logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଖଣିପ୍ରଭାବିତ ଅଞ୍ଚଳବାସୀଙ୍କ ଦାବିକୁ ହୃଦୟଙ୍ଗମ କରି ସମସ୍ୟାର ସମାଧାନ କଲେ ମୁଖ୍ୟମନ୍ତ୍ରୀ।

ଖଣିପ୍ରଭାବିତ ଅଞ୍ଚଳବାସୀଙ୍କ ଦାବିକୁ ହୃଦୟଙ୍ଗମ କରି ସମସ୍ୟାର ସମାଧାନ କଲେ ମୁଖ୍ୟମନ୍ତ୍ରୀ।



କେନ୍ଦୁଝର -୦୫/୦୩ (ଖଣ୍ଡାଧାର ନିଉଜ) କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ଅନ୍ତର୍ଗତ କୁମୁଣ୍ଡି ଗ୍ରାମପଞ୍ଚୟାତର ଉପରଜାଗର, ତଳଜାଗର ଏବଂ ଉରୁମୁଣ୍ଡା ଅଞ୍ଚଳର ଶହଶହ ଖଣି ପ୍ରଭାବିତ ବାସୀ କିଛି ଦିନ ପୂର୍ବରୁ ପୁତୁଲିପାଣି ଖଣି ନିକଟରେ ଶାନ୍ତିପୁର୍ଣ ଭାବରେ ଗଣଧାରଣାରେ ବସିଥିଲେ l କେନ୍ଦୁଝର ମାଟିମା 'ର ସୁଯୋଗ୍ୟ ସନ୍ତାନ ତଥା ଓଡ଼ିଶାର ଜନପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଓଡ଼ିଶାର ନେତୃତ୍ୱ ନେବା ପରେ ତାଙ୍କ ପ୍ରଚେଷ୍ଟାରେ ପୁତୁଲିପାଣି ଖଣିଟି କାର୍ଯ୍ୟକ୍ଷମ ହେବାରେ ସକ୍ଷମ ହୋଇପାରିଥିଲା l ସୂଚନାଯୋଗ୍ୟଯେ ଡ଼ିଭି ଖଣି ପରିବହନ ସଂସ୍ଥା କାର୍ଯ୍ୟ ଆରମ୍ଭ କଲା ବେଳକୁ ଯେଉଁ ପ୍ରତିଶୃତି ଖଣିପ୍ରଭାବିତ ଅଞ୍ଚଳବାସୀଙ୍କୁ ଦେଇଥିଲେ ତାହାକୁ ସମ୍ପୂର୍ଣ୍ଣ ଭାବରେ ଅଣଦେଖା କରି ସମସ୍ତ କାର୍ଯ୍ୟକୁ ମେସିନ ଦ୍ୱାରା କରିବାରୁ ଖଣି ଅଞ୍ଚଳବାସୀ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ l ସ୍ଥାୟୀ ପ୍ରଭାବିତ ବାସୀଙ୍କ ତରଫରୁ ସ୍ଥାୟୀ ପ୍ରଜାମାନଙ୍କୁ ଖଣି କାର୍ଯ୍ୟରେ ନିଯୁକ୍ତି ଶ୍ରମିକ ମାନଙ୍କୁ ଲୋଡ଼ିଂ କାର୍ଯ୍ୟ ପ୍ରଦାନ ସ୍ଥାୟୀ ବାସିନ୍ଦାଙ୍କୁ ପରିବହନ କାର୍ଯ୍ୟ ଦେବା, ଶିକ୍ଷାକୁ ଆଧାର କରି ଖଣିରେ ନିଯୁକ୍ତି ବ୍ୟବସ୍ଥା କରିବା ନେଇ ତିନି ଗ୍ରାମର ସ୍ଥାୟୀ ପ୍ରଜାମାନେ ସମାଜସେଵୀ ତଥା ଶ୍ରମିକନେତା ଖଗେଶ୍ୱର ପୂର୍ତ୍ତିଙ୍କ ନେତୃତ୍ୱରେ ଏବଂ ନର୍ମଦୋଶ୍ୱରାୟ ଖଣି ପ୍ରଭାବିତ ଟ୍ରଷ୍ଟର ସଭାପତି ଯଶୋଦା ସେନାପତି, ସମ୍ପାଦିକା ଯମୁନା ପୂର୍ତ୍ତି,ସୂର୍ଯ୍ୟ ମୁଣ୍ଡା,କୁନି ଦେହୁରୀଙ୍କ ସମେତ ବହୁ ପ୍ରଭାବିତ ଅଞ୍ଚଳବାସୀ ଗଣଧାରଣାରେ ସାମିଲ ଥିଲେ l ଏହିଭଳି ସମ୍ବେଦନଶୀଳ ପ୍ରସଙ୍ଗକୁ ଓଡ଼ିଶାର ଲୋକପ୍ରିୟ ମୁଖ୍ୟମନ୍ତୀ ଶ୍ରୀ ମୋହନ ଚରଣ ମାଝୀ ହୃଦୟଙ୍ଗମ କରି ଟ୍ରଷ୍ଟର କର୍ମକର୍ତା ଏବଂ ଶ୍ରମିକ ନେତା ଖଗେଶ୍ୱର ପୂର୍ତ୍ତିଙ୍କ ସହ ଆଲୋଚନା କରି ତୁରନ୍ତ ସମସ୍ୟାର ସମାଧାନ ପାଇଁ ନିର୍ଦେଶ ଦେଇଛନ୍ତି l ମୁଖ୍ୟମନ୍ତ୍ରୀଙ୍କର ଏହି ମହତ ପଦକ୍ଷେପକୁ ନର୍ମଦୋଶ୍ୱରାୟ ଖଣି ପ୍ରଭାବିତ ଅଞ୍ଚଳବାସୀ ଏବଂ ଟ୍ରଷ୍ଟର କର୍ମକର୍ତା ଏବଂ ଶ୍ରମିକନେତା ଖଗେଶ୍ୱର ପୂର୍ତ୍ତିଙ୍କ ତରଫରୁ ଚିର କୃତଜ୍ଞତା ଜ୍ଞାପନ କରାଯାଇଛି l କେନ୍ଦୁଝର ସାଂସଦ ଶ୍ରୀ ଅନନ୍ତ ନାୟକ,ଜିଲ୍ଲା ପ୍ରଶାସନ ଏବଂ ପୋଲିସ ପ୍ରଶାସନ ଏବଂ ସମସ୍ତ ଗଣମାଧ୍ୟମର ପ୍ରତିନିଧିଙ୍କୁ ମଧ୍ୟ କୃତଜ୍ଞତା ଜ୍ଞାପନ କରାଯାଇଛି।



ସାମ୍ବାଦିକ ସତ୍ୟଜିତ ମିଶ୍ରଙ୍କ ରିପୋର୍ଟ।

36
4559 views

Comment