logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଅଦାଲତ ପରିସରରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ l

ଅନୁଗୋଳ(କରୁଣାକର ନାୟକ) :-୮/୩:- ଆଠମଲ୍ଲିକ ସିଭିଲ ଅଦାଲତ ପରିସରରେ ତାଲୁକ ଆଇନ ସେବା କମିଟି ପକ୍ଷରୁ ମାର୍ଚ୍ଚ ୮ କୁ ଅନ୍ତର୍ଜାତୀୟ ମହିଳା ଦିବସ ଭାବେ ପାଳନ କରାଯାଇଛି l ଆଠମଲ୍ଲିକ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ତଥା ତାଲୁକ ଆଇନସେବା କମିଟି ଅଧ୍ୟକ୍ଷ ରଞ୍ଜନ କୁମାର ସୁତାର ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ସବଜଜ ଲିଙ୍କିପ୍ରିୟା ସାହୁ,ସିଭିଲ ବାର ସଭାପତି ସୁଶାନ୍ତ କୁମାର ମହାପାତ୍ର, ସମ୍ପାଦକ ଅର୍ଜୁନ ରାଉଳ, ବରିଷ୍ଠ ଆଇନଜୀବୀ ଅସିତ ରଞ୍ଜନ ଦେଓ, ଜିତେନ୍ କୁମାର ମିଶ୍ର, ବିଜୟ କୁମାର ମହାକୁଡ଼, ଅନ୍ତର୍ଯ୍ୟାମୀ ରାଉଳ, ରୋଜି ମେଣ୍ଡୁଳି ଯୋଗ ଦେଇଥିଲେ l ମହିଳାମାନଙ୍କ ସମାଜରେ ଭୂମିକା ଗୁରୁତ୍ୱପୂର୍ଣ୍ଣ l ନାରୀ ବିନା ସୃଷ୍ଟି ଅସମ୍ଭବ l ସେମାନଙ୍କ ଅଧିକାର କୁ ସମସ୍ତେ ସମ୍ମାନ ଦେବା ଜରୁରୀ ଅଟେ l ନାରୀକୁ ସୁରକ୍ଷା ଯୋଗାଇବା ପାଇଁ ଆଇନ ରେ ମଧ୍ୟ ବିଭିନ୍ନ ପ୍ରବଧାନ ରହିଛି ବୋଲି ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ତଥା ଅଧ୍ୟକ୍ଷ ଶ୍ରୀ ସୁତାର କହିଥିଲେ l ଅନ୍ୟମାନଙ୍କ ମଧ୍ୟରେ ସ୍ଥାନୀୟ ବାଳାଶ୍ରମ କର୍ମଚାରୀ, ସିଭିଲ ଅଦାଲତ ର ସମସ୍ତ କର୍ମଚାରୀ ଗଣ ଉପସ୍ଥିତ ଥିଲେ l କାର୍ଯ୍ୟକ୍ରମ କୁ ସିଦ୍ଧାର୍ଥ ମହାନ୍ତି ପରିଚାଳନା କରିଥିଲେ l ତାଲୁକ ଆଇନସେବା କମିଟି ସମ୍ପାଦକ ଅମିତ କୁମାର ନାୟକ, ଗୋବିନ୍ଦ ମାର୍ଣ୍ଡି, ଚତୁର୍ଭୁଜ ବାରିକ, ମଧୁସୂଦନ ସାହୁ ପ୍ରମୁଖ ସହଯୋଗ କରିଥିଲେ l

138
3011 views

Comment