ଯୋଡ଼ା ରେ କଂଗ୍ରେସ ର ବିଶାଳ ଜନ ଅଧିକାର ସମାବେଶ।
ଯୋଡ଼ା ରେ କଂଗ୍ରେସ ର ବିଶାଳ ଜନ ଅଧିକାର ସମାବେଶ।
ଯୋଡ଼ା - ୦୬/୦୩(ଖଣ୍ଡାଧାର ନିଉଜ) କେନ୍ଦୁଝର ଜିଲ୍ଲା ଯୋଡ଼ା ବନେଇକଳା ସ୍ଥିତ ଦୁର୍ଗା ପୂଜା ପଡିଆ ରେ କଂଗ୍ରେସ ଦେଇଥିବା ଯୋଡ଼ା ଚାଲ ଡାକରାରେ ହଜାର ହଜାର ସଂଖ୍ୟାରେ ଜନ ସମାଗମ ଦେଖିବାକୁ ମିଳିଛି। ତେବେ ଏହି ସମାଗମ ରେ କେନ୍ଦ୍ରୀୟ ନେତା ପ୍ରଦେଶ ପ୍ରଭାରୀ ଅଜୟ କୁମାର ଲଲୁ, ପ୍ରଦେଶ ଉପ ପ୍ରଭାରୀ ଏସ ଜୟ କୁମାର ଜେଠୁ, ରାଜ୍ୟ ପି ସି ସି ସଭାପତି ଭକ୍ତ ଚରଣ ଦାସ, ପୂର୍ବତନ ପିସିସି ସଭାପତି -ପୂର୍ବତନ ମନ୍ତ୍ରୀ ଜୟଦେବ ଜେନା, ରାଜ୍ୟ ସାଧାରଣ ସଂପାଦକ ସଂଗ୍ରାମ ଦାସ, ରାଜ୍ୟ କଂଗ୍ରେସ ଆଦିବାସୀ ସେଲ୍ ଅଧକ୍ଷ - ପୂର୍ବତନ ସାଂସଦ ଯଶୋବନ୍ତ୍ ନାରାୟଣ ସିଂ ଲାଗୁରୀ,ପୂର୍ବତନ ସାଂସଦ ଶକୁନ୍ତଳା ଲାଗୁରୀ, ଜିଲ୍ଲା ସଭାପତି ମନୋଜ ଜେନା ଜିଲ୍ଲା ସମ୍ପାଦକ ଆଲୋକ ମିଶ୍ର ଯୋଡ଼ା ନଗର ସଭାପତି ସୁବ୍ରତ ନାୟକ ଏବଂ ବ୍ଲକ , ମ୍ୟୁନିସିପାଲଟି ଓ ପଞ୍ଚାୟତ ସ୍ତରୀୟ ବହୁ ଯୁବ ନେତା ସହ ବହୁ କଂଗ୍ରେସ ମହିଳା ଓ ପୁରୁଷ କର୍ମୀ ଯୋଗଦେଇଥିଲେ। ମନୋଜ ଜେନା ଏହି ସଭାରେ ସଭାପତିତ୍ୱ କରି କହିଥିଲେ ବି.ଜେ ଡି ସରକାର ୨୪ ବର୍ଷ ଧରି ଜନ ସାଧାରଣ ଙ୍କୁ ଶୋଷଣ ଏବଂ ପ୍ରଶାସନିକ ଅତ୍ୟାଚାର କରିଥିଲା l ବି ଜେ ପି ସରକାର ମଧ୍ୟ ସେହି ପରି ନୀତି ଆପଣାଇ ଜନ ମାରଣ ନୀତି ଧରିଛନ୍ତି। ସରକାର ଦୁଇ ବର୍ଷ ହେଲାଣି କେବଳ ବାହାସ୍ଫୋଟ ମାରିବା ବ୍ୟତୀତ କୌଣସି ଉନ୍ନତି ମୂଳକ କାର୍ଯ୍ୟ କରୁନାହାନ୍ତି,ବର୍ତ୍ତମାନ ର ସରକାର କେବଳ ଚାନ୍ଦା ଆଦାୟ କରି ଲୁଣ୍ଠନ କରି ଚାଲିଛନ୍ତି ବୋଲି ପୂର୍ବତନ ବିଧାୟକ ସୁବର୍ଣ୍ଣ ନାୟକ କହଛନ୍ତି। ରାଜ୍ୟ ଉପ ପ୍ରଭାରୀ କହିଛନ୍ତି ଯେ ଜନ ସାଧାରଣ ଙ୍କ ଅଧିକାର କୁ ବିଜେପି ସରକାର ଛଡ଼ାଇନେଉଛି ଏବଂ ଜଳ, ଜଙ୍ଗଲ ଓ ଜମି ର ଆଦିବାସୀ ଙ୍କ ଅଧିକାର କୁ ଛଡାଇ ନେଇ କର୍ପୋରେଟ ସଂସ୍ଥା ମାନଙ୍କ୍ ହିତରେ କାମ କରିବା ନୀତି କୁ ବିରୋଧ କରି ନିଜେ ନିଜର ଅଧିକାର ସାବ୍ୟସ୍ତ ପାଇଁ ସଜାଗ ରୁହ ବୋଲି କହି ଥିଲେ। ପୂର୍ବତନ ମନ୍ତ୍ରୀ ଜୟଦେବ ଜେନା କହିଲେ ଯେ ଗରିବରେ ୧ନଂ ଓଡ଼ିଶା, ତାହା ମଧ୍ୟରେ କେନ୍ଦୁଝର ଜିଲ୍ଲା ସବୁଠାରୁ ଗରିବ, ମୁଖ୍ୟ ମନ୍ତ୍ରୀ ମୋହନ ଚରଣ ମାଝି କହିଥିଲେ ସୁନାର ଓଡ଼ିଶା ଭଳି କେନ୍ଦୁଝର ଜିଲ୍ଲା କୁ ସୁନାର କେନ୍ଦୁଝର କରିବା ପାଇଁ, ହେଲେ ଆଜି ବହୁତ ଗଳିକନ୍ଦି ବୁଲି ଖୋଜିଛି ସୁନାର କେନ୍ଦୁଝର କୋଉଠି ପାଇଲି ନାହିଁ, ରାଜ୍ୟ ବାହାରୁ ଲୋକ ଆସି ଯିଏ କି ରାଜେଶ ଜଇସ୍ଵlଲ ଖଣିରୁ ଯେଉଁ ଲୁଟ୍ କରୁଛି ତାହା ମୁଖ୍ୟମନ୍ତ୍ରୀ ମୋହନ ମାଝି ଙ୍କ ତବିଲ୍ କୁ ସିଧlସଳଖ ଯାଉଛି, ରାଜେଶ ଜଇସ୍ଵlଲ ଜିଲ୍ଲା ପ୍ରଶାସନକୁ ଉଠ ବସ୍ କରୁଛି କାହା ବଳରେ। ପିସିସି ସଭପତି ଭକ୍ତ ଚରଣ ଦାସ ପୂର୍ବ ବକ୍ତାଙ୍କ କଥା ଦୋହୋରେଇବା ସହିତ ରାହୁଲ ଗାନ୍ଧୀଙ୍କ ନେତୃତ୍ଵରେ କେନ୍ଦୁଝର ଜିଲ୍ଲାକୁ ସର୍ବାଧିକ ଫୋକସ୍ କରିବାକୁ କହିଥିଲେ। ସେହିଭଳି ରାଜ୍ୟ ପ୍ରଭାରୀ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ଅଶୋନ୍ତୋଷ ଝାଡି କହିଥିଲେ ଯେ ଜନସାଧାରଣଙ୍କ ହକ୍ କୁ ବିଜେପି ସରକାର ଛଡ଼ାଇ ନେଇ ଲୋକଙ୍କୁ ଦୁର୍ଦ୍ଦିନରେ ଗତି କରିବାକୁ ବlଧ୍ୟ କରିଛି, କଂଗ୍ରେସ ସରକାର ଆସିଲେ ଲୋକଙ୍କୁ ତାଙ୍କର ମୌଳିକ ଅଧିକାରରୁ ବଞ୍ଚିତ ହେବାକୁ ଦେବୁ ନାହିଁ। ଆଜିର ସମାବେଶରେ ପlଞ୍ଚ ହଜାର ରୁ ଅଧିକ ମହିଳା ଓ ପୁରୁଷ କର୍ମୀ ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା l (ଯୋଡ଼ା ରୁ ଅଖିଳ ନାୟକ ଙ୍କ ରିପୋର୍ଟ )