logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

କୋଟିଆ ଅଞ୍ଚଳରେ ଭ୍ରାମ୍ୟମାଣ ଚକ୍ଷୁ ଶିବିର: ୪୭ଜଣଙ୍କ ଚକ୍ଷୁ ପରୀକ୍ଷା

ଦାମନଯୋଡ଼ି,୦୯/୦୩:ରାଜ୍ୟ ସରକାରଙ୍କ ସୁରେନ୍ଦ୍ର ସାଏ ଦିବ୍ୟଦୃଷ୍ଟି ଯୋଜନାରେ ଜିଲ୍ଲାରେ ଥିବା ଭ୍ରାମ୍ୟମାଣ ଦୃଷ୍ଟି କେନ୍ଦ୍ର ପକ୍ଷରୁ ପଟ୍ଟାଙ୍ଗି ବ୍ଲକ କୋଟିଆ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଟାଉପଦର ଅଙ୍ଗନୱାଡ଼ି କେନ୍ଦ୍ରରେ ସୋମବାର ଏକ ଚକ୍ଷୁ ଶିବିର ଅନୁଷ୍ଠିତ ହୋଇଯାଇଛି।ବିଭିନ୍ନ ଗ୍ରାମରୁ ଶିବିରରେ ଯୋଗ ଦେଇଥିବା ୪୭ଜଣ ବ୍ୟକ୍ତିଙ୍କ ଚକ୍ଷୁ ପରୀକ୍ଷା କରାଯାଇଥିଲା।୧୬ଜଣଙ୍କ ଠାରେ ମୋତିଆବିନ୍ଦୁ ଚି଼ହ୍ନଟ ସହିତ ଦୃଷ୍ଟିଦୋଷ ଥିବା ୧୧ଜଣ ବ୍ୟକ୍ତିଙ୍କ ଚଷମା ପରୀକ୍ଷା ହୋଇଥିଲା।ଅନ୍ୟ ୩ଜଣଙ୍କୁ ପଟ୍ଟାଙ୍ଗି ରେଫର କରାଯାଇଥିଲା।ରୋଗୀଙ୍କୁ ମାଗଣା ଔଷଧ ବଣ୍ଟନ ସହିତ ରକ୍ତ ଶର୍କରା ଓ ରକ୍ତଚାପ ପରୀକ୍ଷା ମଧ୍ଯ ହୋଇଥିଲା।ସରକାରଙ୍କ ଏହି ଯୋଜନାରେ ମୋତିଆବିନ୍ଦୁ ରୋଗୀଙ୍କ ମାଗଣା ଅସ୍ତ୍ରୋପଚାର ବ୍ୟବସ୍ଥା ରହିଛି।ପଟ୍ଟାଙ୍ଗି ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡ଼ା.ଭାଗବତ ମୁର୍ମୁଙ୍କ ତତ୍ୱାବଧାନରେ ହୋଇଥିବା ଶିବିରରେ ମାଥାଲପୁଟ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରର ଚକ୍ଷୁ ଚିକିତ୍ସା ଅଧିକାରୀ ବିଜୟ କୁମାର ଆଚାର୍ଯ୍ୟ ରୋଗୀଙ୍କ ଚକ୍ଷୁ ପରୀକ୍ଷା କରିଥିଲେ।ବିପିଏମ ମଧୁଲିକା ପାଢ଼ୀ ଓ ପିଏଚଇଓ ଆରତୀ ଗୁଡ଼ିଆଙ୍କ ନେତୃତ୍ୱରେ ଶିବିର ଆୟୋଜନ ହୋଇଥିଲା।ସିଏଚଓ ପ୍ରମିଳା ଜାନି,ସ୍ୱାସ୍ଥ୍ୟକର୍ମୀ ଜ୍ୟୋତିରଂଜନ ପଣ୍ଡା ଓ ଅନିତା ସାବତ ଶିବିରରେ ଉପସ୍ଥିତ ରହି ପରିଚାଳନା କରିଥିଲେ। ଅଙ୍ଗନୱାଡ଼ି କର୍ମୀ ମୋନାଲିସା ପାଙ୍ଗି ଓ ଭବାନୀ ବାଇ, ଆଶାକର୍ମୀ ବାପିନା ଖିଲ,ନୀଳାନ୍ତି ଖିଲ,କାଞ୍ଚନ ଖିଲ, ସୁନୀତା ପାଙ୍ଗି,ମଥାମଣି ପାଙ୍ଗି ଓ ସଂଗୀତା ଖରା ପ୍ରମୁଖ ସହଯୋଗ କରିଥିଲେ |

31
821 views

Comment