logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

*୫୭ତମ ସି ଆଇ ଏସ ଏଫ୍ ପ୍ରତିଷ୍ଠା ଦିବସରେ ୫୭ୟୁନିଟ ରକ୍ତ ସଂଗ୍ରହ*


ଦାମନଯୋଡି: ଶିଳ୍ପଦ୍ୟୋଗ ନାଲକୋ ସୁରକ୍ଷା ଦାୟିତ୍ୱରେ ନିୟୋଜିତ ଥିବା କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବାହିନୀ (ସି ଆଇ ଏସ ଏଫ୍)ର ୫୭ ତମ ପ୍ରତିଷ୍ଠା ଦିବସ ଅବସରରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ ହୋଇଥିଲା । ବରିଷ୍ଠ କମାଣ୍ଡାଣ୍ଟ ସତ୍ୟଦେବ ଆର୍ଯ୍ୟ ଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରତିଷ୍ଠା ଦିବସ କୁ ଦୃଷ୍ଟିରେ ରଖି ୫୭ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ହସ୍ପିଟାଲ ରକ୍ତ ଭଣ୍ଡାର ର ଡାକ୍ତର ଙ୍କ ନେତୃତ୍ୱରେ ରକ୍ତ ସଂଗ୍ରହକାରୀ ଦଳ ରକ୍ତ ସଂଗ୍ରହ କରିଥିଲେ । ବରିଷ୍ଠ କମାଣ୍ଡାଣ୍ଟ ଶ୍ରୀ ଆର୍ଯ୍ୟ ଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମ କୁ ଶୁଭାରମ୍ଭ କରିଥିଲେ । ଅଗ୍ନିଶମ ବିଭାଗ ର ଡେପୁଟୀ କମାଣ୍ଡାଣ୍ଟ ନରେନ୍ଦ୍ର ସିଂ, ଇନ୍ସପେକ୍ଟର ରଞ୍ଜନ କୁମାର ମହାରଣା କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଭାଗିରଥି ସ୍ୱାଇଁ, ତପନ ନାୟକ, ବଳରାମ ନାଥ ଙ୍କ ସମେତ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ । ଶ୍ରୀ ଆର୍ଯ୍ୟ ନିଜ ଧର୍ମପତ୍ନୀ ଓ ପୁଅ ଙ୍କ ସହିତ ସପରିବାର ରକ୍ତଦାନ କରିଥିବା ବେଳେ ଓ ଶ୍ରୀ ସିଂ ନିଜ ଧର୍ମପତ୍ନୀଙ୍କ ସହିତ ସପତ୍ନିକ ରକ୍ତଦାନ କରିଥିଲେ ।

11
669 views

Comment