logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଟ୍ରେନ ଧକ୍କାରେ ମହିଳାଙ୍କ ମୃତ୍ୟୁ।

ଟ୍ରେନ ଧକ୍କାରେ ମହିଳାଙ୍କ ମୃତ୍ୟୁ

କେନ୍ଦୁଝର,ତା୫/୩- ଘଟଗାଁ ଥାନା, ଢେଙ୍କିକୋଟ ଫାଣ୍ଡି, ମନୋହରପୁର ପଞ୍ଚାୟତ ଅନ୍ତର୍ଗତ ସିତାବିଞ୍ଜ ରେଳ ଷ୍ଟେସନ ଠାରୁ ଅନତି ଦୂରରେ ପାରାଦ୍ବୀପ କେନ୍ଦୁଝର ପାସେଞ୍ଜର ଟ୍ରେନ୍ ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଯାଇଛି। ସେ ହେଲେ ସୁଶୀଳା ମହାନ୍ତ (୪୦) ବୋଲି ଜଣାପଡିଛି। ସେ ସକାଳେ ରେଲୱେ ଲାଇନ ଅତିକ୍ରମ କରୁଥିବା ବେଳେ ଟ୍ରେନ୍ ତାଙ୍କୁ ଧକ୍କା ଦେଇଥିଲା। ଘଟଣା ସମ୍ପର୍କରେ ଖବର ପାଇବାପରେ ଢେଙ୍କିକୋଟ ଫାଣ୍ଡି ପୋଲିସ ଓ ରେଲୱେ କର୍ତ୍ତୃପକ୍ଷ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରି ପୋଷ୍ଟମର୍ଟମ କରାଇଛନ୍ତି। ତତ୍‌ସହିତ ଦୁର୍ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।

ଖଣ୍ଡାଧାର ନିଉଜ- ବରିଷ୍ଠ ସାମ୍ବାଦିକ ଦିଲ୍ଲିପ କୁମାର ସାହୁଙ୍କ ରିପୋର୍ଟ।

16
944 views

Comment