logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ପର୍ଯ୍ଯଟନ ସ୍ଥଳୀ ସାନଘାଗରା ଜଳପ୍ରପାତ ନିଲାମ କୁ ନେଇ ଗୁରୁତର ଅଭିଯୋଗ।

ପର୍ଯ୍ଯଟନ ସ୍ଥଳୀ ସାନଘାଗରା ଜଳପ୍ରପାତ ନିଲାମ କୁ ନେଇ ଗୁରୁତର ଅଭିଯୋଗ।

କେନ୍ଦୁଝର -୦୯/୦୩(ଖଣ୍ଡାଧାର ନିଉଜ)
କେନ୍ଦୁଝର ସଦର ଉପଜିଲ୍ଲାପାଳ ତଥା ଅଧ୍ୟକ୍ଷ ଦ୍ବାରା ବିଜ୍ଞାପନ ଦିଆଯାଇ ଥିବା ସାନଘାଗରା ପିକନିକ ସ୍ଥାନର ନେଇ ଗୁରୁତର ଅଭିଯୋଗ।

ସାନ ଘାଗରା ପିକନିକ୍ ସ୍ଥାନର ନିଲାମ ପାଇଁ କମିଟି ଯେଉଁସବୁ ସର୍ତ୍ତ ରଖିଛି, ସେଥିରେ ସ୍ବଛତା କୁ ଜଳାଞ୍ଜଳି ଦେଇ, ଏକ ଅଭିସନ୍ଧି ମୂଳକ ଏବଂ କୌଣସି ଏକ ସ୍ୱତନ୍ତ୍ର ସଂସ୍ଥା ଅବା ବ୍ୟକ୍ତି ବିଶେଷଙ୍କୁ ଆଖିରେ ରଖି, ଏପରି କରାଯାଇଛି ବୋଲି ଅଭିଯୋଗ ହେଉଛି।‌ ସାନ ଘାଗରା ପିକନିକ୍ ସ୍ଥାନର ନିଲାମ ପାଇଁ ଇତିମଧ୍ୟରେ ବିଜ୍ଞପ୍ତି ପ୍ରକାଶ ପାଇଛି। ନିଲାମରେ ଭାଗ ନେବାକୁ ଆଗ୍ରହୀ ବ୍ୟକ୍ତି ବିଶେଷ ବା ସଂସ୍ଥା ଆଜି ସୁଦ୍ଧା ଦରଖାସ୍ତ କରି ପାରିବେ। ଯେଉଁମାନେ ଦରଖାସ୍ତ କରିବେ, ତାଙ୍କୁ - ଏକ ଲକ୍ଷ ଟଙ୍କାର ଅଣ ଫେରସ୍ତ ରାଶି ଜମା କରିବାକୁ ପଡିବ। ତା ସହିତ, ତାଙ୍କର ପୂର୍ବ ଅଭିଜ୍ଞତା ଥିବାର ଏକ ପ୍ରମାଣପତ୍ର ଦାଖଲ କରିବାକୁ ହେବ। ସେ କୈ।ଣସି ସରକାରୀ ବା ଅର୍ଦ୍ଧ ସରକାରୀ ସଂସ୍ଥା ଦ୍ୱାରା କଳା ତାଲିକାଭୁକ୍ତ ହୋଇ ନଥିବେ। ବିଗତ ତିନି ବର୍ଷ ମଧ୍ୟରେ ତାଙ୍କର ହାରାହାରି ବାର୍ଷିକ ଦଶ ଲକ୍ଷ ଟଙ୍କାର କାରବାର ଥିବା ଦରକାର। ଏସବୁ ବାଦ୍, ଅନ୍ୟ ଏକ ସର୍ତ୍ତ ରଖାଯାଇଛି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏ ସର୍ତ୍ତ ଅନୁସାରେ, ଦରଖାସ୍ତ କାରୀ ଚଳିତ ମାସ ଦଶ ତାରିଖ ଦିନ ପିକ୍ ନିକ୍ ସ୍ଥାନର ଉନ୍ନତି ଉଦେଶ୍ୟରେ ତାଙ୍କର କ'ଣ ସ୍ଵତନ୍ତ୍ର ପ୍ରସ୍ତାବ, କଳ୍ପନା ଓ ଆଭିମୁଖ୍ୟ ରହିଛି, ତା'ର ଏକ ମୌଖିକ ଚିତ୍ର ରଖିବେ। ଏ ଚିତ୍ର ଉପସ୍ଥାପନାରେ କମିଟି ଯେଉଁମାନଙ୍କୁ ସଫଳ ଘୋଷିତ କରିବ, ସେହିମାନେ ହିଁ ନିଲାମରେ ଭାଗ ନେଇ ପାରିବେ। ନିଲାମରେ ଅଶୀ ଲକ୍ଷ ଟଙ୍କା ସର୍ବନିମ୍ନ ମୂଲ୍ୟ ରଖାଯାଇଛି। ଏହା ଖୋଲା ନିଲାମ ଅର୍ଥାତ୍ ଡାକରେ ସ୍ଥିର ହେବ। ଏଠାରେ ପ୍ରଶ୍ନ ଉଠୁଛି - ଦରଖାସ୍ତକାରୀ ମାନେ ଏ ଯେଉଁ ମୌଖିକ ପ୍ରସ୍ତାବ ଓ ଆଭିମୁଖ୍ୟ ରଖିବେ, ତା'ର ତର୍ଜମା କେତେ ନିରପେକ୍ଷ ହେବ ? କେଉଁ ଦରଖାସ୍ତକାରୀ କ'ଣ ଉପସ୍ଥାପନା କଲେ, କିଏ କ'ଣ ପାଇଁ ବିଫଳ ହେଲେ, ତାର ନିରପେକ୍ଷତା କ'ଣ ଓ କିପରି ରହିବ? ଏଠାରେ ଉଲ୍ଲେଖ ଥାଉକି, ସାନ ଘାଗରା ଉନ୍ନୟନ କମିଟି ଏକ ଅଣ ପଞ୍ଜୀକୃତ କମିଟି। ଜିଲ୍ଲାର କେତେକ ସଚେତନ ନାଗରିକଙ୍କ କହିବା ଅନୁଯାୟୀ, ଏହା ଯେତେବେଳେ ଏକ ସରକାରୀ ସଂସ୍ଥା, ସରକାର ତାଙ୍କ ହିସାବରେ ଏହାର ଉନ୍ନତି ଓ ରକ୍ଷଣା ବେକ୍ଷଣ କରିବେ ଏବଂ ଠିକାଧାରୀ କେବଳ ସରକାରୀ ସର୍ତ୍ତାବଳୀର ଅନୁପାଳନ କରିବେ, ସେତେବେଳେ ତାଙ୍କଠାରୁ ଏପରି ପ୍ରସ୍ତାବ ଚାହିଁବା କେତେ ସମୀଚୀନ। ଏଥିପାଇଁ କମିଟିର ସ୍ଵଛତା ଉପରେ ପ୍ରଶ୍ନ ଉଠିଛି। ଜିଲ୍ଲାପାଳ ଏଥିରେ ହସ୍ତକ୍ଷେପ କରିବାକୁ ଦାବି ହେଉଛି।

ମନୋଜ ପଟେଲଙ୍କ ରିପୋର୍ଟ।

15
961 views

Comment