logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ତୋରା ଅଞ୍ଚଳରେ ସଟ୍ଟା ଖେଳ ଉପରେ ପୁଲିସ ଚଢ଼ାଉ, ଦୁଇ ଗିରଫ

ବରଗଡ଼ ଗ୍ରାମାଂଚଳ ଥାନା ଅନ୍ତର୍ଗତ ତୋରା ଅଞ୍ଚଳରେ ସଟ୍ଟା ଖେଳ ଚାଲୁଥିବା ସୂଚନା ପାଇ ପୁଲିସ ପକ୍ଷରୁ ଚଢ଼ାଉ କରାଯାଇ ଦୁଇ ଜଣଙ୍କୁ ଗିରଫ କରାଯାଇଛି। ଏନେଇ ବରଗଡ଼ ଗ୍ରାମାଞ୍ଚଳ ଥାନାରେ ମାମଲା ନମ୍ବର ୫୭, ତାରିଖ ୦୯.୦୩.୨୦୨୬ ରେ ଭାରତୀୟ ନ୍ୟାୟ ସଂହିତାର ବିଭିନ୍ନ ଧାରାରେ ମାମଲା ରୁଜୁ କରାଯାଇଛି।
ପୁଲିସ ତରଫରୁ ମିଳିଥିବା ସୂଚନା ଅନୁସାରେ ତୋରା ଗାଁ ଅଞ୍ଚଳରେ ସଟ୍ଟା ଖେଳ ଚାଲୁଥିବା ଭରସାଯୋଗ୍ୟ ଖବର ମିଳିବା ପରେ ଗ୍ରାମ୍ୟ ଥାନା ଆଇଆଇସିଙ୍କ ନେତୃତ୍ୱରେ ଏକ ବିଶେଷ ଦଳ ଗଠନ କରାଯାଇଥିଲା। ପରେ ଏହି ଦଳ ଚଢ଼ାଉ କରି ସଟ୍ଟା ଖେଳ ଆୟୋଜନ କରୁଥିବା ସମୟରେ ଦୁଇ ଜଣଙ୍କୁ ରଙ୍ଗେହାତ ଧରିଥିଲା।
ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ତୋରା କ୍ୟାନାଲ ପଡ଼ାର ଶ୍ୟାମ ସିକା (୩୮) ଓ ବରହାଗୋଡ଼ା କ୍ୟାନାଲ ଛକର ରାଜେଶ ବାଗ (୩୨)। ପୁଲିସ ଘଟଣାସ୍ଥଳରୁ ୫ ହଜାର ଟଙ୍କା ନଗଦ, ସଟ୍ଟା ନମ୍ବର ଲେଖା ଥିବା ୨ଟି ଚିଟ୍‌ ଖାତା, ଗୋଟିଏ କ୍ୟାଲକୁଲେଟର, ଗୋଟିଏ ସଟ୍ଟା ଚାର୍ଟ, ୨ଟି କାର୍ବନ କାଗଜ ଓ ଗୋଟିଏ ବଲ ପେନ ଜବତ କରିଛି।
ପୁଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି ଆଦାଲତକୁ ପେଶ କରିବା ପାଇଁ ପ୍ରକ୍ରିୟା ଜାରି ରହିଛି ବୋଲି ଜଣାପଡ଼ିଛି।

0
0 views

Comment