logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

କେନ୍ଦୁଝର ଜିଲ୍ଲା ବିଜେଡ଼ି ତରଫରୁ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୧୦ତମ ଜୟନ୍ତୀ ପାଳିତ।

କେନ୍ଦୁଝର ଜିଲ୍ଲା ବିଜେଡ଼ି ତରଫରୁ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୧୦ତମ ଜୟନ୍ତୀ ପାଳିତ

- ବିଜୁବାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ଓ ଶ୍ରଦ୍ଧାଞ୍ଜଳି
- ସମୃଦ୍ଧ ଓଡିଶା ଗଠନରେ ବିଜୁବାବୁଙ୍କ ଅବଦାନ ସମ୍ପର୍କରେ ସ୍ମୃତିଚାରଣ
କେନ୍ଦୁଝର,୫ା୩:ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୧୦ତମ ଜୟନ୍ତୀ ଅବସରରେ ଜିଲ୍ଲା ବିଜେଡ଼ି ତରଫରୁ ଭକ୍ତିପୂତ ଶ୍ରଦ୍ଧା ସୁମନ ଅର୍ପଣ କରାଯାଇଛି । ଏହି ଅବସରରେ 'ସମୃଦ୍ଧ ଓଡିଶା ଗଠନରେ ବିଜୁବାବୁଙ୍କ ଅବଦାନ 'ସମ୍ପର୍କରେ ଆଲୋଚନା କରାଯାଇଥିଲା।ନବ ଉତ୍କଳର ପ୍ରଗତି ସାରଥୀ ସାଜିଥିବା ଏହି ମହାନ ଜନନାୟକଙ୍କ ଜନ୍ମ ତିଥିରେ ଦଳୀୟ କର୍ମୀ ଓ କର୍ମକର୍ତ୍ତା ଉପସ୍ଥିତ ରହି ଏହି ଶୀର୍ଷକରେ ଆଲୋକପାତ କରିଥିଲେ । ସକାଳ ୯ଘଟିକା ସମୟରେ ବିଜେଡ଼ି ଜିଲ୍ଲା ସଭାପତି ଆଶିଷ ଚକ୍ରବର୍ତ୍ତୀଙ୍କ ନେତୃତ୍ୱରେ କେନ୍ଦୁଝର ସହରସ୍ଥ ଥାନା ଛକଠାରେଥିବା ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ପୂର୍ବତନ ସାଂସଦ ମାଧବ ସଦ୍ଦାର୍ର,ପୂର୍ବତନ ପୌରାଧ୍ୟକ୍ଷା ମୀନା ମାଝୀ,ଜିଲ୍ଲା ବରିଷ୍ଠ ଉପସଭାପତି ପ୍ରମୋଦ ପଟ୍ଟନାୟକ,ଜିଲ୍ଲା କୋଷାଧ୍ୟକ୍ଷ ରକ୍ଷାକର ସାହୁ,ସଦର ବ୍ଲକ ସଭାପତି ଚକ୍ରଧର ପରିଡ଼ା,ପ୍ରାକ୍ତନ ଜିଳ୍ଲା ପରିଷଦ ଅଧ୍ୟକ୍ଷା ତଥା ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ କମଳିନୀ ପାତ୍ର,ଜିଲ୍ଲା ପରିଷଦ ସଦସ୍ୟ ରଥ ମୁଣ୍ଡା,ନଗର ବିଜେଡି ସଭାପତି ପୂର୍ଣ୍ଣଚନ୍ଦ୍ର ସାହୁ,ଦେବୁ ପଟ୍ଟନାୟକ,ଜଗଦୀଶ ଆପଟ, ଝୁମ୍ପୁରା ବ୍ଲକ ଅଧ୍ୟକ୍ଷା ମାଳତି ନାଏକ,ଝୁମ୍ପୁରା ବ୍ଲକ ସଭପତି ଡ଼ମ୍ବୁରୁଧର ଦାସ,କେନ୍ଦୁଝରଗଡ଼ ପୌରପାଳିକାର କାଉନସିଲର ଶରତ ଚନ୍ଦ୍ର ସାହୁ,କେକୀ କାକଳି କୁମୁରା,ଆଦିବାସୀ ଯୁବ ନେତା ସତ୍ୟବ୍ରତ ନାଏକ, ବରିଷ୍ଠ କର୍ମୀ ବିପିନ ଆପଟ, ନରେନ୍ଦ୍ର ନାଏକ,ଭୋଳା ନାଥ ନାଏକ, ରମେଶ ନାଏକ, ରବୀନ୍ଦ୍ର ପାତ୍ର,ହୃଦାନନ୍ଦ ପ୍ରଧାନ, ଗଦାଧର ପଟ୍ଟନାୟକ, କମୁଳୁ ସାହୁ, ପ୍ରଫୁଲ ପ୍ରଧାନ,ଯୁବ ନେତା ଟିକିନା ବ୍ରହ୍ମ,ମୁନା ପାଣି, ବାସୁଦେବ ଜେନା, ବୁବୁ ସାହୁ, ଅନାଦି ପ୍ରଧାନ, ପରମେଶ୍ୱର ବାରିକ,ଶ୍ରୀକାନ୍ତ ମହାନ୍ତ, ଅରୁଣ ମନ୍ତ୍ରୀ, ଅଜ୍ଜୁ ଘଡେଇ, ଲୁଲୁ ସାହୁ, ଅଭି ନାଏକ,ବାବି ପଟ୍ଟନାୟକ, ପପୁ ଯାଦବ,ସୁଶାନ୍ତ ପ୍ରଧାନ, ମହେନ୍ଦ୍ର ସାହୁ, ମନ୍ମଥ ଘଣା,ରଞ୍ଜନ ବେହେରା,ମନୋଜ ବେହେରା,ସରପଞ୍ଚ ତପନ ନାଏକ, ବସନ୍ତ ପ୍ରଧାନ ଆଦି ଶତାଧିକ କର୍ମୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ। ବିଜୁବାବୁଙ୍କ ସ୍ମୃତିରେ ବହୁ ବରିଷ୍ଠ ନେତା ଶ୍ରଦ୍ଧାଞ୍ଜଳି ଅର୍ପଣ କରି ବକ୍ତବ୍ୟ ପ୍ରଦାନ କରିଥିଲେ ।

16
755 views

Comment