logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଜଙ୍ଗଲର ନିଆଁକୁ ନିୟନ୍ତ୍ରଣ ପାଇଁ ଜନସାଧାରଣଙ୍କ ସହଯୋଗ ଲୋଡିଲେ ଡିଏଫ୍ଓ।

ଜଙ୍ଗଲର ନିଆଁକୁ ନିୟନ୍ତ୍ରଣ ପାଇଁ ଜନସାଧାରଣଙ୍କ ସହଯୋଗ ଲୋଡିଲେ ଡିଏଫ୍ଓ।

କେନ୍ଦୁଝର -୦୬/୦୩ (ଖଣ୍ଡାଧାର ନିଉଜ) ଜଙ୍ଗଲ ନିଆଁ ରୋକିବା ପାଇଁ ଲୋକଙ୍କ ସହଯୋଗ ଲୋଡିଲେ ଡିଏଫ୍ଓ ଧନରାଜ ଏଚଡି । ଚଳିତବର୍ଷ ବ୍ୟାପକ ସତର୍କତା ଅବଲମ୍ବନ କରାଯାଇଥିବାରୁ ଗତବର୍ଷ ଅପେକ୍ଷା ଜଙ୍ଗଲ ନିଆଁକୁ ଯଥେଷ୍ଟ ନିୟନ୍ତ୍ରଣ କରାଯିବା ପାଇଁ ପ୍ରସ୍ତୁତି କରାଯାଉଛି । ଜଙ୍ଗଲ ନିଆଁ ଯୋଗୁଁ ପ୍ରତିବର୍ଷ ଶହ ଶହ ହେକ୍ଟର ଜଙ୍ଗଲ ଜଳିପୋଡି ନଷ୍ଟ ହେଉଛି । ଚଳିତ ବର୍ଷ ମଧ୍ୟ ବହୁ ସ୍ଥାନରେ ଜଙ୍ଗଲ ନିଆଁ ଚିନ୍ତାର ବିଷୟ ହୋଇଛି । ଅଦ୍ୟବାଧି ୭ ଟି ରେଞ୍ଜରେ ୪୫୨ ଟି ଫାୟାର ପଏଣ୍ଟ ଚିହ୍ନଟ ହୋଇଛି । ସେଥିମଧ୍ୟରୁ ୪୪୬ ଜଙ୍ଗଲ ଏବଂ ୬ ଟି ଅଣଜଙ୍ଗଲ ସ୍ଥାନରେ ଚିହ୍ନଟ ହୋଇଛି । ଘଟଗାଁ ବନାଞ୍ଚଳ ରେ ୧୭୦ଟି ସ୍ଥାନରେ ନିଆଁ ଲାଗିଥିବା ରିପୋର୍ଟ ମିଳିଥିବାବେଳେ ତେଲକୋଇରେ ୧୨୬ଟି,କେନ୍ଦୁଝର ବନାଞ୍ଚଳରେ ୫୭ଟି,ପାଟଣା ବନାଞ୍ଚଳରେ ୫୨ଟି,ବିଜେପି ବନାଞ୍ଚଳରେ ୧୫ଟି,ବଡବିଲରେ ୨ ଓ ଚମ୍ପୁଆ ବନାଞ୍ଚଳରେ ୩୧ଟି ସ୍ଥାନରେ ନିଆଁ ଲାଗିଥିବା ରିପୋର୍ଟ ମିଳିଛି ବୋଲି ଡିଏଫ୍ଓ ସୂଚନା ଦେଇଛନ୍ତି । କେନ୍ଦୁଝର ବନଖଣ୍ଡରେ ନିଆଁ ଲିଭାଇବା ପାଇଁ ୧୬୦ଟି ଫାୟାର ସ୍କ୍ୱାର୍ଡ ଓ ଅନ୍ୟାନ୍ୟ ସ୍କ୍ୱାର୍ଡ ଗଠନ କରାଯାଇଛି । ପ୍ରତି ଛୋଟ ଛୋଟ ଅଞ୍ଚଳରେ ଏହି କର୍ମଚାରୀମାନେ ପହରା ଦେଇ ନିଆଁକୁ ଆୟତ୍ତ କରୁଛନ୍ତି । ଏହାବ୍ୟତୀତ ୨୦୦ଟି ବ୍ଲୋୟର ମେସିନ ଓ ୧୨ଟି ଚାରି ଚକିଆ ଗାଡି ଯୋଗାଇ ଦିଆଯାଇଛି । ପ୍ରତି ୧୦ ଜଣ ସ୍କ୍ୱାର୍ଡ ପାଇଁ ଗୋଟିଏ ଗାଡିର ବ୍ୟବସ୍ଥା କରାଯାଇଛି । ଜଙ୍ଗଲର ନିଆଁକୁ ନିୟନ୍ତ୍ରଣ କରିବାକୁ ପ୍ରତ୍ୟେକ ଖଣି କମ୍ପାନୀ ୫ ଜଣ କରି କର୍ମଚାରୀଙ୍କୁ ନିୟୋଜିତ କରିବାକୁ ନିର୍ଦେଶ ଦିଆଯାଇଛି । ଚଳିତ ବର୍ଷ ୧୨୩୨ କିଲୋମିଟର ଫାୟାର ଲାଇନ କରାଯାଇଛି । ଜଙ୍ଗଲ ନିଆଁ ରୋକିବା ଏବଂ ପେଟ୍ରୋଲିଂ ପାଇଁ ୧୨ ଟି ଗାଡି ନିୟୋଜିତ କରାଯାଇଛି । ଯେଉଁ ସ୍ଥାନରେ ଅଧିକ ନିଆଁ ଲାଗୁଛି ସେଠାରେ ଅଧିକ ଫାୟlର ସ୍କବାର୍ଡ ନିୟୋଜିତ କରାଯାଇଛି । ଖରାଦିନ ଆରମ୍ଭରୁ କେନ୍ଦୁଝର ଜିଲ୍ଲାର ବିଭିନ୍ନ ଜଙ୍ଗଲ ମାନଙ୍କରେ ନିଆଁ ଲାଗିବା ଆରମ୍ଭ ହୋଇଯାଇଛି । ଗୋଟିଏ ପଟେ ମଣିଷ ଦ୍ୱାରା କୃତ୍ରିମ ଜଙ୍ଗଲ ପୋଡି, ଅନ୍ୟପଟେ ଖଣି ମାଲିକ ଓ କାଠ ମାଫିଆମାନଙ୍କ ଦ୍ୱାରା ଜଙ୍ଗଲ ଧ୍ୱଂସ ଏଥିରେ ସନ୍ଧେହ ନାହିଁ । ଜଙ୍ଗଲ ନିଆଁକୁ ରୋକିବା ପାଇଁ ରାଜ୍ୟ ସରକାର ବନବିଭାଗକୁ ସମସ୍ତ ସହଯୋଗ କରୁଥିବାବେଳେ ଏଥିନେଇ ସ୍ୱତନ୍ତ୍ର ସ୍କ୍ୱାର୍ଡ ଗଠନ କରାଯାଇଛି । ଚଳିତବର୍ଷ ଖଣି କମ୍ପାନୀମାନେ ମଧ୍ୟ ଜଙ୍ଗଲ ନିଆଁକୁ ନିୟନ୍ତ୍ରଣ ପାଇଁ କର୍ମଚାରୀ ନିୟୋଜିତ କରିବେ । ଗତବର୍ଷ ଅପେକ୍ଷା ଚଳିତବର୍ଷ ଅଧିକ ଅଗ୍ନିକାଣ୍ଡ ଘଟିଥିବା ରିପୋର୍ଟ ମିଳିଛି । ଅଦ୍ୟାବଧି କେନ୍ଦୁଝର ବନଖଣ୍ଡର ୭ଟି ବନାଞ୍ଚଳର ୪୫୨ଟି ସ୍ଥାନରେ ନିଆଁ ଲାଗିଥିବା ରିପୋର୍ଟ ମିଳିଛି । ସେଥିମଧ୍ୟରୁ ଘଟଗାଁ ବନାଞ୍ଚଳରେ ସର୍ବାଧିକ ୧୭୦ଟି ସ୍ଥାନରେ ନିଆଁ ଲାଗିଛି । ଆଗକୁ ଜଙ୍ଗଲ ନିଆଁ ନିୟନ୍ତ୍ରଣ ପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ଡିଏଫ୍ଓ କହିଛନ୍ତି । ବିରଳ ବନ୍ୟପ୍ରାଣୀ କେନ୍ଦୁଝର ବନଖଣ୍ଡରେ ଚଳପ୍ରଚଳ କରୁଥିବାରୁ ଜଙ୍ଗଲ ନିଆଁକୁ ନିୟନ୍ତ୍ରଣ ପାଇଁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଉଛି । ୧୬୦ ଜଣ ଫାୟାର ସ୍କ୍ୱାର୍ଡ ୨୪୭ଟି ବ୍ଲୋୟର ମେସିନ୍ ଧରି ବନ କର୍ମଚାରୀ ନିଆଁ ଲାଗିବା ମାତ୍ରେ ୩ ଘଣ୍ଟା ମଧ୍ୟରେ ଘଟଣାସ୍ଥଳରେ ପହଁଚି ନିଆଁକୁ ଆୟତ୍ତ କରିବାକୁ ପ୍ରଶିକ୍ଷଣ ଦିଆଯାଇଛି ବୋଲି ଡିଏଫ୍ଓ କହିଛନ୍ତି । ଏହାସହିତ ୪୯୨ ବନ ସୁରକ୍ଷା ସମିତି ନିଆଁକୁ ନିୟନ୍ତ୍ରଣ ପାଇଁ ଦାୟିତ୍ୱ ଦିଆଯାଇଛି । ମହିଳାମାନେ ଜଙ୍ଗଲରେ ଫାୟାର ଲାଇନ୍ କରି ନିଆଁକୁ ନିୟନ୍ତ୍ରଣ ପାଇଁ ଦାୟିତ୍ୱ ଦିଆଯାଇଛି । ମହିଳାମାନେ ଜଙ୍ଗଲରେ ଫାୟାର ଲାଇନ୍ କରି ନିଆଁକୁ ଆୟତ୍ତ କରୁଥିବାରୁ କେନ୍ଦୁଝର ବନଖଣ୍ଡ ଏବେ ନିୟନ୍ତ୍ରଣରେ ରହିଛି ବୋଲି ବନବିଭାଗ ପକ୍ଷରୁ କୁହାଯାଇଛି । ଜଙ୍ଗଲର ସୁରକ୍ଷା ଦାୟିତ୍ୱ ସ୍ଥାନୀୟ ଅଞ୍ଚଳବାସୀଙ୍କ ଉପରେ ଦାୟିତ୍ୱ ନ୍ୟସ୍ତ କରାଯାଇଛି । ଏବେ ବିରଳ ବନ୍ୟପ୍ରାଣୀ ଯୋଗୁଁ ଅଟେଇ ସଂରକ୍ଷିତ ଜଙ୍ଗଲରେ ସାଧାରଣ ଲୋକଙ୍କ ପ୍ରବେଶ ଉପରେ ଅଙ୍କୁଶ ଲଗାଯାଇଛି । ସାଟେଲାଇଟ ମାଧ୍ୟମରେ ବିଭାଗକୁ ଜଙ୍ଗଲ ନିଆଁ ସଂପର୍କରେ ସୂଚନା ମିଳୁଥିବାବେଳେ ବନ କର୍ମଚାରୀ ଓ କଣ୍ଟ୍ରୋଲ ରୁମ୍ ନମ୍ବର ମଧ୍ୟ ଜାରି କରାଯାଇଛି । ଜଙ୍ଗଲରେ ନିଆଁକୁ ଦେଖିବା ମାତ୍ରେ ବନବିଭାଗକୁ ଫୋନ୍ କରି ସହଯୋଗ କରିବାକୁ ଡିଏଫ୍ଓ ନିବେଦନ କରିଛନ୍ତି । ଏ ସଂପର୍କରେ ଡିଏଫ୍ଓ ଧନରାଜ ଏଚ୍ଡି ଙ୍କୁ ପଚାରିବାରୁ ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କରିବା ପାଇଁ ବିଭାଗ ପକ୍ଷରୁ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଉଛି । ଡିଭିଜନ କାର୍ଯ୍ୟାଳୟରେ ଅନୁଷ୍ଠିତ ପ୍ରେସମିଟ୍ ରେ ଆଇଏଏଫ୍ଏସ୍ ପ୍ରତୀକ ଇନ୍ଦଲକର,ଏସିଏଫ୍ ଅଶୋକ କୁମାର ଦାସ ପ୍ରମୁଖ ଯୋଗଦେଇ ଜଙ୍ଗଲ ନିଆଁ ନିୟନ୍ତ୍ରଣ ସଂପର୍କରେ ବିଭିନ୍ନ ସୂଚନା ଦେଇଥିଲେ । (ସତ୍ୟଜିତ ମିଶ୍ରଙ୍କ ରିପୋର୍ଟ)

10
1092 views

Comment