logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଜିଲ୍ଲା ସ୍ତରୀୟ ପିଏମ୍‌ଶ୍ରୀ ଉତ୍ସବ ୨୦୨୫-୨୬

ଜିଲ୍ଲା ସ୍ତରୀୟ ପିଏମ୍‌ଶ୍ରୀ ଉତ୍ସବ ୨୦୨୫-୨୬

କେନ୍ଦୁଝର,ତା୫/୩-ସ୍ଥାନୀୟ ପିଏମ୍‌ଶ୍ରୀ ଧନୁର୍ଜୟ ନାରାୟଣ ଉଚ୍ଚ ବିଦ୍ୟାଳୟ କେନ୍ଦୁଝରରେ ଜିଲ୍ଲା ସ୍ତରୀୟ ପିଏମ୍‌ଶ୍ରୀ ଉତ୍ସବ ମାର୍ଚ୍ଚ ୬ ତାରିଖ ସକାଳ ୧୦ ଘଟିକାରେ ଉଦଘାଟନ ଏବଂ ୭ ତାରିଖ ଅପରାହ୍ନ ୩ ଘଟିକାରେ ଉଦଯାପନ ଉତ୍ସବ ଅନୁଷ୍ଠିତ ହେବ। ପ୍ରଥମ ପର୍ଯ୍ୟାୟରେ ଚୟନ ହୋଇଥିବା ୧୯ଟି ପିଏମ୍‌ଶ୍ରୀ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହେବ।ଏହି ଉତ୍ସବରେ ଆକାଂକ୍ଷୀ ମେଳା,ଟ୍ୟାଲେଣ୍ଟ ଗ୍ୟାଲେରୀ,ଦୋକାନ ଯାତ୍ରା,କ୍ୟାରିଅର ମେଳା,ଛାୟା ସଂସଦରେ ୧୯ଟି ପିଏମ୍‌ଶ୍ରୀ ବିଦ୍ୟାଳୟର ପ୍ରାୟ ୮୫୦ ଛାତ୍ରଛାତ୍ରୀ ଯୋଗଦାନ କରିବାର କାର୍ଯ୍ୟକ୍ରମ ରହିଛି।ଏହି ଉତ୍ସବରେ ଜିଲ୍ଲାର ମାନ୍ୟବର ସାଂସଦ,ସମସ୍ତ ବିଧାୟକ,ଜିଲ୍ଲା ପରିଷଦ ଅଧ୍ୟକ୍ଷା,କେନ୍ଦୁଝରଗଡ଼ ପୌରପାଳିକା ଅଧ୍ୟକ୍ଷା,ଜିଲ୍ଲାପାଳ ମହୋଦୟ ଯୋଗଦାନ କରିବାର କାର୍ଯ୍ୟକ୍ରମ ରହିଛି। ଏହି ପିଏମ୍‌ଶ୍ରୀ ଉତ୍ସବ କାର୍ଯ୍ୟକ୍ରମକୁ ବହୁ ମାତ୍ରାରେ ପରିଦର୍ଶନ କରିବା ପାଇଁ ସ୍ଥାନୀୟ ଜନ ସାଧାରଣ, ବିଭିନ୍ନ ବିଭାଗୀୟ ଅନୁଷ୍ଠାନକୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ତରଫରୁ ନିବେଦନ କରାଯାଇଛି।

ଖଣ୍ଡାଧାର ନିଉଜ- ବରିଷ୍ଠ ସାମ୍ବାଦିକ ଦିଲ୍ଲିପ କୁମାର ସାହୁଙ୍କ ରିପୋର୍ଟ।

24
1246 views

Comment