ନାଲକୋ ପକ୍ଷରୁ ଗ୍ରାମାଞ୍ଚଳ କ୍ରୀଡ଼ା ପ୍ରତିଯୋଗିତା ,ଦାମନଯୋଡି, କୋରାପୁଟ
ଦାମନଯୋଡ଼ି,୦୫/୦୨:ନାଲକୋ ସ୍ପୋର୍ଟ୍ସ ସେଲ ଦାମନଯୋଡ଼ିର ପାରିପାର୍ଶ୍ଵିକ ଅଂଚଳର ୧୫ଟି ବିଦ୍ୟାଳୟର ୨୫୦ ଛାତ୍ରଛାତ୍ରୀଙ୍କୁ ନେଇ ସେକ୍ଟର ୩ ସ୍ଥିତ ନେତାଜୀ ଷ୍ଟାଡିୟମରେ ଗ୍ରାମାଞ୍ଚଳ କ୍ରୀଡ଼ା ପ୍ରତିଯୋଗିତା ୨୦୨୫-୨୬ ଅନୁଷ୍ଠିତ ହୋଇଯାଇଛି।ଏହି ଏକ ଦିବସୀୟ କ୍ରୀଡ଼ା ପ୍ରତିଯୋଗିତାରେ ଷଷ୍ଠରୁ ନବମ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ନେ଼ଇ କନିଷ୍ଠ ଓ ବରିଷ୍ଠ,ବାଳକ,ବାଳିକା ଏପରି ୪ଟି ବିଭାଗରେ ମୋଟ ୨୪ଟି ଖେଳ ହୋଇଥିଲା।ବିଭିନ୍ନ ଦୌଡ଼, ଲମ୍ବ ଡିଆଁ,ବାଟି ଚାମଚ,ସଟପୁଟ,ସ୍କିପିଙ୍ଗ ଆଦି ଖେଳରେ ଛାତ୍ରଛାତ୍ରୀ ଚିତ୍ତାକର୍ଷକ ଖେଳ ପ୍ରଦର୍ଶନ କରିଥିଲେ।ସକାଳେ ନାଲକୋର ମୁଖ୍ୟ ମହାପ୍ରବନ୍ଧକ ସୁଗାତୋ ଆନନ୍ଦ ବାସୁ ମୁଖ୍ୟ ଅତିଥି ରୂପେ ଯୋଗଦେଇ ପ୍ରତିଯୋଗିତାକୁ ଉଦଘାଟନ କରିଥିଲେ।ମହାପ୍ରବନ୍ଧକ କୁନ୍ତଳ ଆନନ୍ଦ ଓ ସ୍ପୋର୍ଟ୍ସ ସେଲ ଇନଚାର୍ଜ ଅରୁଣ କୁମାର ମହାନ୍ତି ସମ୍ମାନିତ ଅତିଥି ରୂପେ ଯୋଗ ଦେଇ ଉପସ୍ଥିତ ଥିଲେ।ଅପରାହ୍ନରେ ନାଲକୋ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଅମରେନ୍ଦ୍ର କୁମାର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିବା ସହିତ ଗାଇଡ଼ ଶିକ୍ଷକଶିକ୍ଷୟିତ୍ରୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ।ନିଜ ବକ୍ତବ୍ୟରେ ଇଡି ଶ୍ରୀ ମିଶ୍ର ପ୍ରତିଯୋଗିଙ୍କୁ ଉତ୍ସାହିତ କରିବା ସହିତ କ୍ରୀଡ଼ା ମାଧ୍ୟ୍ୟମରେ ଜିଲ୍ଲା,ରାଜ୍ୟ ତଥା ଦେଶର ସୁନାମ ବୃଦ୍ଧି କରିବାକୁ ଉପଦେଶ ଦେଇଥିଲେ।ନାଲକୋର ଏଭଳି ଉଦ୍ୟମକୁ ପ୍ରଶଂସା କରିବା ସହିତ ଉଦୀୟମାନ ପ୍ରତିଭାଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ।ଏହି ପୁରସ୍କାର ବିତରଣ ଉତ୍ସବରେ ନାଲକୋ ମୁଖ୍ୟ ମହାପ୍ରବନ୍ଧକ ସଞ୍ଜୟ ଗୁପ୍ତା,ସ୍ଵରୁପାନନ୍ଦ ମିଶ୍ର ଓ ସୁଗାତୋ ଆନନ୍ଦ ବାସୁ,ମହାପ୍ରବନ୍ଧକ କୁନ୍ତଳ ଆନନ୍ଦ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ପୁରସ୍କାର ବିତରଣ କରିଥିଲେ।ନାଲକୋ ସ୍ପୋର୍ଟ୍ସ ସେଲ ଅଧିକାରୀ ଅରୁଣ କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।ସ୍ପୋର୍ଟ୍ସ ସେଲ ସଦସ୍ୟଙ୍କ ସହିତ ଶାରୀରିକ ଶିକ୍ଷାଶିକ୍ଷକ ଡ଼.ରମେଶ ଚନ୍ଦ୍ର ସ୍ୱାଇଁ,ଡ.ନିରୋଦ କୁମାର ପ୍ରଧାନ ଓ ନବକିଶୋର ପଣ୍ଡା ଓ ଖେଳ ପରିଚାଳନା କରିଥିଲେ।ସ୍ପୋର୍ଟ୍ସ ସେଲ ଅଧିକାରୀ ଅରୁଣ କୁମାର ମହାନ୍ତିଙ୍କ ନେତୃତ୍ବରେ ସ୍ପୋର୍ଟ୍ସ ସେଲ ସଦସ୍ୟ ପରିଚାଳନାରେ ସହଯୋଗ କରିଥିଲେ।