logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଜିଲ୍ଲାସ୍ତରୀୟ ପ୍ଲାଷ୍ଟିକ, ପଲିଥିନ ଓ ଥର୍ମକୁଲ୍ ନିୟନ୍ତ୍ରଣ ସମନ୍ୱୟ କମିଟି ବୈଠକ ଅନୁଷ୍ଠିତ

ଦେବଗଡ଼ ତା ୧୦/୦୩/୨୦୨୬ ରିଖ :- ଜିଲ୍ଲାରେ ପ୍ଲାଷ୍ଟିକ, ପଲିଥିନ ଓ ଥର୍ମକୁଲ୍ ବ୍ୟବହାର ନିୟନ୍ତ୍ରଣ କରି ପରିବେଶ ସୁରକ୍ଷାକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଆଜି ଜିଲ୍ଲାସ୍ତରୀୟ ପ୍ଲାଷ୍ଟିକ, ପଲିଥିନ ଓ ଥର୍ମକୁଲ୍ ନିୟନ୍ତ୍ରଣ ସମନ୍ୱୟ କମିଟିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଜିଲ୍ଲା ପ୍ରଶାସନର ବିଭିନ୍ନ ବିଭାଗର ଅଧିକାରୀ, ପୌରପାଳିକା ପ୍ରତିନିଧି ଓ ସମ୍ବନ୍ଧିତ ବିଭାଗର କର୍ମଚାରୀମାନେ ଉପସ୍ଥିତ ରହିଥିଲେ।
ବୈଠକରେ ଜିଲ୍ଲାରେ ଏକବାରିଆ ପ୍ଲାଷ୍ଟିକ (Single Use Plastic) ବ୍ୟବହାରକୁ କଠୋର ଭାବେ ନିଷେଧ କରିବା, ବଜାର ଓ ସାର୍ବଜନୀନ ସ୍ଥାନରେ ପଲିଥିନ ଓ ଥର୍ମକୁଲ୍ ବ୍ୟବହାର ଉପରେ ନଜରଦାରି ବଢ଼ାଇବା ସହ ସଚେତନତା କାର୍ଯ୍ୟକ୍ରମ ଜୋରଦାର କରିବା ପାଇଁ ଆଲୋଚନା ହୋଇଥିଲା। ନିୟମ ଉଲ୍ଲଂଘନ କରୁଥିବା ବ୍ୟବସାୟୀ ଓ ବ୍ୟକ୍ତିବିଶେଷଙ୍କ ବିରୋଧରେ ଆଇନୁସାରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ପାଇଁ ମଧ୍ୟ ସିଦ୍ଧାନ୍ତ ନିଆଯାଇଥିଲା।
ଏହା ସହ ଜିଲ୍ଲାରେ ପରିବେଶ ହିତେଷୀ ବିକଳ୍ପ ବ୍ୟବହାରକୁ ପ୍ରୋତ୍ସାହନ ଦେବା, ଦୋକାନଦାର ଓ ସାଧାରଣ ଲୋକଙ୍କୁ କପଡ଼ା ବ୍ୟାଗ ଓ ଅନ୍ୟାନ୍ୟ ପରିବେଶବାନ୍ଧବ ସାମଗ୍ରୀ ବ୍ୟବହାର ପାଇଁ ଉତ୍ସାହିତ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଥିଲା।
ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତଙ୍କୁ ପ୍ଲାଷ୍ଟିକ ମୁକ୍ତ ପରିବେଶ ଗଢ଼ି ତୋଳିବାରେ ସହଯୋଗ କରିବାକୁ ଆହ୍ୱାନ ଜଣାଇଯାଇଥିଲା।

7
233 views

Comment