ଆଦର୍ଶ ପ୍ରଧାନ ଶିକ୍ଷକ ସତ୍ୟନାରାୟଣ ପଟ୍ଟନାୟକଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା।
ଆଦର୍ଶ ପ୍ରଧାନ ଶିକ୍ଷକ ସତ୍ୟନାରାୟଣ ପଟ୍ଟନାୟକଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା
ଢେଙ୍କିକୋଟ-୦୬/୦୩ (ଖଣ୍ଡାଧାର ନିଉଜ) ଘଟଗାଁ ବ୍ଲକ ଅଞ୍ଚଳ ଭୋଳବେଡା ସ୍ଥିତ ଜନତା ସରକାରୀ ଉଚ୍ଚ ବିଦ୍ୟାଳୟ ର କାର୍ଯ୍ୟରତ ଆଦର୍ଶ ପ୍ରଧାନ ଶିକ୍ଷକ ସତ୍ୟ ନାରାୟଣ ପଟ୍ଟନାୟକଙ୍କ ର ଫେବୃୟାରୀ ୨୮ ରେ ଚାକିରୀ କାର୍ଯ୍ୟକାଳ ଶେଷ ହୋଇଥିବା ବେଳେ ଶୁକ୍ରବାର ତାଙ୍କୁ ଅବସର କାଳୀନ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ଭାବବତୀ ବିନିସିଆ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭା ରେ ବିଶିଷ୍ଟ ଶିକ୍ଷାବିତ୍ ତଥା ଜଗନ୍ନାଥ ସଂସ୍କୃତି ଗବେଷକ ଜୟଦେବ ପଣ୍ଡା ମୁଖ୍ୟ ଅତିଥି ଭାବେ, ଅବସର ପ୍ରାପ୍ତ ବ୍ୟାଙ୍କ୍ ପ୍ରବନ୍ଧକ ତଥା ସମାଜସେବୀ କୁଳମଣି ମଣ୍ଡଳ ମୁଖ୍ୟ ବକ୍ତା ଭାବେ ଓ ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ସନ୍ଧ୍ୟାରାଣି ନାୟକ , ଉତ୍ତର ଓଡ଼ିଶା ସାହିତ୍ୟ ସଂସ୍କୃତି ସମ୍ଲେଳନ ର ସଭାପତି ନୃସିଂହନାଥ ସିଂହ, ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ହୃଷୀକେଶ ପଲେଇ, କେନ୍ଦୁଝର ପି ଏମ୍ ଶ୍ରୀ ବାଳିକା ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଜୟ ପ୍ରକାଶ ରାଉତ ଓ ଢେଙ୍କିକୋଟ ବାଳିକା ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଭକ୍ତ ବନ୍ଧୁ ନାୟକ ପ୍ରମୁଖ ଯୋଗ ଦେଇ ବିଦାୟୀ ଶିକ୍ଷକ ଶ୍ରୀ ପଟ୍ଟନାୟକ ଙ୍କ କର୍ତ୍ତବ୍ୟନିଷ୍ଠା ଛାତ୍ର ବତ୍ସଳତା ର ସ୍ମୁତି ଚାରଣ କରିଥିଲେ। ଶିକ୍ଷକ ପ୍ରବୀର କୁମାର ସାହୁ କାର୍ଯ୍ୟକ୍ରମ ର ସଂଯୋଜନା କରିଥିଲେ। ବିଦ୍ୟାଳୟ ର ତରଫରୁ ତାଙ୍କୁ ମାନପତ୍ର ଉପାୟନ ଉପଢୌକନ ସହ ଗ୍ରାମବାସୀ ଓ ଛାତ୍ର ଛାତ୍ରୀଙ୍କ ତରଫରୁ ମଧ୍ୟ ତାଙ୍କୁ ଉପଢୌକନ ଆଦି ପ୍ରଦାନ କରାଯାଇଥିଲା। ଶିକ୍ଷକ ବିଷ୍ଣୁପ୍ରିୟ ମଲ୍ଲିକ ହର ମୋହନ ମହାନ୍ତ ,ବିଭୀଷଣ ନାୟକ , ସୁବାସିନି ନାୟକ , ଶତାବ୍ଦୀ ମଲ୍ଲିକ ଓ ସୁଧାଂଶୁ ବେହେରା ପ୍ରମୁଖ କାର୍ଯ୍ୟକ୍ରମ ରେ ସାମିଲ ଥିଲେ।