ସି ଆଇ ଏସ ଏଫ ର ୫୭ତମ ପ୍ରତିଷ୍ଠା ଦିବସ ରେ ରକ୍ତଦାନ ଶିବିର ଅନୁଷ୍ଠିତ, ଦାମନଯୋଡି,କୋରାପୁଟ, ଓଡ଼ିଶା,ତା୭/୩/୨୬(ଶନ)
ସି ଆଇ. ଏସ. ଏଫ ର ୫୭ତମ ପ୍ରତିଷ୍ଠା ଦିବସ ରେ ରକ୍ତଦାନ ଶିବିର ଆୟୋଜିତ
ଦାମନଯୋଡି: ତା ୦୭.୦୩.୨୬ ନାଲକୋ କେନ୍ଦ୍ରୀୟ ସୁରକ୍ଷା ବାହିନୀ ତରଫରୁ ସି ଆଇ. ଏସ. ଏଫ. ର ୫୭ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ସୁରକ୍ଷା ବିହାର ସ୍ଥିତ ଦରବାର ହଲରେ ଏକ " ସ୍ଵେଚ୍ଛାକୃତ ରକ୍ତଦାନ ଶିବିର" ଆୟୋଜିତ ହୋଇଯାଇଛି ।ମୁଖ୍ୟ ଅତିଥି ଭାବରେ ବରିଷ୍ଠ କମାଣ୍ଡlଣ୍ଟ ସତ୍ୟଦେବ ଆର୍ୟା ଓ ତାଙ୍କ ସହଧର୍ମିଣୀ ପୁନମ୍ ଆର୍ୟା ପ୍ରଦୀପ ପ୍ରଜ୍ବଳନ କରି ଶିବିର ଉଦ୍ଘାଟନ କରିଥିଲେ। କାର୍ଯ୍ୟକ୍ରମକୁ ପୂନମ ଅlର୍ୟା , ବରିଷ୍ଠ କମାଣ୍ଡlଣ୍ଟ ସତ୍ୟଦେବ ଆର୍ୟା ଓ ତାଙ୍କ ପୁଅ ସୁଶାନ୍ତ ଆର୍ୟା ପ୍ରଥମେ ରକ୍ତଦାନ କରି ଶୁଭାରମ୍ଭ କରିଥିଲେ। ମୁଖ୍ୟ ଅତିଥିଙ୍କ ସହ ଡେପୁଟୀ କମାଣ୍ଡlନ୍ଟ ନରେନ୍ଦ୍ର ସିଂ ଓ ତାଙ୍କ ପତ୍ନୀ ମୋହିତl ସିଂ ମଧ୍ୟ ଆନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ରକ୍ତଦାନ କରିଥିଲେ।ମୁଖ୍ୟ ଅତିଥି ଶ୍ରୀ ଆର୍ଯ୍ୟା ରକ୍ତଦାନ ଦ୍ୱାରା ଆମର ଫାଇଦା ହେଇ ଥାଏ ଓ କୋରାପୁଟ ମେଡ଼ିକାଲ କଲେଜରେ ରକ୍ତର ଅଭାବ ବିଷୟ ରେ ବୁଝାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଡେପୁଟି କମାଣ୍ଡlଣ୍ଟ ନରେନ୍ଦ୍ର ସିଂ,ଇନ୍ସପେକ୍ଟର ଆର କେ ମହାରଣା, ରାନୀ ଜlକବ ଓ ଏଫ୍ ବି ଡି ଓ ର ରାଜ୍ୟ ସଭାପତି ଡ଼ଃ ନରେଶ ଚନ୍ଦ୍ର ସାହୁ ଓ ଜିଲ୍ଲା କାର୍ଯ୍ୟକାରୀ ସଭାପତି ପ୍ରଦୀପ କୁମାର ତ୍ରିପାଠୀ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ସହୀଦ ଲକ୍ଷ୍ମଣ ନାୟକ ବ୍ଲଡ ସେଣ୍ଟର୍ ଅଫିସର ଡଃ ଏମ୍ ଏସ. ବଳିଆରସିଂହ ଓ ଓଡ଼ିଶା ରକ୍ତଦାତା ମହାସଂଘର ଡ଼ଃ ନରେଶ ଚନ୍ଦ୍ର ସାହୁ ଓ ପ୍ରଦୀପ କୁମାର ତ୍ରିପାଠୀ ଓ ତପନ ସ୍ୱାଇଁ ଙ୍କ ତତ୍ତ୍ୱାବଧାନରେ ବ୍ଲଡ ସେଣ୍ଟରର ରକ୍ତ ସଂଗ୍ରହକାରୀ ରଂଜିତ ସାହୁ, ଗୀତା ପରିଡ଼ା, ରବୀନ୍ଦ୍ର ମିଶ୍ର, ଅଜିତ ଗୌଡ଼ ଉପସ୍ଥିତ ରହି ରକ୍ତ ସଂଗ୍ରହ କରିଥିଲେ । ଉକ୍ତ ଶିବିରରେ ବହୁସଂଖ୍ୟାରେ ଯବାନ ସ୍ଵେଚ୍ଛାକୃତ ଭାବେ ପ୍ରଥମ ଥର ପାଇଁ ରକ୍ତଦାନ ରକ୍ତଦାନ କରିଥିଲେ। ଉକ୍ତ ଶିବିର କୁ ଆର୍ କେ ମହାରଣା ଇନ୍ସପେକ୍ଟର, ତପନ ,ପ୍ରଦୀପ ତ୍ରିପାଠୀ ପରିଚାଳନା କରିଥିଲେ । ଉକ୍ତ ଶିବିରରୁ ଶହୀଦ ଲକ୍ଷ୍ମଣ ନାୟକ ଭେଷଜ ମହାବିଦ୍ୟାଳୟସ୍ଥିତ ଓଡ଼ିଶା ରକ୍ତ ଭଣ୍ଡାର ଦ୍ଵାରା ୮ ଜଣ ମହିଳାଙ୍କ ସମେତ ସର୍ବମୋଟ ୫୭ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ରକ୍ତ ଶିକୁଳି ରୋଗୀମାନଙ୍କ ପାଇଁ ରକ୍ତ ର ଘୋର ଆବଶ୍ୟକତା ସମୟ ରେ ସି ଆଇ ଏସ (ସ୍ଵେଚ୍ଛାସେବୀ ମାନଙ୍କ )ଏହି ମହନୀୟ କାର୍ଯ୍ଯକୁ ଓଡ଼ିଶା ରକ୍ତଦାତା ମହାସଂଘ ର ସଭାପତି ଡଃ ନରେଶ ଚନ୍ଦ୍ର ସାହୁ ଖୁବ୍ ପ୍ରଶଂସା କରିଥିଲେ। ଓଡିଶା ରକ୍ତଦାତା ମହାସଂଘ ତରଫରୁ ମୁଖ୍ୟ ଅତିଥିଙ୍କ ସମେତ ସବୁ ରକ୍ତଦାତାଙ୍କୁ ସମ୍ମାନିତ କରାଯାଇଥିଲା।