ନାଲକୋ ହସ୍ପିଟାଲ ତରଫରୁ ମେଦବହୁଳତା ଦିବସରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ, ଦାମନଯୋଡି,କୋରାପୁଟ, ଓଡିଶା,ତା୧୦/୩/୨୬(ମଙ୍ଗଳବାର)
ନାଲକୋ ହସ୍ପିଟାଲରେ ମେଦବହୁଳତା ଦିବସ ପାଳନ
ଦାମନଯୋଡି:-୧୦/୩ ନବରତ୍ନ ଉଦ୍ୟୋଗ ନ୍ୟାସନାଲ ଆଲୁମିନିୟମ ପ୍ରକଳ୍ପ ଦାମନଯୋଡିରେ ମେଦବହୁଳତା ଦିବସ ଅବସରରେ ନାଲକୋ ମେଡିକାଲ ତରଫରୁ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହୋଇଥିଲା ।ମେଡିକାଲ ସୁପରିଟେଣ୍ଡେଣ୍ଟ ଡ. ସଂନ୍ଧ୍ଯାରାଣୀଙ୍କ ତତ୍ତ୍ବାବଧାନରେ ପ୍ରଭାତରେ ଏକ ବିଶାଳ ମାରାଥନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ନାଲକୋର କାର୍ଯ୍ଯନିର୍ବାହୀ ନିର୍ଦ୍ଦେଶକ ଅମରେନ୍ଦ୍ର ମିଶ୍ର ପତାକା ଦେଖାଇ ମାରାଥନ ଶୁଭାରମ୍ଭ କରିଥିଲେ ।ନାଲକୋର ମୁଖ୍ଯ ମହାପ୍ରବନ୍ଧକଗଣ ସୁଗାତୋ ଆନନ୍ଦ ବାସୁ,ମନୋରଞ୍ଜନ ପଣ୍ଡା,ସଞ୍ଜୟ ଗୁପ୍ତା,ସଞ୍ଜୟ ପଟ୍ଟନାୟକ,ମେଡିକାଲର ସମସ୍ତ ଡାକ୍ତର, ନର୍ସ,ଅଫିସ କର୍ମଚାରୀ,ଦାମନଯୋଡିର ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତାଗଣ,ସାଧାରଣ ଜନସାଧାରଣ ବହୁପରିମାଣରେ ମାରାଥନରେ ଅଂଶଗ୍ରହଣ କରି ସଚେତନତାର ବାର୍ତ୍ତା ପ୍ରଦାନ କରିଥିଲେ ।ମାରାଥନ ପରେ ନାଲକୋ ମଲ୍ଟିପରପସ୍ ହଲରେ ବିଶାଖପାଟଣାର ସେଭେନ ହିଲ୍ସ ହସ୍ପିଟାଲର ଡଃ ବାର୍ଲା ଓ,ଦୁଇଜଣ ଡାଇଟିସିଆନ୍ ମେଦବହୁଳତା କାରଣ ଓ ତାର ନିରାକରଣ ଉପରେ ସମବେତ କର୍ମଚାରୀଙ୍କୁ ମାର୍ଗ ଦର୍ଶନ କରିଥିଲେ ।ଶେଷରେ ଡଃ ସଂନ୍ଧ୍ଯାରାଣୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।