logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ପିସିସି ସଭାପତି ଭକ୍ତ ଚରଣ ଦାସଙ୍କୁ କେନ୍ଦୁଝର ଜିଲ୍ଲା କଂଗ୍ରେସ ଭବନରେ ସମ୍ବର୍ଦ୍ଧନା।

ପିସିସି ସଭାପତି ଭକ୍ତ ଚରଣ ଦାସଙ୍କୁ କେନ୍ଦୁଝର ଜିଲ୍ଲା କଂଗ୍ରେସ ଭବନରେ ସମ୍ବର୍ଦ୍ଧନା।

କେନ୍ଦୁଝର,ତା୬/୩- ଜଳ, ଜମି,ପାଣି ଓ ଖଣି ପାଇଁ ଏବଂ ନାରୀ ପାଇଁ ନ୍ୟାୟ ଦାବୀରେ ଯୋଡ଼ାର ବନେଇକଳା ପଡ଼ିଆ ଠାରେ ଜ଼ିଲ୍ଲା କଂଗ୍ରେସ ପକ୍ଷରୁ ହେଉଥିବା ଜନ ସମ୍ପର୍କ ଅଧିକାର ସମାବେଶ କାର୍ଯ୍ୟକ୍ରମ ସାରି ଜ଼ିଲ୍ଲା କଂଗ୍ରେସ ଭବନକୁ ପିସିସି ସଭାପତି ଭକ୍ତ ଚରଣ ଦାସ ଆସିଥିଲେ। କେନ୍ଦୁଝର ଜିଲ୍ଲା କଂଗ୍ରେସ ସଭାପତି ମନୋଜ କୁମାର ଜେନାଙ୍କ ସଭାପତିତ୍ବରେ ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଏଆଇସିସି ପ୍ରଭାରୀ ଅଜୟ କୁମାର ଲଲ୍ଲୁ, ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ଏଆଇସିସି ସମ୍ପାଦକ ମୟୁର ଏସ ଜୟକୁମାର, କଂଗ୍ରେସ ବିଧାୟକ ଦଳର ନେତା ରାମଚନ୍ଦ୍ର କାଡ଼ାମ, ରାଜ୍ୟ କଂଗ୍ରେସ ସେବାଦଳ ଅଧ୍ୟକ୍ଷ ଶୁଭେନ୍ଦୁ ମହାନ୍ତି, ବରିଷ୍ଠ କଂଗ୍ରେସ ନେତା ସୁଧାଂଶୁ ଦେଓ, ପୂର୍ବତନ ପିସିସି ସାଧାରଣ ସମ୍ପାଦକ ଆଲୋକ ମିଶ୍ର, ପୂର୍ବତନ ପିସିସି ସମ୍ପାଦକ ସଂଗ୍ରାମ ଦାସ, ପୂର୍ବତନ ବିଧାୟକ ସୁବର୍ଣ୍ଣ ନାଏକ, କଂଗ୍ରେସ ନେତା ଲଳିତ ମୋହନ ନାୟକ, ରତ୍ନାକର ଜେନା, ସୁଢଳ କୁମାର ସେଠି, ଉତ୍ତମ କୁମାର ସାହୁ, ପ୍ରତିଭା ମଞ୍ଜରୀ ନାଏକ, ସୋନାଲି ମାରାଣ୍ଡି, ସବିତା ସାହୁ, ରଶ୍ମି ରଞ୍ଜନ ଜେନା, ପୂର୍ଣ୍ଣ ଦାସ,ଟିଟୁ ଜେନା, ଦିନେଶ ରାଉତ, ଲୋକନାଥ ଟୁଡୁ, ନଣ୍ଡା ଜେନା ପ୍ରମୁଖ ଉପସ୍ଥିତ ଥିଲେ। ପିସିସି ସଭାପତିଙ୍କୁ ବାଜା ଓ ବାଣ ସହିତ ଏକ ବିରାଟ ଫୁଲମାଳ ଦେଇ ସ୍ୱାଗତ କରାଯାଇଥିଲା।

ଖଣ୍ଡାଧାର ନିଉଜ- ବରିଷ୍ଠ ସାମ୍ବାଦିକ ଦିଲ୍ଲିପ କୁମାର ସାହୁଙ୍କ ରିପୋର୍ଟ।

6
53 views

Comment