logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ମୋ ଭାରତ ମହାନ୍

ମୋ ଭାରତ ମହାନ୍
ଡ଼ ଭକ୍ତବନ୍ଧୁ ବସନ୍ତରା

ନବ ଭାରତ ର ନିରିମାଣେ ଆମେ
କରୁଅଛୁ ଶୁଭ ଚିନ୍ତନ,
ବିକଶିତ ପଥେ ମୋ ଭାରତ ମାତା
ଜଣାଉଛି ଅଭିନନ୍ଦନ । (୦)

ଜାତି ମତ ପନ୍ଥ ବିବିଧତା ମଧ୍ୟେ
ହିନ୍ଦୁ ସଭିଏଁ ସନାତନ
ଏକ ଦେଶ ଏକ ଜାତୀୟ ସଂସ୍କୃତି
ଏହି ତ ଆମରି ସମ୍ମାନ ।(୧)

ପଞ୍ଚ ପଦୀ ଶିକ୍ଷା ଉପଚାରେ ଆଜି
କମ୍ପିଉଠେ ହୃତ ସ୍ପନ୍ଦନ,
ପଞ୍ଚ କୋଷ ଯଜ୍ଞେ ଭାରତୀୟ ଆତ୍ମା
ଜାଗେ ପଞ୍ଚ ପରିବର୍ତ୍ତନ ।(୨)

ପଞ୍ଚ ଯଜ୍ଞେ ଆଜି ପଞ୍ଚ କର୍ମ ସେବା
ସ୍ଫୁରିତ ହୁଏ ଲେଲିହାନ,
ଜାତୀୟ ସଂହତି ଜାତୀୟ ପ୍ରଗତି
ଆଲୋକ ପଥେ ସମ୍ବିଧାନ ।(୩)

ସମ୍ବିଧାନ ନୀତି ଆମରି ସଂସ୍କୃତି
କେଉଁ କାଳୁ ଏଠି ଉତ୍ପନ୍ନ,
ପରିଚୟ ଆମ ହିନ୍ଦୁ ଭାରତୀୟ
ଆମେ ରେ ସ୍ବୟମ୍ ସମ୍ପୂର୍ଣ୍ଣ ।(୪)

ବିଦୁର ଚାଣକ୍ୟ ନୀତି ଶାସ୍ତ୍ରେ ଆଜି
ଜଗତ କରଇ ନମନ,
ବୈଷୟିକ ଜ୍ଞାନେ ଆଧ୍ଯାତ୍ମ ଚେତନା
ଝଣ୍ଡା ରେ ହିନ୍ଦୁ ସନାତନ ।(୫)

ସାରା ବସୁଧା ଯେ କୁଟୁମ୍ବ ମଣଇ
ଜଗତ ତା ପାଇଁ ଅଭିନ୍ନ,
ସନାତନୀ ଶିକ୍ଷା ଏହି ଆମ ଦୀକ୍ଷା
ଆଜି ମୋ ଭାରତ ମହାନ ।(୬)
*********************************
(ଶିକ୍ଷକ) ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ସାତକିଆରି, ଜିଲ୍ଲା -ଦେବଗଡ ଓଡ଼ିଶା।

ଉପସ୍ଥାପନା : ବାବୁଲାଲ ପଲେଇ, ଆଇମା ମିଡିଆ
ମୋବାଇଲ୍: ୯୪୩୭୧୫୨୯୩୬

7
9379 views

Comment