logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଚମ୍ପୁଆ ବ୍ଲକ ଉନ୍ନୟନ କାର୍ଯ୍ୟରେ ହରିଲୁଟ ଚିଠା ଲମ୍ବୁଛି: କଂକ୍ରିଟ ନାମରେ ପେଭର ଦେଇ ଠକିଦେଲେ ଅଧିକାରୀ।

ଚମ୍ପୁଆ ବ୍ଲକ ଉନ୍ନୟନ କାର୍ଯ୍ୟରେ ହରିଲୁଟ ଚିଠା ଲମ୍ବୁଛି: କଂକ୍ରିଟ ନାମରେ ପେଭର ଦେଇ ଠକିଦେଲେ ଅଧିକାରୀ।


ଚମ୍ପୁଆ, ୧୦/୦୩ : ଚମ୍ପୁଆ ବ୍ଲକ ଉନ୍ନୟନ କାର୍ଯ୍ୟ ଗୁଡିକରେ ବିଭାଗ ପକ୍ଷରୁ ନିମ୍ନ ମାନର କାମ କରି ବିଭିନ୍ନ ଉପାୟରେ ଅନୁଦାନ ଟଙ୍କା କୁ ହରିଲୁଟ କରାଯାଉଥିବା ଦେଖିବାକୁ ମିଳୁଛି। ଗ୍ରାମାଞ୍ଚଳର ବିକାଶ ନିମନ୍ତେ ସରକାର ରାଜ୍ୟ ରାଜକୋଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବାବେଳେ ଏଠି ତାର ବିପରୀତ ପ୍ରତି ଫଳନ ଦେଖିବାକୁ ମିଳୁଛି। ପ୍ରତି ପଞ୍ଚାୟତରେ ଦୁର୍ନୀତିର ଫର୍ଦ ଲମ୍ବି ଚାଲିଛି। ଏହିପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଚମ୍ପୁଆ ବ୍ଲକ ଅନ୍ତର୍ଗତ ରଜିଆ ପଞ୍ଚାୟତରେ । ସୂଚନା ଅନୁସାରେ, କେନ୍ଦୁଝର ଜିଲ୍ଲା, ଚମ୍ପୁଆ ବ୍ଳକ, ରଜିଆ ପଞ୍ଚାୟତ ଅନ୍ତର୍ଗତ ଦୋଳିତା ଗ୍ରାମରେ ଥିବା ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ବିକଶିତ ଗାଁ ବିକଶିତ ଓଡ଼ିଶା ଯୋଜନାରେ ଆର୍ଥିକ ବର୍ଷ ୨୦୨୪ - ୨୫ ରେ ୨୦ ନମ୍ବର ଜାତୀୟ ରାଜପଥ ଠାରୁ କଲ୍ୟାଣ ମଣ୍ଡପ ପର୍ଯ୍ୟନ୍ତ କଂକ୍ରିଟ ରାସ୍ତା ନିର୍ମାଣ ନିମନ୍ତେ ଅଟକଳ ମୂଲ୍ୟ ଚାରି ଲକ୍ଷ ଟଙ୍କା ଅନୁଦାନ ପ୍ରଦାନ କରାଯାଇଅଛି। ଏହି ରାସ୍ତାର କାର୍ଯ୍ୟନିର୍ବାହୀ ସଂସ୍ଥା ପଞ୍ଚାୟତ ସମିତି ଚମ୍ପୁଆ ରହିଥିବାବେଳେ ସୁଚନା ଫଳକରେ ଏହାର କାର୍ଯ୍ୟାରମ୍ଭ ତାରିଖ କିମ୍ବା କାର୍ଯ୍ୟର ଶେଷ ତାରିଖ ଲେଖା ଯାଇନାହିଁ । ତେବେ ସୂଚନା ଫଳକରେ କଂକ୍ରିଟ ରାସ୍ତା ଲେଖା ଯାଇଥିବାବେଳେ ଏହି ରାସ୍ତାରେ ପେଭର ବିଛା ଯାଇଥିବା ଦେଖିବାକୁ ମିଳିଛି। ରାସ୍ତା ନିର୍ମାଣ ଆଳରେ କେବଳ ପେଭର ବିଛାଇ ଦେଇ ନିଜର ଦାୟିତ୍ୱ ସାରିଦେଇଛି ବିଭାଗ। ରାସ୍ତା କଡରେ ମାଟି ମଧ୍ୟ ପକା ଯାଇ ନାହିଁ। ତା ସହିତ ଏହି ପେଭର ରାସ୍ତା କାମ ଏତେ ନିମ୍ନ ମାନର ହୋଇଛି ଯେ କାର୍ଯ୍ୟାଦେଶ ର ଏକ ବର୍ଷ ନ ପୁରୁଣୁ ରାସ୍ତା ଭାଙ୍ଗି ଉଦୁରୀ ଯିବା ସହିତ ବିଛା ଯାଇଥିବା ପେଭର ଇଟା ଗୁଡିକ ଢଳ ଢଳ ହୋଇ ହଲିବା ସହିତ ଅନେକ ଭାଙ୍ଗି ନଷ୍ଟ ହୋଇ ଗଲାଣି।
ଫଳରେ ଏହି ରାସ୍ତାର ସ୍ଥାଇତ୍ୱକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ସନ୍ଦେହ ସୃଷ୍ଟି ହୋଇଛି। କଂକ୍ରିଟ ରାସ୍ତା ନାମରେ ନିମ୍ନମାନର ପେଭର କାମ କରି ସ୍ଥାନୀୟ ଲୋକଙ୍କୁ ଠକି ଦେଇଛି ବିଭାଗ। ରାସ୍ତାଟି ଦୋଳିତା ଗ୍ରାମର ଆଦିବାସୀ ମୁଣ୍ଡା ସାହିକୁ ଯାଇଥିବାରୁ ଜାଣି ଜାଣି ବିଭାଗୀୟ ଅଧିକାରୀ ମାନେ ଯୋଜନାବଦ୍ଧ ଭାବେ ନିମ୍ନମାନର କାମ କରି ଅନୁଦାନ ଟଙ୍କାକୁ ହରିଲୁଟ କରିଥିବା କ୍ଷୋଭର ସହିତ ପ୍ରକାଶ କରିଛନ୍ତି ମୁଣ୍ଡାସାହି ବାସିନ୍ଦା। ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ଯରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି ।
ଏ ସମ୍ପର୍କରେ ଚମ୍ପୁଆ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସ୍ମୃତିରଞ୍ଜନ ସାହୁଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରା ଯାଇଥିଲେ ମଧ୍ୟ ଯୋଗାଯୋଗ ହୋଇ ପାରି ନ ଥିବାରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

(ଖଣ୍ଡାଧାର ନିଉଜ: ହେମନ୍ତ କୁମାର ମହାନ୍ତ)

11
1405 views

Comment