ବରିଷ୍ଠ କିରାଣୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ପ୍ରଦାନ।
ବରିଷ୍ଠ କିରାଣୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ପ୍ରଦାନ।
କେନ୍ଦୁଝର,ତା୬/୩- ଘଟଗାଁ ବ୍ଲକ ଅନ୍ତର୍ଗତ ଢେଙ୍କିକୋଟ ଠାରେ ଥିବା ସତ୍ୟନାରାୟଣ ବିଦ୍ୟାପୀଠର ବରିଷ୍ଠ କିରାଣୀ କମଳାକାନ୍ତ ମହାନ୍ତଙ୍କୁ ଆଜି ବିଦ୍ୟାଳୟରେ ବିଦାୟକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଦୀର୍ଘ ୨୬ ବର୍ଷର ସେବା ପରେ ସେ ବିରାମ ନେଇଛନ୍ତି। ଆଜିର ଏହି କାର୍ଯ୍ୟକ୍ରମରେ ସଭାପତିତ୍ଵ କରିଥିଲେ ପ୍ରଧାନ ଶିକ୍ଷୟିତ୍ରୀ ସ୍ଵର୍ଣ୍ଣଲତା ସାହୁ। କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଶିକ୍ଷକ ଲମ୍ବୋଦର ନାୟକ। ନିମନ୍ତ୍ରିତ ହୋଇ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ ସ୍ଥାନୀୟ ସରପଞ୍ଚ ଖଈର ନାୟକ। ମୁଖ୍ୟବକ୍ତା ଭାବେ ଶିକ୍ଷାବିତ ଭାଗୀରଥି ପୃଷ୍ଟି,ସମ୍ମାନୀତ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ସଞ୍ଜୟ କୁମାର ସାହୁ, ସ୍କୁଲ ପରିଚାଳନା କମିଟି ସଦସ୍ୟ ପୀତବାସ ପଟ୍ଟନାୟକ, ବଳଭଦ୍ର ମହାକୁଡ଼,ମଧ୍ଯ ଇଂରାଜୀ ବିଦ୍ୟାଳୟ ପ୍ରଧାନଶିକ୍ଷକ ଅମୂଲ୍ୟ ଦତ୍ତ ଓ ସିଆରସିସି ଜିତେନ୍ଦ୍ର କୁମାର ଗିରି ନିମନ୍ତ୍ରିତ ଅତିଥି ରୂପେ ଉପସ୍ଥିତ ଥିଲେ। ବିଦ୍ୟାଳୟର କର୍ମକର୍ତ୍ତା, ଛାତ୍ରଛାତ୍ରୀ ମାନେ ବିଦାୟୀ କିରାଣୀଙ୍କ କର୍ତ୍ତବ୍ୟନିଷ୍ଠ ,ସମୟାନୁବର୍ତ୍ତିତା, କାର୍ଯ୍ୟଦକ୍ଷତା, ସ୍ନେହୀ ମନୋଭାବ ଓ ଉଦାରତା ଉପରେ ଭୂୟସୀ ପ୍ରଶଂସା କରିଥିଲେ ଏବଂ ତାଙ୍କର ଅନୁପସ୍ଥିତି ବିଦ୍ୟାଳୟ ପାଇଁ ବିରାଟ ଶୂନ୍ୟତା ବୋଲି ପରିପ୍ରକାଶ କରିଥିଲେ। ବିଦ୍ୟାଳୟର ଦିପାଞ୍ଜଳୀ ସେଠି, ବନଲତା ଚାନ୍ଦ, ରଞ୍ଜିତା ମୁର୍ମୁ, ମଧୁସ୍ମିତା ମହାପାତ୍ର, ପ୍ରଶାନ୍ତ ମହାନ୍ତି, ଦୀନବନ୍ଧୁ ପଣ୍ଡା, ମଦନମୋହନ ମହାନ୍ତ ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ବିଦାୟୀ କିରାଣୀ ଓ ତାଙ୍କ ସହଧର୍ମିଣୀ କୁମୁଦିନୀ ମହାନ୍ତଙ୍କୁ ମାନପତ୍ର, ଉତ୍ତରୀୟ, ପୁଷ୍ପଗୁଚ୍ଛ ଓ ଅନ୍ୟାନ୍ୟ ଉପହାର ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା।
ଖଣ୍ଡାଧାର ନିଉଜ- ବରିଷ୍ଠ ସାମ୍ବାଦିକ ଦିଲ୍ଲିପ କୁମାର ସାହୁଙ୍କ ରିପୋର୍ଟ।