ନହଙ୍ଗୀ ଗ୍ରାମରେ ମେଲଣ ଉତ୍ସବକୁ ନେଇ ଉତ୍ତେଜନା।
ନହଙ୍ଗୀ ଗ୍ରାମରେ ମେଲଣ ଉତ୍ସବକୁ ନେଇ ଉତ୍ତେଜନା।
କେନ୍ଦୁଝର ଜିଲ୍ଲାର ଘଷିପୁରା ବ୍ଲକ ଅନ୍ତର୍ଗତ ରାମଚନ୍ଦ୍ରପୁର ପଞ୍ଚାୟତର ନହଙ୍ଗୀ ଗ୍ରାମରେ ରାତ୍ରିରେ ମେଲଣ ଉତ୍ସବକୁ ନେଇ ଏକ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଥିବା ଦେଖାଯାଇଛି। ସୂଚନା ଅନୁଯାୟୀ, ରାତ୍ରି ପ୍ରାୟ ୧୨ଟା ପରେ ଗ୍ରାମରେ ମେଲଣ ଉତ୍ସବ ପାଳନ ହେଉଥିଲା। ଅନୁସୂଚିତ ଜାତିର କିଛି ଯୁବକ ଏହି ଉତ୍ସବକୁ ଉତ୍ସାହର ସହିତ ପାଳନ କରିବା ପାଇଁ ଗୋଟିଏ ଡିଜେ ବ୍ୟବସ୍ଥା କରିଥିଲେ। କିନ୍ତୁ ଉତ୍ସବ ଚାଲିଥିବା ସମୟରେ ପୋଲିସ ଅଚାନକ ସେଠାରେ ପହଞ୍ଚି ଡିଜେ ଗାଡିକୁ ଜବତ କରି ନେଇଯାଇଥିବା ଅଭିଯୋଗ ହୋଇଛି।
ପୋଲିସଙ୍କ ଏହି କାର୍ଯ୍ୟର କାରଣ ସମ୍ପର୍କରେ ପିଲାମାନେ ପଚାରିବା ପରେ, ପୋଲିସ ପକ୍ଷରୁ କୁହାଯାଇଥିଲା ଯେ ଡିଜେ ବଜାଇବା ପାଇଁ କୌଣସି ଅନୁମତିପତ୍ର ନିଆଯାଇନଥିଲା। ତେବେ ଗ୍ରାମବାସୀଙ୍କ କହିବା ଅନୁସାରେ ସେହି ସମୟରେ ସେହି ମେଲଣ ଉତ୍ସବରେ ସବର୍ଣ୍ଣ ସମାଜର ଲୋକମାନେ ମଧ୍ୟ ଡିଜେ ବଜାଇ ଉତ୍ସବ ପାଳନ କରୁଥିଲେ, କିନ୍ତୁ ସେଠାରେ ପୋଲିସ କୌଣସି ପଦକ୍ଷେପ ନେଇନଥିଲେ। ଏହାକୁ ନେଇ ଗ୍ରାମରେ ଅସନ୍ତୋଷ ଓ ପ୍ରଶ୍ନ ଉଠିଛି।
କିଛି ସମୟ ପରେ ଅନୁସୂଚିତ ଜାତିର କିଛି ମହିଳା ପୋଲିସ ଗାଡିକୁ ଅଟକାଇ ଏହି ଘଟଣା ବିଷୟରେ ପଚାରଉଚାର କରିଥିଲେ। ସେମାନଙ୍କର ଅଭିଯୋଗ ଯେ ପ୍ରଶାସନ ପକ୍ଷରୁ ଜାତିଭିତ୍ତିକ ଭେଦଭାବ କରାଯାଇଛି ନା ସବର୍ଣ୍ଣ ସମାଜର ଲୋକମାନଙ୍କ କଥାରେ । ଏହି ଘଟଣା ପରେ ସେଠାରେ କିଛି ସମୟ ପାଇଁ ଉତେଜନାପୂର୍ଣ୍ଣ ପରିସ୍ଥିତି ଦେଖାଯାଇଥିଲା।ଘଟଣାକୁ ନେଇ ଗ୍ରାମବାସୀମାନେ ପ୍ରଶ୍ନ କରୁଛନ୍ତି ଯେ ଯଦି ଡିଜେ ପାଇଁ ଅନୁମତିପତ୍ର ଆବଶ୍ୟକ, ତେବେ ସମସ୍ତଙ୍କ ପାଇଁ ସମାନ ନିୟମ କାହିଁକି ପ୍ରୟୋଗ ହୋଇନଥିଲା। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଆଲୋଚନା ଓ ଚର୍ଚ୍ଚା ବୃଦ୍ଧି ପାଇଛି। ପ୍ରଶାସନ ପକ୍ଷରୁ ଏହାର ସଠିକ୍ ତଦନ୍ତ କରି ସତ୍ୟ ଘଟଣାକୁ ସାମ୍ନାକୁ ଆଣିବା ପାଇଁ ସାଧାରଣ ଲୋକ ଦାବି କରୁଛନ୍ତି।
ଖଣ୍ଡାଧାର ନିଉଜ- ବିଜୟ ଜେନା ଙ୍କ ରିପୋର୍ଟ।