logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଦାମନଯୋଡ଼ିରେ ଶ୍ରୀରାମନବମୀ ପ୍ରସ୍ତୁତି

ଦାମନଯୋଡ଼ି,୦୮/୦୩:ନାଲକୋ ଟାଉନସିପ ସେକ୍ଟର-୧ରେ ୯ଦିନ ବ୍ୟାପି ହେବାକୁ ଥିବା ଶ୍ରୀରାମନବମୀ ଉତ୍ସବ ପାଇଁ ଗୁରୁତ୍ୱପୂର୍ଣ୍ଣ ବୈଠକ ଶନିବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି।ସେକ୍ଟର-୧ ସ୍ଥିତ ମାରୁତି ମଣ୍ଡପ ଠାରେ ଚଳିତ ମାସ ୧୮ତାରିଖ ଠାରୁ ୨୭ତାରିଖ ପର୍ଯ୍ୟନ୍ତ ଏହି ଉତ୍ସବ ପାଳିତ ହେବ।ବିଭିନ୍ନ ଦିବସରେ ସ୍ୱତନ୍ତ୍ର ପୂଜା ସହିତ ଶ୍ରୀରାମ ଚରିତ ମାନସ ପାଠ,ପାରାୟଣ,ପ୍ରବଚନ,ଗୀତା ଯଜ୍ଞ,ଶ୍ରୀରାମ ସୀତାଙ୍କ ବିବାହ ଉତ୍ସବ,ସୁନ୍ଦରାକାଣ୍ଡ,ହନୁମାନ ଯଜ୍ଞ,ଚଣ୍ଡୀ ଯଜ୍ଞ,ଶ୍ରୀରାମ ନବମୀ ଓ ଅଭିଷେକ ଉତ୍ସଵ ସହିତ ପୂର୍ଣ୍ଣାହୂତି ଓ ସମୂହ ପ୍ରସାଦ ସେବନ କାର୍ଯ୍ୟକ୍ରମ ଆଦି ଅନୁଷ୍ଠିତ ହେବା କାର୍ଯ୍ୟକ୍ରମ ରହିଛି।ଏଥିପାଇଁ କୈଳାସ ଶନିବାର ବୈଠକରେ ବିଭିନ୍ନ ସବ କମିଟି ଗଠିତ ହୋଇଛି।
ଶ୍ରୀରାମନବମୀ ପୂଜାକମିଟି ପକ୍ଷରୁ ସଭାପତି ତଥା ନାଲକୋ ମୁଖ୍ୟ ମହାପ୍ରବନ୍ଧକ ସଞ୍ଜୟ ଗୁପ୍ତାଙ୍କ ତତ୍ତ୍ଵାବଧାନରେ ହୋଇଥିବା ବୈଠକରେ କୈଳାସ ସେନାପତି ଅଧ୍ୟକ୍ଷତା କରିଥିଲେ।ସମ୍ପାଦକ ଅନାମ ଚରଣ ନାୟକ,କୋଷାଧ୍ୟକ୍ଷ ଲମ୍ବୋଦର ସ୍ୱାଇଁ ଓ ଯୁଗ୍ମ ସମ୍ପାଦକ ରଞ୍ଜନ କୁମାର ବେହେରାଙ୍କ ସହିତ ସୁଜିତ କୁମାର ଜେନା,ସଦାଶିବ ବେହେରା,ଆନନ୍ଦ ମୋହନ ପ୍ରସାଦ,ମିଟୁ ସାହୁ,ସୁଶାନ୍ତ କୁମାର ବେହେରା,ରାଜୀବ ଜିରାଇ,ନକୁଳ ଚରଣ ପତି,ମୂରଲୀଧର ମହାପାତ୍ର,ଦୀନେଶ ଶୁକ୍ଳା,ସରୋଜ କୁମାର ଦଳେଇ,ଶୁଭ୍ରକାନ୍ତ ସାହୁ,ଗୋପବନ୍ଧୁ ସିଅ,ପ୍ରଶାନ୍ତ କୁମାର ନାୟକ,ପ୍ରଳୟ କାନୁନଗୋ,ଶ୍ରୀମୁଖ ସାହୁ,ଅନୁଜ ଶୁକ୍ଳା ଓ ବିଜୟ ଆଚାର୍ଯ୍ୟ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

34
1039 views

Comment