ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରାପ୍ତ ଶିକ୍ଷକଙ୍କୁ ଅବସର ସମ୍ବନ୍ଧରେ
ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରାପ୍ତ ଶିକ୍ଷକଙ୍କୁ ଅବସର ସମ୍ବନ୍ଧରେ
ତା ୧୦/୦୩/୨୦୨୬ରିଖ ଶୁକ୍ରବାର ଦିନ କଣିହାଁ ବ୍ଲକ ଅଧିନସ୍ଥ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ରେଙ୍ଗାଳି ଠାରେ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ପହଲି ବେହେରା ଙ୍କ ସଭାପତିତ୍ୱ ରେ ସରକାରୀ ସେବା ନିବୃତ୍ତ ଶିକ୍ଷକ ଦୁର୍ୟୋଧନ ମହାନ୍ତିଙ୍କୁ ସେବା ନିବୃତ୍ତ ଜ୍ଞାପନ କରାଯାଇ ଅଛି l
ଏଥିରେ ABEO Cum BRCC, କଣିହାଁ ସୁଜନ କୁମାର ସାହୁ ମୁଖ୍ୟ ଅତିଥି, ଦେବାଶିଷ ମହାନ୍ତି ଯୁବ ସମିତି ସଭ୍ୟ, ରେଙ୍ଗାଳି ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇଥିଲେ l ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ପୁରାତନ ଛାତ୍ରୀ ତଥା ଜିଲ୍ଲା ପରିଷଦ ଉପାଧ୍ୟାକ୍ଷା, ଅନଗୁଳ ରଶ୍ମିତା ସେଠୀ ମହୋଦୟା, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଶ୍ରୀ ଅଚ୍ୟୁତାନନ୍ଦ ସାମଲ ଏବଂ ସଭ୍ୟବୃନ୍ଦ, ପୂର୍ବତନ ଅବସର ପ୍ରାପ୍ତ BRCC ବିରବର ସାମଲ, ପାଲଲହଡା, ତଥା ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ କନ୍ଦର୍ପ ମହାନ୍ତି, ନରେଶ ଚନ୍ଦ୍ର ଗଡ଼ନାୟକଙ୍କ ସହିତ ସମାଜସେବୀ ବିପ୍ରବର ସାମଲ, ବସନ୍ତ କୁମାର ଗଡ଼ନାୟକଙ୍କ ସହିତ ୟୁନିଅନ ବ୍ୟାଙ୍କ ବରମୁଣ୍ଡା ଶାଖା, ଭୁବନେଶ୍ୱର ର ମ୍ୟାନେଜର ସୁନୀଲ ଦତ୍ତ ବିଶ୍ୱାଳ, Bright carreer Coaching ସେଣ୍ଟର ର ମୁଖ୍ୟ ରବିଚନ୍ଦ୍ର ଗୌଡ଼ ସମ୍ମାନିତ ଅତିଥି ଭାବେ ମଞ୍ଚସୀନ ଥିଲେ l
ଏତଦ ବ୍ୟତୀତ ବିଦାୟୀ ଗୁରୁ ଶ୍ରୀ ମହାନ୍ତି ଙ୍କ ର ଅନେକପୁରାତନ ଛାତ୍ର ଛାତ୍ରୀ ତାଙ୍କୁ ଉଚ୍ଛ୍ଵସିତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ l
ବିଦ୍ୟାଳୟ ରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା l ଉକ୍ତ କାର୍ଯ୍ୟକ୍ରମ ରେ ସଞ୍ଜୟ କୁମାର ଦାସ, ସନ୍ତୋଷ ସାହୁ, ଅରୁଣ କୁମାର ଜେନା, ଗୀତାଞ୍ଜଳି ଗଡ଼ନାୟକ, ରୀନାରାଣୀ ମହାନ୍ତି, ଅର୍ଚ୍ଚନା ପ୍ରଧାନ, ରୁସୁନା ପ୍ରଧାନ ପ୍ରମୁଖ ବିଦ୍ୟାଳୟ ର କାର୍ଯ୍ୟରତ ଶିକ୍ଷକ ଶିକ୍ଷୟିତ୍ରୀ ପ୍ରମୁଖ କାର୍ଯ୍ୟକ୍ରମ ରେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ l ପରିଶେଷରେ ହାତିଆ ଦଣ୍ଡା କ୍ଲଷ୍ଟର ର ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଛାତ୍ର ଛାତ୍ରୀ ବିଦାୟୀ ଶିକ୍ଷକଙ୍କୁ ବିଦ୍ୟାଳୟ ରୁ ସଗୌରବେ ତାଙ୍କ ନିଜସ୍ୱ ଗୃହ କୁ ପାଛୋଟି ନେଇ ଥିଲେ l