ସୂଚନା ଅଧିକାର ଅଧିନିୟମ-୨୦୦୫ ଉପରେ ଜିଲ୍ଲାସ୍ତରୀୟ କର୍ମଶାଳା ଏବଂ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ
ବରଗଡ଼ , ଆଜି ବିଜୁ ପଟ୍ଟନାୟକ ଟାଉନ ହଲ ଠାରେ ସୂଚନା ଅଧିକାର ଅଧିନିୟମ -୨୦୦୫ର ପୂର୍ଣ୍ଣାଙ୍ଗ କାର୍ଯ୍ୟନ୍ୱୟନ ଉଦ୍ଦେଶ୍ଯରେ ଜିଲ୍ଲାର ବିଭିନ୍ନ ବିଭାଗ ତଥା କାର୍ଯ୍ୟାଳୟର ପ୍ରଥମ ଅପିଲ କର୍ତ୍ତୃପକ୍ଷ, ଜନସୂଚନା ଅଧିକାରୀ, ସହକାରୀ ଜନସୂଚନା ଅଧିକାରୀଙ୍କୁ ନେଇ ଏକ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ କର୍ମଶାଳା ସହ ମହାବିଦ୍ୟାଳୟ ଛାତ୍ରଛାତ୍ରୀ ଓ ମାଇ ଭାରତ ଭଲ୍ୟୁଣ୍ଟିୟରଙ୍କୁ ନେଇ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗର ମାର୍ଗଦର୍ଶିକା ଅନୁଯାୟୀ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ , ବରଗଡ଼ଙ୍କ ଜରିଆରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ।
ଏହି ଅବସରରେ ଜିଲ୍ଲାପାଳ ଶ୍ରୀ ଆଦିତ୍ୟ ଗୋୟଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସମସ୍ତଙ୍କୁ ସୂଚନା ଅଧିକାର ଅଧିନୀୟର ସଫଳ କାର୍ଯ୍ୟନ୍ୱୟନ ତଥା ଲୋକଙ୍କୁ ସଠିକ ତଥ୍ୟ ନିୟମ ଅନୁଯାଇ ପ୍ରଦାନ କରିବା ପାଇଁ କହିବା ସହ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରିଥିବା ବେଳେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପ୍ରହଲ୍ଲାଦ ଖୋସ୍ଲା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
ଭୁବନେଶ୍ବର ଲୁମିନଶ ପ୍ରାଇଭେଟ ଲିମିଟେଡ଼ରୁ ଶ୍ରୀ ରଶ୍ମିରଞ୍ଜନ ରାଉତ ବିଷୟ ବିଶାରଦ ଯୋଗ ଦେଇ (ଡିସ୍କ୍ଲୋଜରର ଅପଡେସନ୍) ଉଭୟ ଇଂରାଜୀ ଓ ଓଡ଼ିଆ ଭାଷାରେ ସ୍ୱତପ୍ରବୃତ୍ତ ସୂଚନା ପ୍ରକାଶନ ଉପରେ ପ୍ରଶିକ୍ଷଣ ପ୍ରଦାନ କରିବା ସହ ସୂଚନା ଅଧିକାର ଆଇନ୍ରେ ଦରଖାସ୍ତ ଗ୍ରହଣ ଉତ୍ତର ପ୍ରଦାନ, ଅନ୍ଲାଇନ୍ରେ ସମସ୍ତ ପ୍ରକ୍ରିୟା ସମ୍ପାଦନ କୌଶଳ, ସ୍ବତନ୍ତ୍ର ବ୍ୟାଙ୍କ ଆକାଉଣ୍ଟ ଖୋଲାଯିବା, କାର୍ଯ୍ୟାଳୟରେ ସୂଚନା ଅଧିକାର ଆଇନ ନିମିତ୍ତ ଆବଶ୍ୟକ ରେଜିଷ୍ଟର ଲିପିବଦ୍ଧ କରିବା, କାର୍ଯ୍ୟାଳୟରେ ପ୍ରଥମ ଅପିଲ କର୍ତ୍ତୃପକ୍ଷ, ଜନସୂଚନା ଅଧିକାରୀ, ସହକାରୀ ଜନସୂଚନା ଅଧିକାରୀ ନାମ ଯୋଗାଯୋଗ ନାମର ଆଦି ପ୍ରଦର୍ଶିତ କରିବା ଆଦି ବିଷୟରେ ବିଶଦ ଆଲୋଚନା କରିଥୁଲେ ।
ପ୍ରଶ୍ନୋତ୍ତସର ଅଧିବେସନରେ ଅଧିକାରୀ ମାନେ ସୂଚନା ଅଧିକାର ଆଇନ୍ରେ ଆବେଦନ ଗ୍ରହଣ, ଉତ୍ତର ପ୍ରଦାନ କ୍ଷେତ୍ରରେ ସମ୍ମୁଖୀନ ହେଉଥ୍ବା ବିଭିନ୍ନ ସମସ୍ୟା ସମ୍ବନ୍ଧରେ ପ୍ରଶ୍ନ ପଚାରି ନିଜ ନିଜର ସନ୍ଦେହ ମୋଚନ କରିଥିଲେ ।