logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ସ୍ବର୍ଗତ ଯୋଗେନ୍ଦ୍ର ଦାସଙ୍କ ଏକାଦଶାହ କାର୍ଯ୍ୟକ୍ରମ ରେ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ।

ସ୍ବର୍ଗତ ଯୋଗେନ୍ଦ୍ର ଦାସଙ୍କ ଏକାଦଶାହ କାର୍ଯ୍ୟକ୍ରମ ରେ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ।

କେନ୍ଦୁଝର: ୦୯/୦୩ (ଖଣ୍ଡାଧାର ନିଉଜ) କେନ୍ଦୁଝର ଜିଲ୍ଲା ତଥା ଓଡ଼ିଶାର ପ୍ରତିଷ୍ଠିତ ଜ୍ୟୋତିଷ ବିଶାରଦ ତଥା ଅବସରପ୍ରାପ୍ତ ବ୍ୟାଙ୍କ ପରିଚାଳକ ସ୍ବର୍ଗତ ଯୋଗେନ୍ଦ୍ରନାଥ ଦାସଙ୍କର ଏକାଦଶାହରେ ତାଙ୍କର କେନ୍ଦୁଝରଗଡ଼ ପୁରୁଣା ସହର ରେ ଥିବା ବାସଭବନ ଠାରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଶ୍ରଦ୍ଧାଞ୍ଜଳି ସଭାରେ ଡାକ୍ତର ଅରୁଣ କୁମାର ସାହୁ, ବୁଦ୍ଧିଜୀବୀ ଭରତ କୁମାର ପାତ୍ର, ବିଶିଷ୍ଟ ସଂଗୀତ ନିର୍ଦ୍ଦେଶକ ମନୋଜ କୁମାର ମିଶ୍ର, ବରିଷ୍ଠ ନାଗରିକ ନବକିଶୋର ସାହୁ, ସରୋଜ କୁମାର ରଣା, ଭକ୍ତବତ୍ସଳ ମହାନ୍ତି, ବଳଭଦ୍ର ପାତ୍ର, ଶିକ୍ଷାବିତ ମନୋଜ କୁମାର ରଥ, ଏକ ନମ୍ବର ୱାର୍ଡ କାଉନସିଲର ତଥା ସମାଜସେବୀ ଶରତ କୁମାର ସାହୁ, ଘୁଙ୍ଗୁରୁ କ୍ଲବ୍ ଅନୁଷ୍ଠାନର ସଭାପତି ଜ୍ଞାନରଞ୍ଜନ ପତି, ସମାଜସେବି କର୍ଣ୍ଣାଟକେଶରୀ ଜେନା, ତାଙ୍କ ଜ୍ବାଇଁ ଭୈରବ କୁମାର ବେହେରା, ସାମ୍ବାଦିକ ରାଜେନ୍ଦ୍ର ସାହୁ, ଦେବାଶିଷ ମିଶ୍ରଙ୍କ ସମେତ ବହୁ ଗଣ୍ୟମାନ ବ୍ୟକ୍ତି ସ୍ବର୍ଗତ ଦାସଙ୍କର ବହୁମୁଖି ପ୍ରତିଭା ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିବା ସହ ସ୍ବର୍ଗତ ଦାସଙ୍କର ଫୋଟଚିତ୍ରରେ ପୁଷ୍ପମାଲ୍ୟ ପ୍ରଦାନ କରି ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଇଥିଲେ। ସାମ୍ବାଦିକ ସତ୍ୟଜିତ ମିଶ୍ର ସ୍ମୁତି ସଭାର ସଂଯୋଜନା ଦାୟିତ୍ୱ ନିର୍ବାହ କରିଥିଲେ।

ସାମ୍ବାଦିକ ସତ୍ୟଜିତ ମିଶ୍ରଙ୍କ ରିପୋର୍ଟ।

11
535 views

Comment