ଶ୍ରୀ ଶ୍ରୀ ହନୁମାନଙ୍କ ଚତୁର୍ଥ ବାର୍ଷିକ ଉତ୍ସବ ଓ ବିଶ୍ୱଶାନ୍ତି ମହାଯଜ୍ଞ।
ଶ୍ରୀ ଶ୍ରୀ ହନୁମାନଙ୍କ ଚତୁର୍ଥ ବାର୍ଷିକ ଉତ୍ସବ ଓ ବିଶ୍ୱଶାନ୍ତି ମହାଯଜ୍ଞ।
ଆନନ୍ଦପୁର, ୬।୩ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ଘଷିପୁରା ବ୍ଲକ୍ ଅନ୍ତର୍ଗତ ରୁଦ୍ରନାରାୟଣପୁର ଗ୍ରାମରେ ଶ୍ରୀ ଶ୍ରୀ ହନୁମାନଙ୍କ ଚତୁର୍ଥ ବାର୍ଷିକ ଉତ୍ସବ ଓ ବିଶ୍ୱଶାନ୍ତି ମହାଯଜ୍ଞ ମହା ସମାରୋହରେ ପାଳିତ ହୋଇଯାଇଛି।
ପଣ୍ଡିତ ସୁମନ୍ତ ତ୍ରିପାଠୀ, ପଣ୍ଡିତ ତ୍ରିଲୋଚନ ପଣ୍ଡା ଓ ପଣ୍ଡିତ ଅଭିନାଶ ପଣ୍ଡାଙ୍କ ନେତୃତ୍ୱରେ ଏବଂ ନୀତି ପୂଜକ ଲକ୍ଷ୍ମୀଧର ତ୍ରିପାଠୀଙ୍କ ତତ୍ତ୍ୱାବଧାନରେ ଯଜ୍ଞ କାର୍ଯ୍ୟ ସମ୍ପନ୍ନ ହୋଇଥିଲା। ୧୦୮ ଜଣ ବ୍ରତଧାରୀ ଗ୍ରାମସ୍ଥିତ ଦୁର୍ଗା ପୁଷ୍କରିଣୀରୁ କଳସ ବୁଡାଇ ଗ୍ରାମ ପରିକ୍ରମା କରି ଯଜ୍ଞ ମଣ୍ଡପରେ ଘଟ ସ୍ଥାପନ କରିଥିଲେ। ପରେ ପୂଜା ଓ ମହାଯଜ୍ଞ ଆରମ୍ଭ ହୋଇଥିଲା। ଏହି ଯଜ୍ଞରେ କର୍ତ୍ତା ଭାବେ ତପନ ତ୍ରିପାଠୀ ଓ ପତ୍ନୀ ପିନୁ ତ୍ରିପାଠୀ, ବାସୁଦେବ ନନ୍ଦ ଓ ପତ୍ନୀ ସୋନିତା ନନ୍ଦ, ମନୋରଞ୍ଜନ ବେହେରା ଓ ପତ୍ନୀ ସସ୍ମିତା ବେହେରା ଦାୟିତ୍ୱ ନିର୍ବାହ କରିଥିଲେ। ସନ୍ଧ୍ୟା ୭ଟାରେ ପୂର୍ଣ୍ଣାହୁତି କାର୍ଯ୍ୟକ୍ରମ ହୋଇଥିବା ବେଳେ ମନ୍ଦିର ସମ୍ମୁଖରେ ଭଜନ ସନ୍ଧ୍ୟା ଆୟୋଜିତ ହୋଇଥିଲା।ସମସ୍ତ ଗ୍ରାମବାସୀ ଓ ଭକ୍ତମାନଙ୍କ ସହଯୋଗରେ ଉତ୍ସବ ସଫଳ ହୋଇଥିଲା। ଭକ୍ତମାନଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା।
ଖଣ୍ଡାଧାର ନିଉଜ- ବିଜୟ ଜେନା ଙ୍କ ରିପୋର୍ଟ।