ରୂପାକୁଣ୍ଡ କେମୁଣ୍ଡିଆରେ ଭଣ୍ଡା ମଣ୍ଡଳ ବିଜେପି ର ବନ୍ଧୁ ମିଳନ ଓ ନୂତନ କାର୍ଯ୍ୟକର୍ତ୍ତାଙ୍କୁ ସମର୍ଦ୍ଧନା ସଭା।
ରୂପାକୁଣ୍ଡ କେମୁଣ୍ଡିଆରେ ଭଣ୍ଡା ମଣ୍ଡଳ ବିଜେପି ର ବନ୍ଧୁ ମିଳନ ଓ ନୂତନ କାର୍ଯ୍ୟକର୍ତ୍ତାଙ୍କୁ ସମର୍ଦ୍ଧନା ସଭା
ଚମ୍ପୁଆ -୦୬/୦୩(ଖଣ୍ଡାଧାର ନିଉଜ) ଚମ୍ପୁଆ ବ୍ଲକ ଉଚ୍ଚବାଲି ପଞ୍ଚାୟତ ଅନ୍ତର୍ଗତ କେମୁଣ୍ଡିଆ ଗ୍ରାମ ଦର୍ଶନୀୟ ସ୍ଥାନ ପୁଣ୍ୟତୋୟା ବୈତରଣୀ କୂଳସ୍ଥ ରୁପକୁଣ୍ଡ ରୁପେଶ୍ୱର ମହାଦେବ ମନ୍ଦିର ପରିସରରେ ଭଣ୍ଡା ମଣ୍ଡଳ ବିଜେପି ର ବନ୍ଧୁ ମିଳନ ଓ ନୂତନ କର୍ମକର୍ତ୍ତା ମାନଙ୍କୁ ସମର୍ଦ୍ଧନା ସହିତ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି l
ସଭାରେ ଭଣ୍ଡା ମଣ୍ଡଳ ସଭାପତି ବୀରେନ୍ଦ୍ର କୁମାର ବେହେରା ସଭାପତିତ୍ୱ କରିଥିବା ବେଳେ ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ବିଜେପି ସାଧାରଣ ସମ୍ପାଦକ ଅନୁବ୍ରତ ବେହେରା, ସମ୍ମାନିତ ଅତିଥି, ବକ୍ତା ଭାବେ ବିଜେପି ଜିଲ୍ଲା ଉପସଭାପତି ଦେବ ପ୍ରସାଦ ମିଶ୍ର, ସାଂସଦ ପ୍ରତିନିଧି ସିଦ୍ଧାର୍ଥ କୁମାର ସିଂହ,ପାଟଣା ବିଧାୟକଙ୍କ ଚମ୍ପୁଆ ବ୍ଲକ ପ୍ରତିନିଧି ଭାବଗ୍ରାହୀ ମହାନ୍ତ,
ରାଜ୍ୟ ମହିଳା ମୋର୍ଚ୍ଚା କାର୍ଯ୍ୟକାରିଣୀ ସଦସ୍ୟା ଶ୍ରଦ୍ଧାଞ୍ଜଳି କର, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟା ସୁଲୋଚନା ନାୟକ, ମଣ୍ଡଳ ମହିଳା ମୋର୍ଚ୍ଚାର ଅବନ୍ତୀ ମହାନ୍ତ ପ୍ରମୁଖ ଯୋଗ ଦେଇ ବିଜେପି ର ସଂଗଠନ ଓ ଶକ୍ତିକୁ ବୃଦ୍ଧି କରିବାକୁ ଦିଗଦର୍ଶନ ଦେଇ ପ୍ରଧାନମନ୍ତୀ ମୋଦୀଙ୍କ ମନ କି ବାତ ପ୍ରତି ୱାଡ଼, ବୁଥ ସ୍ତରରେ ଶୁଣି, ଶୁଣାଇବାକୁ ବକ୍ତବ୍ୟ ରଖି ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଯୋଜନା କୁ ସାଧାରଣ ଲୋକଙ୍କ ପାଖକୁ ପହଞ୍ଚାଇବାକୁ ଦିଗଦର୍ଶନ ଦେଇଥିଲେ l ଏହି ଅବସରରେ ଅତିଥି ମାନଙ୍କ ସହିତ ଭଣ୍ଡା ମଣ୍ଡଳ ର ନୂତନ କାର୍ଯ୍ୟକର୍ତ୍ତା ମାନଙ୍କ ସହିତ ପୂର୍ବତନ ମଣ୍ଡଳ ସଭାପତି ଶତ୍ରୁଘ୍ନ ମହାନ୍ତ, ହେମନ୍ତ ମହାନ୍ତ ଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମର୍ଦ୍ଧିତ କରାଯାଇଥିଲା l ପ୍ରଧାନମନ୍ତ୍ରୀ ମୋଦୀଙ୍କ 'ମନ କି ବାତ ' ର ପ୍ରଚାର ପ୍ରସାରରେ ପ୍ରମୁଖ ଭୂମିକା ନେଇଥିବା ପଡୁଆ ପଞ୍ଚାୟତ ନିଶାଗଡିଆ ଗ୍ରାମର ସେବତୀ ନାଏକ, ଅରୁନ୍ଧତୀ ନାଏକ, ସ୍ନେହଲତା ନାଏକ, ତ୍ରିଲୋଚନ, କାଲୁ ପ୍ରମୁଖଙ୍କୁ ମୁଖ୍ୟଅତିଥି ସ୍ଵତନ୍ତ୍ର ଭାବେ ସମର୍ଦ୍ଧିତ କରିଥିଲେ l ପ୍ରଥମେ ଅତିଥିମାନେ ଭାରତ ମାତା ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ, ଧୂପ, ପ୍ରଦୀପ ପ୍ରଯ୍ୟଳନ କରି ରାଷ୍ଟ୍ର ସଂଗୀତ ବନ୍ଦେ ମାତରଂ ଗାନ ପରେ ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା l କାର୍ଯ୍ୟକ୍ରମକୁ ମଣ୍ଡଳ ସାଧାରଣ ସମ୍ପାଦକ ଦିବାକର ମହାନ୍ତ, ବଳରାମ ନାଏକ ସଂଯୋଜନା କରି ପରିଚାଳିତ କରିଥିବାବେଳେ ଭୀଷ୍ମ ନାଏକ, ସୁଲୋଚନା ନାୟକ, ଉମାକାନ୍ତ ମହାରଣା, ପଙ୍କଜିନୀ ନାୟକ, ରାମଚନ୍ଦ୍ର ନାଏକ, ସରୋଜ ନାଏକ, ଦୟାନିଧି ମହାନ୍ତ, ମୁରଲୀଧର ପ୍ରଧାନ ପ୍ରମୁଖ ବିଜେପି କାର୍ଯ୍ୟକର୍ତା ମାନେ ସହଯୋଗ କରି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ l ସଭାରେ ଭଣ୍ଡା ମଣ୍ଡଳ ଅନ୍ତର୍ଗତ କାଶିପାଳ, ପଡୁଆ, ଉଚ୍ଚବାଲି ଓ ଭଣ୍ଡା ପଞ୍ଚାୟତ ଅଞ୍ଚଳରୁ ସହସ୍ରାଧିକ ଜନ ସାଧାରଣ ଯୋଗ ଦେଇଥିଲେ l