logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ସ୍ୱାସ୍ଥ୍ୟ ଶିବିର ଉଦଯାପିତ- ଭୁବନେଶ୍ବର ଆର୍ଯ୍ୟପଲ୍ଲୀ କଲୋନୀରେ ରେ ଏକ ନିଃଶୁଳ୍କ ସ୍ୱାସ୍ଥ୍ୟ ଶିବିରର ଆୟୋଜନ କରାଯାଥିଲା

ତା ୦୭. ୦୩. ୨୦୨6ରିଖ ଦିନ କିଟରୋଡ଼ ସ୍ଥିତ ଆର୍ଯ୍ୟପଲ୍ଲୀ କଲୋନୀରେ ରେ ଏକ ନିଃଶୁଳ୍କ ସ୍ୱାସ୍ଥ୍ୟ ଶିବିରର ଆୟୋଜନ କରାଯାଥିଲା। ଏଥିରେ ଆପୋଲୋ ହସ୍ପିଟାଲସ ତରଫରୁ ଏକ ଅଭିଜ୍ଞ ଡାକ୍ତରୀ ଦଳ ଅତ୍ୟାଧୁନିକ ସରଞ୍ଜାମ ସହ ଯୋଗଦେଇ ଥିଲେ। ରକ୍ତଚାପ, ଦନ୍ତ ପରୀକ୍ଷା, ରକ୍ତ ଶର୍କରା, ନାଡ଼ୀ ଓ ଓଜନ ସମ୍ପର୍କିତ ସାଧାରଣ ପରୀକ୍ଷା ସହିତ ଅନେକ ବ୍ୟୟ ସାପେକ୍ଷ୍ୟ ନିଦାନ ଯଥା ବୋନ ମିନେରାଲ ଡେନସିଟି, ପଲମନାରୀ ଫଙ୍କସନ ଟେଷ୍ଟ, ଇସିଜି, ଚକ୍ଷୁ ପରୀକ୍ଷା ଇତ୍ୟାଦିର ବ୍ୟବସ୍ଥା କରାଯାଇଥିଲା। ତା ସହିତ ସେଠାରେ ଅସ୍ଥି ଓ ମେଡ଼ିସିନ ବିଭାଗର ବିଶେଷଜ୍ଞ ଡାକ୍ତର ମାନଙ୍କ ସହ ପରାମର୍ଶର ସୁବିଧା କରାଯାଇଥିଲା। ଦିନ ୧୦ ରୁ ୪ ଟା ପର୍ଯ୍ୟନ୍ତ ପାର୍ଶ୍ଵବର୍ତ୍ତୀ ଅଂଚଳର ପ୍ରାୟ ଶହେରୁ ଉର୍ଦ୍ଧ୍ଵ ବରିଷ୍ଠ ନାଗରିକ ଏବଂ ନିମ୍ନ ବର୍ଗର ସାଧାରଣ ଲୋକ ଏହି ଶିବିରର ସୁଯୋଗ ନେଇଥିଲେ। ଆର୍ଯ୍ୟପଲ୍ଲୀର ପୂର୍ବତନ ସାଧାରଣ ସମ୍ପାଦକ ସ୍ଥପତି ସ୍ନେହାଶିଷ ତ୍ରିପାଠୀଙ୍କ ପ୍ରଚେଷ୍ଟାରେ ପ୍ରଥମ କରି କଲୋନୀରେ ସାଧାରଣ ଲୋକଙ୍କ ପାଇଁ ଏଭଳି କଲ୍ୟାଣ ମୂଳକ କାର୍ଯ୍ୟ ହାତକୁ ନିଆ ଯାଇଥିଲା। ବିଶେଷଜ୍ଞ ଡ଼ଃ ବିଜୟ କୁମାର ସାହୁ ( ସଲ୍ୟ ) ଏବଂ ଡ଼ଃ ପଞ୍ଚାନନ ସାହୁ (ହୃଦରୋଗ ) ଶିବିରର ଉଦଘାଟନ କରି ସ୍ୱାସ୍ଥ୍ୟ ସଚେତନତା ଉପରେ ସମ୍ୟକ ଆଲୋକପାତ କରିଥିଲେ। ଅନ୍ତେବାସୀ ସର୍ବଶ୍ରୀ ଶ୍ରୀମନ୍ତ ଦାସ, ସମ୍ପାଦକ ଶୁଭେନ୍ଦୁ ମହାନ୍ତି ଓ ସିଦ୍ଧାର୍ଥ ମିଶ୍ର ଇତ୍ୟାଦି ଶିବିର ସୁପରିଚାଳନା କରିଥିଲେ । ଶିବିର ଶେଷରେ ଆର୍ଯ୍ୟପଲ୍ଲୀର ପୂର୍ବତନ ସଭାପତି ସିଦ୍ଧାର୍ଥ ମିଶ୍ରଙ୍କ ଦ୍ୱାରା ଧନ୍ୟବାଦ ଅର୍ପଣ କରାଯାଇଥିଲା।

12
2269 views

Comment