logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ରେଶମ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶତପଞ୍ଚବିଂଶତି ଜୟନ୍ତୀ ପାଳନ ଉପଲକ୍ଷେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ

ବରଗଡ ଜିଲ୍ଲା ଭେଡେନ ବ୍ଲକ ଅନ୍ତର୍ଗତ ରେଶମ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୧୨୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଶତପଞ୍ଚବିଂଶତି ଜୟନ୍ତୀ ମହୋତ୍ସବ ପାଳନ ପାଇଁ ବର୍ତ୍ତମାନ ଜୋରସୋରରେ ପ୍ରସ୍ତୁତି ଚାଲିଛି । ବିଶେଷ କରି ଏହି ବିଦ୍ୟାଳୟ ସନ ୧୯୦୦ରେ ତତ୍କାଳୀନ ବ୍ରିଟିଶ ସରକାର ସମୟରେ ପ୍ରତିଷ୍ଠା ହୋଇଥିଲା । ବର୍ତ୍ତମାନ ଏହି ବିଦ୍ୟାଳୟ ୧୨୫ ବର୍ଷରେ ପଦାର୍ପଣ କରିଛି । ଏହି ଅବସରରେ ଶତପଞ୍ଚବିଂଶତି ଜୟନ୍ତୀ ମହୋତ୍ସବ କମିଟି ତରଫରୁ ଓଡିଶାର ରାଜ୍ୟପାଳ ଡ କମ୍ଭୁପତି ହରିବାବୁ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡିଶା ସରକାରଙ୍କୁ ନିମନ୍ତ୍ରଣ କରିଛନ୍ତି । ଏହି ନିମନ୍ତ୍ରଣ କାର୍ଯ୍ୟକ୍ରମରେ ବରଗଡ ଲୋକସଭା ସାଂସଦ ପ୍ରଦୀପ ପୁରୋହିତ ମଧ୍ୟ ଉପସ୍ଥିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ମହୋତ୍ସବ କମିଟି ତରଫରୁ ଦେବେନ୍ଦ୍ର ପାତ୍ର, ମନୋଜ କୁମାର ପଧାନ, କୈଲାସ ସେଠ୍, ସଞ୍ଜୁ ବିଶି, ସୁନୀଲ କୁମାର ବାରିକ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ଉଭୟେ ଶତପଞ୍ଚବିଂଶତି ଜୟନ୍ତୀ ମହୋତ୍ସବ କାର୍ଯ୍ୟକ୍ରମରେ ଯୋଗଦାନ କରିବା ପାଇଁ ମଧ୍ୟ ପ୍ରତିଶୃତି ଦେଇଛନ୍ତି ।

6
196 views

Comment