logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଧାନମଣ୍ଡି ବନ୍ଦ ନେଇ ରାଜ ରାସ୍ତା ବନ୍ଦ ପାଇଁ ଚେତାବନୀ।

ଧାନମଣ୍ଡି ବନ୍ଦ ନେଇ ରାଜ ରାସ୍ତା ବନ୍ଦ ପାଇଁ ଚେତାବନୀ।

ପଣ୍ଡାପଡା: ୧୦/୦୩ (ଖଣ୍ଡାଧାର ନିଉଜ) କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ପଣ୍ଡାପଡା ସମବାୟ କେନ୍ଦ୍ର ଦ୍ୱାରା ୨୦୨୫-୨୬ ଆର୍ଥିକ ବର୍ଷର ଧାନ ସଂଗ୍ରହ ଜାନୁଆରୀ ୨୪ ଠାରୁ ଫେବୃଆରୀ ୨୨ ଥିବା ଚାଷୀଙ୍କୁ ୧୫ ଦିନ ଅଧିକ ବଢ଼ାଇ ଥିବା କଥା କହି ପଣ୍ଡାପଡା ଲ୍ୟାମ୍ପ ପରିଚାଳନା ନିର୍ଦ୍ଦେଶକ ଅରୁଣ କୁମାର ବେହେରା ପ୍ରତିଶୃତି ଦେଇ, ବର୍ତ୍ତମାନ ମାସ ନାହିଁ, ମାସ ଆସିଲେ ଆମେ ଫୋନ କରି ଡାକିବୁ ବୋଲି କହି ଚାଷୀଙ୍କୁ ଭଣ୍ଡାଉଛନ୍ତି! ଏପରି ସଙ୍ଗିନ୍ ଅଭିଯୋଗ ଉକ୍ତ ଅଞ୍ଚଳର ଚାଷୀ ଫୋକିର ଚରଣ ମହାନ୍ତ, ଗଙ୍ଗାଧର ସିଂହ, ଶଙ୍କର୍ଷଣ ଖଣ୍ଡେଇ, ରାଜେଶ୍ୱରୀ ସିଂ, ଜୟକୃଷ୍ଣ ମହାନ୍ତ, ରମେଶ ମହାନ୍ତ, ଅଭିମନ୍ୟୁ ମହାନ୍ତ, ମଧୁସୁଦନ ମହାନ୍ତ, ଦୁଃଶାସନ ମହାନ୍ତ, ଘାସିନାଥ ମହାପାତ୍ର, ହରିଶ୍ଚନ୍ଦ୍ର ମହାନ୍ତ ଅଭିଯୋଗ କରିଛନ୍ତି। ଅନ୍ୟ ଚାଷୀଙ୍କ ଠାରୁ ମନଇଚ୍ଛା ଧାନ କିଣୁଥିବା ମଧ୍ୟ ଅଭିଯୋଗ ହୋଇଛି। ଯଦି ବାଦ କରାଯାଇଥିବା ଚାଷୀଙ୍କ ଠାରୁ ଧାନ କିଣିବା ବନ୍ଦ କରନ୍ତି, ତେବେ ଆସନ୍ତା ଗୁରୁବାର ୧୨ ତାରିଖ ପଣ୍ଡାପଡା ଲ୍ୟାମ୍ପ ସମ୍ମୁଖରେ ଥିବା ନରଣପୁରୁ ଡ଼ୁବୁରୀ ୭୨୦ ନମ୍ବର ଜାତୀୟ ରାଜପଥ ବନ୍ଦ କରିବେ ବୋଲି ପଣ୍ଡାପଡା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ଶୂନ୍ଯ ରଞ୍ଜନ ଘଣା ଙ୍କ ରିପୋର୍ଟ।

24
1149 views

Comment