logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

'ମଦର' ପକ୍ଷରୁ ରେଙ୍ଗଟା ଓ ସାନଗୋବିନ୍ଦପୁରରେ ବିତ୍ତୀୟ ସାକ୍ଷରତା ସଚେତନତା କାର୍ଯ୍ୟକ୍ରମ

ଖୋର୍ଦ୍ଧା,୧୦.୩.୨୬(ଏ.ଆଇ.ଏମ.ଏ)
ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ, ନାବାର୍ଡ ଏବଂ ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆର ମିଳିତ ପ୍ରୟାସ ରେ ଚାଲୁଥିବା ଆର୍ଥିକ ସାକ୍ଷରତା ପ୍ରକଳ୍ପର କାର୍ଯ୍ୟକାରୀ ଅଂଶୀଦାର 'ମଦର' ପକ୍ଷରୁ ଟାଙ୍ଗୀ ବ୍ଲକ ଲେଣ୍ଡୋ ଗ୍ରାମ ପଞ୍ଚାୟତ ରେଙ୍ଗଟା ଓ ସାନଗୋବିନ୍ଦପୁର ଗ୍ରାମରେ ଆର୍ଥିକ ସାକ୍ଷରତା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି l ଏହି କାର୍ଯ୍ୟକ୍ରମରେ ଚିଲିକା ଆର୍ଥିକ ସାକ୍ଷରତା କେନ୍ଦ୍ରର ଟାଙ୍ଗି, ଚିଲିକା ଏବଂ ବାଣପୁର ବ୍ଳକ ଦାୟିତ୍ଵରେ ଥିବା ପରିଚାଳକ ସନ୍ତୋଷ ପଣ୍ଡା ଏବଂ ଟାଙ୍ଗି ବ୍ଳକର ପରାମର୍ଶଦାତା ସୁମିତ୍ରା ପଣ୍ଡା ଉପସ୍ଥିତ ଥିଲେ, ଏହି କାର୍ଯ୍ୟକ୍ରମରେ ବ୍ୟାଙ୍କ ମିତ୍ର କଳ୍ପନା ସାହୁ,ଏମ୍.ବି.କେ. ଅନୁସୟା ମହାପାତ୍ର, ସି.ଆର୍.ପି. ସଂଯୁକ୍ତା ପ୍ରଧାନ ଏବଂ ମମତା ଶ୍ରୀଚନ୍ଦନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ l ଏହି କାର୍ଯ୍ୟକ୍ରମରେ ବଜେଟ, ସଞ୍ଚୟ, ଖର୍ଚ୍ଚ, କେନ୍ଦ୍ର ସରକାରଙ୍କ ମୃତ୍ୟୁ ଜନିତ ଵୀମା, ଦୁର୍ଘଟଣା ଜନିତ ଵୀମା ,ଅଟଳ ପେନ୍‌ସନ୍ ଯୋଜନା, ଝିଅ ମାନଙ୍କ ପାଇଁ ସୁକନ୍ୟା ସମୃଦ୍ଧି ଯୋଜନା, ପିଲା ମାନଙ୍କ ପାଠ ପଢ଼ିବା ପାଇଁ ବିଦ୍ୟାଲକ୍ଷ୍ମୀ ଯୋଜନା, କଳିଙ୍ଗ ସାଥି ଯୋଜନା, ପୁଅ ମାନଙ୍କ ପାଇଁ ବାତ୍ସଲ୍ୟ ଯୋଜନା, ନାଗରିକ ମାନେ ସ୍ଵାବଲମ୍ବୀ ହେବା ପାଇଁ ରିହାତି ଯୋଜନା ଯେପରିକି ପି.ଏମ୍.ଇ.ଜି.ପି, ପି.ଏମ୍.ଏଫ୍.ଏମ୍.ଇ ଏବଂ ସାଇବର୍ ଠକେଇ ବିଷୟରେ ବିସ୍ତୃତ ଭାବରେ ଅଂଶ ଗ୍ରହଣ କାରୀମାନଙ୍କୁ ବୁଝାଯାଇଥିଲା , ପରିଶେଷରେ ଯଦି କୈ।ଣସି ନାଗରିକଙ୍କର କିଛି ବ୍ୟାଙ୍କ ଜନିତ ସମସ୍ୟାର ସମାଧାନ କିମ୍ବା ପି.ଏମ୍.ଇ.ଜି.ପି., ପି.ଏମ୍.ଏଫ୍.ଏମ୍.ଇ ଏବଂ କଳିଙ୍ଗ ସାଥି ଯୋଜନା ଋଣ କରିବାକୁ ଚାହୁଁଥିଲେ ୯୨୩୭୩୯୪୯୩୭ ରେ ଯୋଗାଯୋଗ କରିବା ପାଇଁ ପରାମର୍ଶ ଦିଆଯାଇଥିଲା

75
1805 views

Comment