logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

*କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବାହିନୀର ୫୭ତମ ପ୍ରତିଷ୍ଠା ଦିବସ ପାଳିତ*


ଦାମନଯୋଡି: କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବାହିନୀ (ସି ଆଇ ଏସ ଏଫ୍) ୧୯୬୯ ମସିହା ମାର୍ଚ୍ଚ ୧୦ ତାରିଖରେ ପ୍ରତିଷ୍ଠା ହେବା ପରଠାରୁ ଦୀର୍ଘ ୫୭ବର୍ଷ ଧରି ନିରବଚ୍ଛିନ୍ନ ଭାବରେ ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ଦାୟିତ୍ବରେ ନିୟୋଜିତ ହୋଇ ଉତ୍କର୍ଷ ସେବା ପ୍ରଦାନ କରି ସ୍ବତନ୍ତ୍ର କିର୍ତିମାନ ସ୍ଥାପନ କରିବାରେ ସଫଳ ହୋଇପାରିଛି । ଏହି ପରିପ୍ରେକ୍ଷୀରେ ମାର୍ଚ୍ଚ ୧୦ ତାରିଖ ଅପରାହ୍ନରେ ଦାମନଯୋଡି ସ୍ଥିତ ନବରତ୍ନ ଉଦ୍ୟୋଗ ନାଲକୋ ସୁରକ୍ଷା ଦାୟିତ୍ୱରେ ଥିବା ସି ଆଇ ଏସ ଏଫ୍ ପକ୍ଷରୁ ନିଜସ୍ଵ ପଡ଼ିଆରେ ୫୭ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଥିଲା । ବରିଷ୍ଠ କମାଣ୍ଡାଣ୍ଟ ସତ୍ୟଦେବ ଆର୍ଯ୍ୟ ଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ନାଲକୋ ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଅମରେନ୍ଦ୍ର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ୟାରେଡ୍ ଅଭିବାଦନ ଗ୍ରହଣ କରିଥିଲେ । ଇନ୍ସପେକ୍ଟର ଏ କେ ସାମନ୍ତରାୟ ଙ୍କ ନିର୍ଦ୍ଦେଶନାରେ ୫ପ୍ଲାଟୁନ ଜୱାନ ପ୍ୟାରେଡ ରେ ଅଂଶଗ୍ରହଣ କରିଥିଲେ । ଶ୍ରୀ ଆର୍ଯ୍ୟ ଉତ୍କର୍ଷତା ର ୫୭ ବର୍ଷର ଗରୀମାମୟ ବିବରଣୀ ପ୍ରଦାନ କରିବା ସହିତ ୩୫୦ ରୁ ଉର୍ଦ୍ଧ୍ବ ଦେଶର ଆଭ୍ୟନ୍ତରୀଣ ସଂଗଠନ, ପ୍ରତିଷ୍ଠାନ, ଉଦ୍ୟୋଗ ଆଦିର ସୁରକ୍ଷା ଦାୟିତ୍ଵ କୁ ସୁଚାରୁ ରୂପେ ତୁଲାଉଥିବା ନିଜ ଅଭିଭାଷଣରେ କହିଥିଲେ । ମୁଖ୍ୟ ଅତିଥି ଶ୍ରୀ ମିଶ୍ର ସି ଆଇ ଏସ ଏଫ୍ ର କାର୍ଯ୍ୟ ଶୈଳୀ ଓ ସୁରକ୍ଷା କୁଶଳତା କୁ ଭୂୟସୀ ପ୍ରଶଂସା କରିଥିଲେ । ଜୱାନ ମାନେ ବିଭିନ୍ନ ଚିତ୍ତାକର୍ଷକ କୌଶଳ ପ୍ରଦର୍ଶନ କରି ପ୍ରଶଂସିତ ହୋଇଥିଲେ । ଇନ୍ସପେକ୍ଟର ଏମ ରହମାନ ଙ୍କ ସହିତ ବରିଷ୍ଠ କନେଷ୍ଟବଳ ଆଞ୍ଚଲ୍ ଦେବୀ ମଞ୍ଚ ସଂଯୋଜନା ଓ ଧାରା ବିବରଣୀ ପ୍ରଦାନ କରିଥିଲେ । ଡେପୁଟି କମାଣ୍ଡାଣ୍ଟ ଡି ଏସ ଚିମା, ଅଗ୍ନିଶମ ଡେପୁଟି କମାଣ୍ଡାଣ୍ଟ ନରେନ୍ଦ୍ର ସିଂ, ଇନ୍ସପେକ୍ଟର ରଞ୍ଜନ କୁମାର ମହାରଣା ଙ୍କ ନେତୃତ୍ୱରେ ସମସ୍ତ ଜୱାନ ମିଳିତ ଭାବେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ନାଲକୋ ସମ୍ପ୍ରସାରଣ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭି ଏସ ଏସ ଆନନ୍ଦ, ପ୍ରଶାସନିକ ବିଭାଗର ମୁଖ୍ୟ ମହାପ୍ରବନ୍ଧକ ସୁଗତୋ ଆନନ୍ଦ ବସୁ, ଖଣି ବିଭାଗ ମୁଖ୍ୟ ମହାପ୍ରବନ୍ଧକ ପୁରୁଷୋତ୍ତମ ମହାନ୍ତ ଙ୍କ ସମେତ ବିଭିନ୍ନ ବିଭାଗର ମୁଖ୍ୟ ମହାପ୍ରବନ୍ଧକ ସମୁହ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ ।

45
1212 views

Comment