logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଖୋଲା କୂଅ ଉପରେ ସୁରକ୍ଷିତ ବ୍ୟବସ୍ଥା ପାଇଁ ଗ୍ରାମ ବାସୀଙ୍କ ଦାବୀ।

ଖୋଲା କୂଅ ଉପରେ ସୁରକ୍ଷିତ ବ୍ୟବସ୍ଥା ପାଇଁ ଗ୍ରାମ ବାସୀଙ୍କ ଦାବୀ।

ହରିଚନ୍ଦନପୁର: ୦୯/୦୩ (ଖଣ୍ଡାଧାର ନିଉଜ) କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ସୁନାଟାଙ୍ଗିରି ଗ୍ରାମ ପଞ୍ଚାୟତ, ସୁନାଟାଙ୍ଗୀରି ଖଳାପଶି ସାହି ନାଳ ନିକଟରେ ଥିବା ଏକ ବହୁ ପୁରାତନ କାଳରୁ ଏକ ପଥର ବନ୍ଧା କୂଅ ନିର୍ମାଣ ହୋଇଛି! ହେଲେ ସମ୍ପୂର୍ଣ ଖୋଲା ଥିବାରୁ ପ୍ରତିଦିନ ଗାଈ ବଳଦ ପଡି ପ୍ରାଣ ହରାଉଥିବା ସ୍ଥାନୀୟ ଲୋକ ଗୁପ ଖଣ୍ଡେଇ, ରାହାସ ନାଏକ, ଶତ୍ରୁଘନ ନାଏକ, ଭଜ ନାଏକ, ଶଙ୍କରର୍ଷଣ ଖଣ୍ଡେଇ, ମାଗୁଣି ନାଏକ, ଚତୂର୍ଭୁଜ ନାଏକ, ପରମାନନ୍ଦ ଖାଟୁଆ, ପହଲା ନାଏକ, ଗିନା ନାଏକ ବାରମ୍ବାର ଗ୍ରାମ ପଞ୍ଚାୟତ କାର୍ଯ୍ୟଳୟରେ ସରପଞ୍ଚଙ୍କ ନିକଟରେ ଅଭିଯୋଗ କରିଥିଲେ ସୁଦ୍ଧା, ଏହି ଖୋଲା କୂଅ ପ୍ରତି କାହାରି ଦୃଷ୍ଟି ପଡୁନି ବୋଲି ସାଧାରଣ ଚର୍ଚ୍ଚା ହେଉଛି। ଉକ୍ତ ବିପଦଶଙ୍କୁଳ ଖୋଲା କୂଅ ପ୍ରତି ଦୃଷ୍ଟିରେ ରଖି ତୁରନ୍ତ ବ୍ଲକ ପ୍ରଶାସନ ତଥା ଜିଲ୍ଲା ପ୍ରଶାସନ ତରଫରୁ ସେହି ଖୋଲା କୂଅ ଉପରେ ସୁରକ୍ଷିତ ବ୍ୟବସ୍ଥା କରିବା ପାଇଁ ଗ୍ରାମ ବାସୀ ଦାବୀ କରୁଛନ୍ତି।

ଶୂନ୍ଯ ରଞ୍ଜନ ଘଣା ଙ୍କ ରିପୋର୍ଟ।

4
887 views

Comment