logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଡିଆ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ (ବିଜ୍ଞାନ ଓ ପ୍ରଯୁକ୍ତି ମେଳା ଆକର୍ଷଣର କେନ୍ଦ୍ରବିନ୍ଦୁ)

ଖୋର୍ଦ୍ଧା,୭.୩.୨୬(ଏ.ଆଇ.ଏମ.ଏ ) : ଟାଙ୍ଗି ବ୍ଲକ୍‌ ଅନ୍ତର୍ଗତ ଡିଆ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆଜି ମହାସମାରୋହରେ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଅଛି lବିଦ୍ୟାଳୟ ପରିଚାଳନା କମିଟି ସଭାପତି ବିଜୟ କୁମାର ଦାଶଙ୍କ ଅଧକ୍ଷତା ରେ ଅନୁଷ୍ଠିତ ହୋଇ ଯାଇଛି। ଏହି ଅବସରରେ ବିଦ୍ୟାଳୟରେ ପୂର୍ବରୁ ଆୟୋଜିତ ବିଭିନ୍ନ ଶିକ୍ଷାମୂଳକ, ସାହିତ୍ୟିକ ଓ ସାଂସ୍କୃତିକ ପ୍ରତିଯୋଗିତାରେ କୃତିତ୍ବ ଅର୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଟ୍ରଫି ଓ କୃତିତ୍ବ ପତ୍ର ପ୍ରଦାନ କରି ସମ୍ମାନିତ କରାଯାଇଥିଲା।
ଉତ୍ସବରେ ମୁଖ୍ୟ ଅତିଥି ଭାବେ ଟାଙ୍ଗି ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀଯୁକ୍ତ ପ୍ରଦୀପ କୁମାର ସାହୁ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷା ସହ ନୀତି, ଶୃଙ୍ଖଳା ଓ ସମାଜିକ ମୂଲ୍ୟବୋଧକୁ ଅଙ୍ଗୀକାର କରି ଭବିଷ୍ୟତରେ ଦେଶର ସୁନାଗରିକ ହେବା ପାଇଁ ପ୍ରେରଣାଦାୟକ ଉପଦେଶ ଦେଇଥିଲେ। ସେ କହିଥିଲେ ଯେ ଶିକ୍ଷା ହେଉଛି ମାନବ ଜୀବନର ସର୍ବୋତ୍କୃଷ୍ଟ ଶକ୍ତି, ଯାହା ଦ୍ୱାରା ଜୀବନରେ ସଫଳତା ଅର୍ଜନ କରିହେବ। ବିଦ୍ୟାଳୟ ଆଲୁମିନି କମିଟି ସଦସ୍ୟ ରାମ ନାରାୟଣ ଦାଶ,ସମ୍ପାଦକ ଶରତ ସାହୁ, ପ୍ରଧାନ ଶିକ୍ଷୟତ୍ରୀ ରେଣୁବାଳା ବେହେରା, ନାଏବ ସରପଞ୍ଚ ପୁଷ୍ପଲତା ଦାଶ,ବ୍ୟଙ୍ଗକବି ଅମ୍ଳାନ ପ୍ରହରାଜ,ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ମିଶ୍ର,ସୋମନାଥ ବେହେରା,ଅମର ଜୟସିଂ ,ପ୍ରସନ୍ନ କୁମାର ପଣ୍ଡିତ,କବିଲତା ଦାଶ,ଅନୁସୂୟା ଦେଇ,ଧନେଶ୍ୱର ସାହୁ ପ୍ରମୁଖ ଯୋଗ ଦେଇଥିଲେ lବାର୍ଷିକ ଉତ୍ସବ ଅବସରରେ ବିଦ୍ୟାଳୟ ପରିସରରେ ଏକ ଆକର୍ଷଣୀୟ ବିଜ୍ଞାନ ଓ ପ୍ରଯୁକ୍ତି ମେଳା ମଧ୍ୟ ଆୟୋଜିତ ହୋଇଥିଲା। ଏହି ମେଳାରେ ଛାତ୍ରଛାତ୍ରୀ ମାନେ ନିଜ ନିଜ ସୃଜନଶୀଳତା ଓ ନବଚିନ୍ତନର ପରିଚୟ ଦେଇ ବିଭିନ୍ନ ବିଜ୍ଞାନ ପ୍ରକଳ୍ପ ଓ ମଡେଲ୍ ପ୍ରଦର୍ଶନ କରିଥିଲେ, ଯାହା ଉପସ୍ଥିତ ଅତିଥି ଓ ଅଭିଭାବକମାନଙ୍କର ଆକର୍ଷଣ ର କେନ୍ଦ୍ରବିନ୍ଦୁ ହୋଇଥିଲା l
ସମଗ୍ର କାର୍ଯ୍ୟକ୍ରମଟି ଉତ୍ସାହ ଓ ଆନନ୍ଦମୟ ପରିବେଶ ମଧ୍ୟରେ ସଫଳତାର ସହିତ ସମାପ୍ତ ହୋଇଥିଲା।ପରିଶେଷରେ ଅମ୍ଲାନ ପ୍ରହରାଜ ଧନ୍ୟବାଦ ଦେଇଥିଲେ l

18
562 views

Comment