ସମାଜସେବୀ ଭୀମସେନ ରାଉତଙ୍କ ଜୟନ୍ତୀ ପାଳିତ
ଘଟଗାଁ, 10/3/2026(- ଘଟଗାଁ ମାଟିର ମହାନ ଜନ ନାୟକ, ସ୍ୱାଧୀନତା ସଂଗ୍ରାମୀ ତଥା ସମାଜ ସଂସ୍କାରକ ସ୍ବର୍ଗତ ଭୀମସେନ ରାଉତଙ୍କ 110 ତମ ଜନ୍ମ ଜୟନ୍ତୀ ମା'ତାରିଣୀ କଲ୍ୟାଣ ମଣ୍ଡପରେ ପାଳିତ ହୋଇଯାଇଛି। ଏହି ଅବସରରେ ପ୍ରଥମେ ମା'ତାରିଣୀ ମନ୍ଦିର ପରିସରରେ ଥିବା ବିକାଶ ପୁରୁଷ ଭୀମବାବୁଙ୍କ ପ୍ରତିମୂର୍ତ୍ତିରେ ଭୀମସେନ ରାଉତ ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ପୁଷ୍ପମାଲ୍ୟ ଅର୍ପଣ କରା ଯାଇଥିଲା। ଏଥି ସହ ତାଙ୍କ ଶତାଧିକ ଅନୁରାଗୀ ତାରିଣୀ ଠାକୁରାଣୀ ମହାବିଦ୍ୟାଳୟ ପରିସରସ୍ଥ ପ୍ରତିମୂର୍ତ୍ତିରେ ମାଲ୍ୟାପର୍ଣ କରି ଏକ ଶୋଭାଯାତ୍ରାରେ ଆସି ମନ୍ଦିର ପରିସରରେ ଥିବା ତାଙ୍କ ପୂର୍ଣ୍ଣ ଅବବୟ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। ଭୀମସେନ ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କେନ୍ଦୁଝର ଡ଼ିଏଫଓ ଏଚ.ଡି ଧନରାଜ,ମୁଖ୍ୟବକ୍ତା ବିଶ୍ୱ ଭାରତୀ ଶାନ୍ତିନିକେତନ ସଭାପତି ସନତ ରଥ,ସମ୍ମାନୀତ ଅତିଥି ଭାବେ ଓସ୍କା ସମ୍ପାଦିକା ଧରିତ୍ରୀ ରାଉତ,ତାରିଣୀ ଠାକୁରାଣୀ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ବଟକୃଷ୍ଣ ନାଥ,ତାରିଣୀ ଠାକୁରାଣୀ ମହାବିଦ୍ୟାଳୟର ଅବସର ପ୍ରାପ୍ତ ପ୍ରାଧ୍ୟାପକ ନିମାଇଁ ଚରଣ ରାଉତ,ବିଶିଷ୍ଟ ସମାଜ ସେବୀ କୃଷ୍ଣଚନ୍ଦ୍ର ମହାନ୍ତି, ପ୍ରଫୁଲ୍ଲ ରାଉତ,ତାରିଣୀ ମନ୍ଦିର ଟ୍ରଷ୍ଟ କାର୍ଯ୍ୟନିର୍ବାହୀ ଅଧିକାରୀ ସଂଜୀବ ମହାପାତ୍ର, ବିଶିଷ୍ଟ ସାମାଜିକ କର୍ମୀ ସାବିତ୍ରୀ ରାଉତ, ସୌମ୍ୟା ରାଉତ ପ୍ରମୁଖ ଯୋଗ ଦେଇ ସ୍ବର୍ଗତ ଭୀମସେନ ରାଉତଙ୍କ ଘଟଗାଁ ଏବଂ ଅଞ୍ଚଳର ଶିକ୍ଷା ପ୍ରତି ଥିବା ତାଙ୍କ ଅବଦାନକୁ ସ୍ମରଣ କରିଥିଲେ। କାର୍ଯ୍ୟକ୍ରମରେ ମେମୋରିଆଲ ଟ୍ରଷ୍ଟର ଟ୍ରଷ୍ଟି ରାଧାଶ୍ୟାମ ରାଉତ ସଭାପତିତ୍ୱ କରିଥିବା ବେଳେ ଟ୍ରଷ୍ଟ ସଦସ୍ୟ ଚନ୍ଦ୍ରଶେଖର ସାହୁ ବିବରଣୀ ପାଠ ଏବଂ ଅଜୟ କୁମାର ବେଜ ସଂଯୋଜନା କରିଥିଲେ। ଏହି ଅବସରରେ ବିଭିନ୍ନ ବିଦ୍ୟାଳୟର କୃତୀ ଛାତ୍ର ଛାତ୍ରୀଙ୍କୁ ପୁରସ୍କାର ବିତରଣ କରା ଯାଇଥିଲା।ଟ୍ରଷ୍ଟର ବରିଷ୍ଟ ସଦସ୍ୟ ଅନାଦି ସିଂ,କୁଳମଣି ମଣ୍ଡଳ,ଜଗବନ୍ଧୁ ମହାନ୍ତ,କମଳାକାନ୍ତ ବାରିକ,ଡମ୍ବରୁ ରାଉତ,ହୃଷିକେଶ ମହାନ୍ତ, ଉଜ୍ବଳ ସାହୁ,ଲୁନା ରାଉତ,ଭାଗିରଥି ନାଏକ,କୃଷ୍ଣଚଦ୍ର ପୃଷ୍ଟି, ସେକ ଦାଉଦ,ଶତ୍ରୁଘନ ବେହେରା,ରଶ୍ମି ରାଉତ,ସରୋଜ ପଣ୍ଡା, ରାମଚନ୍ଦ୍ର ହେମ୍ବ୍ରମ,ଉପେନ୍ଦ୍ର ନାଏକ,ଧର୍ମେନ୍ଦ୍ର ରାଉତ,କମଳ ଲୋଚନ ନାଏକ,ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଶେଷରେ ଟ୍ରଷ୍ଟର ବରିଷ୍ଟ ସଦସ୍ୟ କୁଳମଣି ମଣ୍ଡଳ ଧନ୍ୟବାଦ ଅର୍ପଣ କରିଥିଲେ ।