logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ମାଙ୍ଗ୍ରାରେ ୪୪ଜଣଙ୍କ ଚକ୍ଷୁ ପରୀକ୍ଷା,କୋରାପୁଟ

ଦାମନଯୋଡ଼ି,୦୭/୦୩:କୋରାପୁଟ ବ୍ଲକ କେନ୍ଦାର ପଞ୍ଚାୟତ ଉପର ମାଙ୍ଗ୍ରା ଆୟୁଷ୍ମାନ ଆରୋଗ୍ୟ ମନ୍ଦିରରେ ଶନିବାର ଏକ ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି।ରାଜ୍ୟ ସରକାରଙ୍କ ସୁରେନ୍ଦ୍ର ସାଏ ଦିବ୍ୟଦୃଷ୍ଟି ଯୋଜନାରେ ହୋଇଥିବା ଏହି ଶିବିରରେ କେନ୍ଦାର ଓ ମାନବାର ପଞ୍ଚାୟତର ବିଭିନ୍ନ ଗ୍ରାମରୁ ମୋଟ ୪୪ଜଣ ବ୍ୟକ୍ତି ଯୋଗଦେଇ ଚକ୍ଷୁ ପରୀକ୍ଷା କରାଇଥିଲେ।ସେଥି ମଧ୍ୟରୁ ୧୫ଜଣଙ୍କର ମୋତିଆବିନ୍ଦୁ ଚିହ୍ନଟ ହୋଇଥିବା ବେଳେ ଦୃଷ୍ଟିଦୋଷ ଥିବା ୧୫ଜଣଙ୍କର ଚଷମା ପରୀକ୍ଷା ହୋଇଥିଲା। ଅନ୍ୟ ଜଣେ ଜଟିଳ ରୋଗୀଙ୍କୁ ମଧ୍ୟ ରେଫର୍ କରାଯାଇଥିଲା।ସରକାରଙ୍କ ଏହି ଯୋଜନାରେ ମୋତିଆବିନ୍ଦୁ ରୋଗୀଙ୍କର କୋରାପୁଟରେ ମାଗଣା ଅସ୍ତ୍ରୋପଚାର ହେବ।ଶିବିରରେ ଚକ୍ଷୁ ରୋଗୀଙ୍କୁ ମାଗଣା ଔଷଧ ବଣ୍ଟନ ସହିତ ରକ୍ତଚାପ ଓ ରକ୍ତ ଶର୍କରା ପରୀକ୍ଷା କରାଯାଇଥିଲା।ମାଥାଲପୁ୍ଟ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡ଼ାଃ ସୁମନ କୁମାର ଟପ୍ନୋଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଶିବିରରେ ଚକ୍ଷୁ ଅଧିକାରୀ ବିଜୟ କୁମାର ଆଚାର୍ଯ୍ୟ ରୋଗୀଙ୍କ ଚକ୍ଷୁ ପରୀକ୍ଷା କରିଥିଲେ।ବିପିଏମ ନୀଳକଣ୍ଠ ପାଣି ଓ ପିଏଚଇଓ ବିଜୟ ଖିଲଙ୍କ ନେତୃତ୍ବରେ ଶିବିର ଆୟୋଜିତ ହୋଇଥିଲା।ସିଏଚଓ ପ୍ରିୟଙ୍କା ପଣ୍ଡା ଓ ସ୍ଵାସ୍ଥ୍ୟକର୍ମୀ ରଶ୍ମିତା ପ୍ରଧାନ ପରିଚାଳନା କରିଥିଲେ।ଆଶାକର୍ମୀ ଚିନ୍ତାମଣି ପରଜା,ରତ୍ନମଣି ସୂର୍ଯ୍ୟ,କମଳା ଜାନି,ରମା ଦିଶାରୀ,ଭଗବତୀ ମାଝୀ,ରିବିକା ସୁନା ପ୍ରମୁଖ ସହଯୋଗ କରିଥିଲେ।

24
1418 views

Comment