logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଡିଆ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ପାଣି ପମ୍ପ ଚୋରି

ଖୋର୍ଦ୍ଧା,୧୧.୩.୨୬(ଏ.ଆଇ.ଏମ.ଏ): ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଶିକ୍ଷା ସର୍କଲ ଅନ୍ତର୍ଗତ ଡିଆ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ଗତ ରାତିରେ ପାଣି ଉଠାଇବା ପାଇଁ ବ୍ୟବହୃତ ସମରର୍ସିବଲ ପମ୍ପ ଚୋରି ହୋଇଥିବା ଘଟଣା ଜଣାପଡ଼ିଛି। ଆଜି ସକାଳେ ବିଦ୍ୟାଳୟ କର୍ମଚାରୀମାନେ ସ୍କୁଲକୁ ଆସିବା ସମୟରେ ପମ୍ପ ଲଗାଯାଇଥିବା ସ୍ଥାନରେ ତାହା ନଥିବା ଦେଖିଥିଲେ ।
ସୂଚନା ଅନୁସାରେ, ବିଦ୍ୟାଳୟରେ ଛାତ୍ରଛାତ୍ରୀ ଓ ଶିକ୍ଷକମାନଙ୍କ ପାଇଁ ପାଣି ବ୍ୟବସ୍ଥା କରିବାର ଉଦ୍ଦେଶ୍ୟରେ ସ୍ଥାପିତ ସମରର୍ସିବଲ ପମ୍ପକୁ କିଛି ଦୁର୍ବୃତ୍ତ ଗତ ରାତିରେ ଚୋରି କରି ନେଇଥିବା ସନ୍ଦେହ କରାଯାଉଛି। ଏହାର ଫଳରେ ବିଦ୍ୟାଳୟର ପାଣି ଯୋଗାଣ ବ୍ୟବସ୍ଥା ଗୁରୁତର ଭାବେ ବାଧାପ୍ରାପ୍ତ ହୋଇଛି।ଘଟଣା ସମ୍ପର୍କରେ ବିଦ୍ୟାଳୟ ପକ୍ଷରୁ ନିରାକାରପୁର ଥାନାରେ ଲିଖିତ ଅଭିଯୋଗ ଦାଖଲ କରାଯାଇଛି। ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରି ଚୋରମାନଙ୍କୁ ଶୀଘ୍ର ଧରିବା ପାଇଁ ପ୍ରୟାସ ଜାରି ରଖିଛି।ସ୍ଥାନୀୟ ଲୋକମାନେ ଏପରି ଘଟଣାକୁ ନିନ୍ଦା କରିଥିବା ସହ ବିଦ୍ୟାଳୟର ସମ୍ପତ୍ତି ସୁରକ୍ଷା ପାଇଁ ପ୍ରଶାସନ ତରଫରୁ କଠୋର ପଦକ୍ଷେପ ନେବାକୁ ଦାବି କରିଛନ୍ତି। ବିଦ୍ୟାଳୟ ପ୍ରଶାସନ ମଧ୍ୟ ଶୀଘ୍ର ପମ୍ପ ପୁନଃ ସ୍ଥାପନ କରି ଛାତ୍ରଛାତ୍ରୀଙ୍କ ପାଇଁ ପାଣି ସୁବିଧା ସାଧାରଣ କରିବାକୁ ସମ୍ବନ୍ଧିତ ବିଭାଗ ଓ ଡିଆ ପଞ୍ଚାୟତର ସରପଞ୍ଚଙ୍କୁ ଅନୁରୋଧ କରିଛି।
ପ୍ରକାଶ ଥାଉ କି ଗତ ସପ୍ତାହରେ ବିଦ୍ୟାଳୟ ସାମନାରୁ ଏକ ଟ୍ରାନ୍ସଫର୍ମର ଚୋରି ହୋଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଚୋରକୁ ଠାବ କରାଯାଇ ପାରିନାହିଁ l

5
658 views

Comment