଇଁ ସେ ଆହ୍ୱାନ ଜଣାଇଥିଲେ। ଓଡ଼ିଆ ସାହିତ୍ୟର ଅତୀତ ଐଶ୍ୱର୍ଯ୍ୟମୟ, ବର୍ତ୍ତମାନ ଗାରିମାମୟ ଓ ଭବିଷ୍ୟତରେ ଏହା ଜାତୀୟ ସ୍ତରରେ ଅନେକ ସମ୍ଭାବନା ସୃଷ୍ଟି କରିବ ବୋଲି ସେ ମତ ପ୍ରକାଶ କରିଥିଲେ।
ସଭାରେ ଇଂରାଜୀ ଅଧ୍ୟାପିକା ଶତରୂପା ମିଶ୍ର ଓ ଓଡ଼ିଆ ଅଧ୍ୟାପକ ଶ୍ରୀ ମିଳନ କୁମାର ସାହୁ ଶାସ୍ତ୍ରୀୟ ଓଡ଼ିଆ ଭାଷା ଓ ସାହିତ୍ୟର ଗୌରବମୟ ପରମ୍ପରା ସମ୍ପର୍କରେ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ।
ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟାପକ ଜୟନ୍ତ କୁମାର ସାହୁ, ଅନାଦି ଚରଣ ଦାଶ, ସୁନିଲ କୁମାର ସାହୁ, ପ୍ରଫୁଲ୍ଲ କୁମାର ଲାକ୍ରା ଓ ଅଧ୍ୟାପିକା ସଞ୍ଜିତା ଜେନା, ସୁଭଦ୍ରା ନାୟକ ସହ ବହୁ ସଂଖ୍ୟକ ବିଦ୍ୟାର୍ଥୀ ଉପସ୍ଥିତ ରହିଥିଲେ। କାର୍ଯ୍ୟକ୍ରମଟି ଓଡ଼ିଆ ଭାଷା ପ୍ରତି ଗର୍ବବୋଧ ଓ ସଚେତନତା ବୃଦ୍ଧି କରିଥିଲା।

0
0 views

Comment