logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ମଦର ପକ୍ଷରୁ ବିତ୍ତୀୟ ସାକ୍ଷରତା ସଚେତନତା କାର୍ଯ୍ୟକ୍ରମ

ଖୋର୍ଦ୍ଧା,୬.୩.୨୬(ଏ.ଆଇ.ଏମ.ଏ)
ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ, ନାବାର୍ଡ ଏବଂ ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆର ମିଳିତ ପ୍ରୟାସ ରେ ଚାଲୁଥିବା ଆର୍ଥିକ ସାକ୍ଷରତା ପ୍ରକଳ୍ପର କାର୍ଯ୍ୟକାରୀ ଅଂଶୀଦାର 'ମଦର' ପକ୍ଷରୁ ଟାଙ୍ଗୀ ବ୍ଲକ ଲେଣ୍ଡୋ ଗ୍ରାମ ପଞ୍ଚାୟତ ଗୋପିନାଥପୁର ଗ୍ରାମରେ ଆର୍ଥିକ ସାକ୍ଷରତା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି l ଏହି କାର୍ଯ୍ୟକ୍ରମରେ ଚିଲିକା ଆର୍ଥିକ ସାକ୍ଷରତା କେନ୍ଦ୍ରର ଟାଙ୍ଗି, ଚିଲିକା ଏବଂ ବାଣପୁର ବ୍ଳକ ଦାୟିତ୍ଵରେ ଥିବା ପରିଚାଳକ ସନ୍ତୋଷ ପଣ୍ଡା ଏବଂ ଟାଙ୍ଗି ବ୍ଳକର ପରାମର୍ଶଦାତା ସୁମିତ୍ରା ପଣ୍ଡା ଉପସ୍ଥିତ ଥିଲେ l ଏହି କାର୍ଯ୍ୟକ୍ରମରେ ବ୍ୟାଙ୍କ ମିତ୍ର କଳ୍ପନା ସାହୁ,ଏମ୍.ବି.କେ. ଅନୁସୟା ମହାପାତ୍ର, ସି.ଆର୍.ପି. ଉର୍ମିଳା ଚମ୍ପତି ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ l ଏହି କାର୍ଯ୍ୟକ୍ରମରେ ବଜେଟ, ସଞ୍ଚୟ, ଖର୍ଚ୍ଚ, କେନ୍ଦ୍ର ସରକାରଙ୍କ ମୃତ୍ୟୁ ଜନିତ ବିମା, ଦୁର୍ଘଟଣା ଜନିତ ବିମା ,ଅଟଳ ପେନ୍‌ସନ୍ ଯୋଜନା, ଝିଅ ମାନଙ୍କ ପାଇଁ ସୁକନ୍ୟା ସମୃଦ୍ଧି ଯୋଜନା, ପିଲା ମାନଙ୍କ ପାଠ ପଢ଼ିବା ପାଇଁ ବିଦ୍ୟାଲକ୍ଷ୍ମୀ ଯୋଜନା, କଳିଙ୍ଗ ସାଥି ଯୋଜନା, ପୁଅ ମାନଙ୍କ ପାଇଁ ବାତ୍ସଲ୍ୟ ଯୋଜନା, ନାଗରିକ ମାନେ ସ୍ଵାବଲମ୍ବୀ ହେବା ପାଇଁ ରିହାତି ଯୋଜନା ଯେପରିକି ପି.ଏମ୍.ଇ.ଜି.ପି, ପି.ଏମ୍.ଏଫ୍.ଏମ୍.ଇ ଏବଂ ସାଇବର୍ ଠକେଇ ବିଷୟରେ ବିସ୍ତୃତ ଭାବରେ ଉପସ୍ଥିତ ଅଂଶଗ୍ରହଣକାରୀ ମାନଙ୍କୁ ସଚେତନ କରାଯାଇଥିଲା l ପରିଶେଷରେ ଯଦି କୌଣସି ନାଗରିକଙ୍କର କିଛି ବ୍ୟାଙ୍କ ଜନିତ ସମସ୍ୟାର ସମାଧାନ କିମ୍ବା ପି.ଏମ୍.ଇ.ଜି.ପି., ପି.ଏମ୍.ଏଫ୍.ଏମ୍.ଇ ଏବଂ କଳିଙ୍ଗ ସାଥି ଯୋଜନା ଋଣ କରିବାକୁ ଚାହୁଁଥିଲେ ୯୨୩୭୩୯୪୯୩୭ ରେ ଯୋଗାଯୋଗ କରିବା ପାଇଁ କୁହାଯାଇ କାର୍ଯ୍ୟକ୍ରମକୁ ସମାପ୍ତ କରାଯାଇଥିଲା

76
1530 views

Comment