logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

“ବଡ଼ପୁରୁଣାପାଣି"କୁ ଗ୍ରାମ ପଞ୍ଚାୟତ ମାନ୍ୟତା ଦାବିରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ।

କେନ୍ଦୁଝର - ୦୬/୦୩/୨୦୨୬
“ବଡ଼ପୁରୁଣାପାଣି"କୁ ଗ୍ରାମ ପଞ୍ଚାୟତ ମାନ୍ୟତା ଦାବିରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ:
କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ଅନ୍ତର୍ଗତ ଆନନ୍ଦପୁର ବ୍ଲକ ଅଧିନ “ଗୟଳମୁଣ୍ଡା" ଗ୍ରାମ ପଞ୍ଚାୟତର “ବଡ଼ପୁରୁଣାପାଣି" ରାଜସ୍ବ ଗ୍ରାମକୁ ନୂତନ ଭାବେ ଗ୍ରାମ ପଞ୍ଚାୟତ ମାନ୍ୟତା ପ୍ରଦାନ କରାଯିବା ଦାବିରେ ପଞ୍ଚାୟତବାସୀ ଆଜି କେନ୍ଦୁଝର ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରବୀନ୍ଦ୍ର ପ୍ରଧାନଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।
ଦାବିପତ୍ରରେ ଦର୍ଶାଯାଇଛି ଯେ - ୨୦୧୧ ମସିହାର ଜନଗଣନା ଅନୁସାରେ ଜିଲ୍ଲାର ଏହି ଗ୍ରାମ ପଞ୍ଚାୟତରେ ୮୮୬୭ ଜନସଂଖ୍ୟା ରହିଥିବା ବେଳେ ବର୍ତମାନ ୨୦୨୬ ମସିହା ସୁଦ୍ଧା ଜନସଂଖ୍ୟା ପ୍ରାୟ ୨୦,୦୦୦ ହଜାରରୁ ଉର୍ଦ୍ଧ୍ବ ରହିଥିବା ଉଲ୍ଲେଖ କରା ଯାଇଛି। ଗ୍ରାମ ପଞ୍ଚାୟତରେ ବସବାସ କରୁଥିବା ଅଧିକାଂଶ ପରିବାର ଅନୁସୂଚିତ ଜାତି ଓ ଜନଜାତିର ଅଟନ୍ତି ବୋଲି ଦର୍ଶା ଯାଇଛି। ଗ୍ରାମ ପଞ୍ଚାୟତରେ ୧୪ ଗୋଟି ରାଜସ୍ବ ଗ୍ରାମ ରହିଛି ଯଥା - ଗୟଳମୁଣ୍ଡା, ବଡ଼ପୁରୁଣାପାଣି, ବାଦୁଡିଘର, ଦେଓଝରଣ, ଧବଣୀ, କନ୍ତଳା, କୋଲଢିହା, ମାନଙ୍କବେଡା, ମରଣଡିହି, ଫୁଟାଝରୀ, ଉଲେକୁଣ୍ଡି ଏବଂ ଉଲିବସା ରହିଛି । ସୂଚନା ଥାଉ କି - ଏହି ଗ୍ରାମ ପଞ୍ଚାୟତ କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲ୍ଲାର ଠାକୁରମୁଣ୍ଡା ବ୍ଲକ ସୀମାନ୍ତବର୍ତୀ ଅଞ୍ଚଳରେ ଅବସ୍ତିତ ରହିଛି , ଗ୍ରାମରୁ ଆନନ୍ଦପୁର ଉପଖଣ୍ଡ ୩୫ କି.ମି ଦୂତରାରେ ଥିବା ବେଳେ ସେମାନେ ତାଙ୍କ ଗ୍ରାମ ପାଖରୁ ୧୫ କି.ମି ଦୁରତାରେ ଥିବା ଠାକୁରମୁଣ୍ଡା ବଜାର ଉପରେ ନିର୍ଭରଶୀଳ
ଅଟନ୍ତି । ଗ୍ରାମ ପଞ୍ଚାୟତରେ ବର୍ଦ୍ଧିତ ଜନସଂଖ୍ୟା ହୋଇଥିବା କାରଣରୁ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନା ଗୁଡିକ କାର୍ଯ୍ୟକାରୀ କରିବାରେ ପଞ୍ଚାୟତ ପ୍ରଶାସନ ବିଫଳ ହେଉଥିବା ଏବଂ ଯୋଜନାରେ ପଞ୍ଚାୟତବାସୀ ଉପକୃତ ହୋଇ ପାରୁ ନ ଥିବା ଅଭିଯୋଗ କରିଛନ୍ତି। ଏପରିକି ଅନେକ ହିତାଧିକାରୀ ସାମାଜିକ ସୁରକ୍ଷା ଯୋଜନାରେ ବାର୍ଦ୍ଧକ୍ୟ ଭତ୍ତା, ବିକଳାଙ୍ଗ ଭତ୍ତା ଏବଂ ଖାଦ୍ୟ ସୁରକ୍ଷା ଆଇନ-୨୦୧୪ ରୁ ବଞ୍ଚିତ ହୋଇ ରହିଥିବାରୁ ଅନେକ ଯୋଗ୍ୟ ହିତାଧିକାରୀ ରାସନ ଚାଉଳ
ପାଇବାରୁ ମଧ୍ୟ ବଞ୍ଚିତ ହେଉଛନ୍ତି ।
ଗ୍ରାମ ପଞ୍ଚାୟତରେ ଗମନା ଗମନ ନିମନ୍ତେ ରାସ୍ତା ଘାଟର ସଠିକ ଉନ୍ନତିକରଣ ହୋଇ ପାରି ନାହିଁ।
ମୁଖ୍ୟମନ୍ତ୍ରୀଙ୍କ ସଡକ ଯୋଜନାରେ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ଥିଲେ ସୁଦ୍ଧା ଏହାକୁ ନିର୍ଦ୍ଧାରିତ ସମୟ ମଧ୍ୟରେ ସମ୍ପୂର୍ଣ ହୋଇ ନ ଥିବ ମଧ୍ୟ ଅଭିଯୋଗ କରା ଯାଇଛି।
ଓଡ଼ିଶା ଗ୍ରାମ ପଞ୍ଚାୟତ ଆଇନ-୧୯୬୪ ଅନୁସାରେ ରାଜ୍ୟ ସରକାର ନୂତନ ପଞ୍ଚାୟତ ଗଠନ କରି ପାରିବାର କ୍ଷମତାର ଅଧିକାରୀ ବୋଲି ଦର୍ଶା ଯାଇଛି। ତେଣୁ , ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସେମାନଙ୍କର
ନ୍ୟାର୍ଯ୍ୟପୁର୍ନ ଦାବି ପୂରଣ କରିବା ଦିଗରେ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ଦାବିପତ୍ରରେ ନିବେଦନ କରିଛନ୍ତି। ଦାବି ନ ପୁରଣ ହୋଇ ପାରିଲେ ଗ୍ରାମ ପଞ୍ଚାୟତବାସୀ ଆନ୍ଦୋଳନାତ୍ମକ ପଦ୍ଧତି ଅବଲମ୍ବନ କରିବେ ବୋଲି ମଧ୍ୟ ଚେତାବନୀ ଦେଇଛନ୍ତି ।
ଦାବିପତ୍ର ଦେବା କାର୍ଯ୍ୟକ୍ରମରେ, ବାଲକ୍ରୀଷ୍ନା ହୋ, ଗୋପୀନାଥ ଟୁଡୁ, ଦିପୁନ ସୟ, ସମାଜସେବୀ ଗାମାଏ ରୀମିଲ ସିଂ ଗୋଇପାଈ , ନବୀନ ମୁଣ୍ଡୁରୀ, ସାଧୁ ଚରଣ ଗାଗାରାଈ, ବିରେନ୍ଦ୍ର ସିର୍କା, ସଂଜିବ କୁମାର ଦଙ୍ଗ, ମହେଶ୍ୱର ବିରୁଆ, ମାଙ୍ଗାତା ପୂର୍ତ୍ତି ପ୍ରମୁଖ ଉପସ୍ଥିତ ଥିଲେ।

ଖଣ୍ଡାଧାର ନିଉଜ- ରିମିଲି ଗାମୀ ଙ୍କ ରିପୋର୍ଟ।

8
558 views

Comment